ପାଇଖାନା ନିର୍ମାଣରେ ଅନିୟମିତତା

ରାୟଗଡ଼(ଗଜପତି), ୯ା୩ (ଡି.ଏନ୍‌.ଏ.) ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମରେ ଗାଁରୁ ସହର ସମସ୍ତ ଅଞ୍ଚଳକୁ ବାହ୍ୟ ମଳମୁକ୍ତ କରିବାହ ପାଇଁ ପ୍ରତ୍ୟେକ ଘରେ ସ୍ବଚ୍ଛ ଶୌଚାଳୟ ନିର୍ମାଣ ଯୋଜନା କରିଛନ୍ତି। ମାର୍ଚ୍ଚ ୩୦ ସୁଦ୍ଧା ପାଇଖାନା ତିଆରି ପାଇଁ ଲକ୍ଷ୍ୟ ରଖିଥିବାବେଳେ କେତେକ ଠିକାଦାରଙ୍କ ପାଇଁ ଯୋଜନା ଫେଲ୍‌ ମାରିବା ସହ ଏଥିରେ ଅନିୟମିତତା ଦେଖବାକୁ ମଳୁଛି। ପାଇଖାନା ନିର୍ମାଣରେ ଦୁର୍ନୀତି ହୋଇଥିବା ଏବଂ ଠିକାଦାର ଶ୍ରମିକମାନଙ୍କୁ ମଜୁରୀ ନ ଦେଇ ଶୋଷଣ କରୁଛନ୍ତି। ଗଜପତି ଜିଲା ରାୟଗଡ଼ ବ୍ଲକ୍‌ ଅଧୀନ ମୁହାଁଣ ଗ୍ରାମରୁ ଏପରି ଅଭିଯୋଗ ଆସିଛି।
ସରକାରଙ୍କ ଯୋଜନାରେ ଶୌଚାଳୟ ନିର୍ମାଣ ପାଇଁ ଘର ପିଛା ୧୨ ହଜାର ଟଙ୍କା ଦିଆଯାଉଛି। ତେବେ ରାୟଗଡ଼ ବ୍ଲକ୍‌ ଏକ ଆଦିବାସୀ ଅଧ୍ୟ୍ୟୁଷିତ ଅଞ୍ଚଳ ହୋଇଥିବାବେଳେ ଆର୍ଥିକ ସମସ୍ୟା ଯୋଗୁ ଲୋକେ ପାଇଖାନା ତିଆରି କରିବାରେ ସକ୍ଷମ ହେଉନାହାନ୍ତି। ଏହାର ସୁଯୋଗ ନେଇ ବାହାର ଜିଲା ଏବଂ ରାଜ୍ୟର ଠିକାଦାରମାନେ ଏହାର ଲାଭ ଉଠାଉଥିବା ଦେଖିବାକୁ ମିଳୁଛି। ସମସ୍ତ ପାଇଖାନା ଆମେ ତିଆରି କରିବୁ ବେଲି କହି ଖୋଦ୍‌ ହିତାଧିକାରୀଙ୍କୁ କାମରେ ଲଗାଉଥିବାବେଳେ ସେମାନଙ୍କୁ ମଜୁରୀ ନ ଦେଇ ଠକୁଥିବା ଅଭିଯୋଗ ହୋଇଛି। କେବଳ ସିମେଣ୍ଟ ଓ ଇଟା ଯୋଗାଇଦେଇ ଗାତ ଖୋଳିବା ଓ ପାଇଖାନା ଗୃହ ନିର୍ମାଣ କାର୍ଯ୍ୟରେ ହିତାଧିକାରୀଙ୍କୁ ଲଗାଇ କାମ ସାରୁଥିବା ଜଣାପଡ଼ିଛି। ଉକ୍ତ କାମ ମଧ୍ୟ ନିମ୍ନମାନର କରାଯାଉଥିବାବେଳେ ହିତାଧିକାରୀମାନେ ମଜୁରି ମାଗିଲେ ବିଭିନ୍ନ ଆଳ ଦେଖାଇ ଦେଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଏପରିକି ଠିକାଦାରମାନେ ସରକାରୀ ଅନୁଷ୍ଠାନଙ୍କୁ ନିଜ କବ୍‌ଜାରେ ରଖି ସେଠାରେ ନନ୍ଦ ନିର୍ମାଣ କାରଖାନା ମଧ୍ୟ କରିଥିବା ଅଭିଯୋଗ ହେଉଛି। ତେଣୁ ଉକ୍ତ ପାଇଖାନା ଗୃହଗୁଡ଼ିକୁ ଭାଙ୍ଗି ପୁନଃନିର୍ମାଣ କରିବା ସହ ପ୍ରଶାସନ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏ ନେଇ ଠିକାଦାର କୂଳମଣି ପ୍ରଧାନଙ୍କଠାରୁ ସନ୍ତୋଷଜନକ ଉତ୍ତର ମିଳି ନ ଥିଲା। ସେହିପରି ଗ୍ରାମ୍ୟ ପରିମଳ ଓ ଜଳଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ -୨ ଅମୀୟ ରଞ୍ଜନ ଦାସ କହିଛନ୍ତି, ଠିକାଦାରମାନେ ଗାଇଡ୍‌ ଲାଇନ୍‌ ଅନୁଯାୟୀ କାମ କରିବା ଆବଶ୍ୟକ। ତେଣୁ ଅଭିଯୋଗର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫର୍ମଫିଲପରେ ତ୍ରୁଟି : ଓଡ଼ିଆ ବଦଳରେ ହିନ୍ଦୀ ଥିବାରୁ ଯୁକ୍ତ ୨ ପରୀକ୍ଷାରୁ ବଞ୍ଚିତ…

