ପାଇପଲାଇନ କାଟି ତେଲ ଚୋରି

ରୂପସା, ୧୦ା୩(ଡି.ଏନ.ଏ.)-ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ମଧୁସୂଦନ ଗ୍ରାମ ନିକଟ ଦେଇ ଯାଉଥିବା ହଳଦିଆ-ପାରାଦ୍ୱୀପ ପାଇପ ଲାଇନ କାଟି ଦୁର୍ବୃତ୍ତ ନିୟମିତ ତେଲ ଚୋରି କରୁଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଏକ ମାମଲା(ନଂ.୬୫/୨୦) ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି। ଦୁର୍ବୃତ୍ତମାନେ ପାଇପଲାଇନ ପାଖ ମାଟିଖୋଳି ପାଇପ୍‌କୁ ଡ୍ରିଲମେଶିନ ଯୋଗେ କଣା କରି ତେଲ ଚୋରି କରୁଥିବା ଇଣ୍ଡିଆନ ଅଏଲର ମ୍ୟାନେଜର ସତୀଶ ସର୍ଭୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଯାବତ୍‌ ଅଭିଯୁକ୍ତଙ୍କ ପତ୍ତା ମିଳିନାହିଁ।