ପାଇପରେ ୫୦ ଫୁଟର ବର ଚେର କଢାଗଲା : ୬ ମାସ ବନ୍ଦ ପରେ ଜଳଯୋଗାଣ ହେଲା ସ୍ବାଭାବିକ

ଖୋର୍ଦ୍ଧା ଅଫିସ, ୨୪।୮: ଜଟଣୀ ବ୍ଲକ ପଳାସପୁରର ପାନୀୟଜଳ ପ୍ରକଳ୍ପର ପ୍ଲାଷ୍ଟିକ ପାଇପକୁ ବରଚେର ଫଟାଇ ବଢୁଥିବାରୁ ପ୍ରାୟ ୬ ମାସ ହେଲା ସ୍ଥାନୀୟ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ବନ୍ଦ ରହିଥିଲା। ତେବେ କୁମ୍ଭାରସାହି ନିକଟରେ ପାଣି ଲିକ୍‌ ହେବାରୁ ସମ୍ପୃକ୍ତ ସ୍ଥାନ ଖୋଳା ଯାଇଥିଲା। ତେବେ ପାଇପ କାଟି ଭିତରୁ ୫୦ ଫୁଟର ବରଚେରକୁ କାଢ଼ି ନୂଆ ପାଇପ ପକାଇବା ପରେ ପାନୀୟ ଜଳଯୋଗାଣ ସ୍ବାଭାବିକ ହୋଇଛି।