ନନ୍ଦପୁର,୨୦ା୨(ତୁଷାର କାନ୍ତ ମହାନ୍ତି): ଯୁକ୍ତଦୁଇ ପରୀକ୍ଷା ପାଇଁ ଫର୍ମଫିଲପ ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତ୍ରୁଟି ଯୋଗୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ଅଧୀନ ପାଡୁଆ ରାଧାକୃଷ୍ଣ ଉଚ୍ଚ…

ସ୍ବାସ୍ଥ୍ୟ ପାଇଁ ୨୩ ହଜାର କୋଟି

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶିତ ପରେ ଗଛରୁ କଣ୍ଟା କାଢୁଛି ବନ ବିଭାଗ

ଦାରିଙ୍ଗବାଡି, ୨୦।୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳ ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ ନଂ ଜାତୀୟ ରାଜପଥ କଡ଼ ସମେତ ବିଭିନ୍ନ ଗାଁ ଛକ ଓ ରାସ୍ତାକଡ଼ରେ…

ଛତ୍ରପୁର ପୌରପାଲିକାରେ ମିଶ୍ରଣକୁ ବିରୋଧ: ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ

ଛତ୍ରପୁର,୨୦।୨(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପାଳିକା ଗଠନକୁ ନେଇ ଅସନ୍ତୋଷ ଲାଗିରହିଛି। ଗୋଟିଏ ପଟେ ଛତ୍ରପୁର ପୌରପାଳିକାରେ ଆର୍ଯ୍ୟପଲ୍ଲୀ, କଣମଣା, ପୋ ଅଗସ୍ତିନୂଆଗାଁ ଓ ଚିକଲଖଣ୍ଡି ଆଦି ୫ଟି…

ବଜେଟରେ ବନ୍ୟା ପରିଚାଳନାକୁ ଗୁରୁତ୍ୱ

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି ଟଙ୍କାର…

୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପିଇଓ

କଟକ,୨୦।୨: କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ବ୍ଲକର ଜଣେ ମେକାନିକଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଇ ଜଣେ ପଞ୍ଚାୟତ ଅଧିକାରୀ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି।…

ଆସିବ ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା: ବଜେଟରେ ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି…

ଘର ଭିତରୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ, ବଢ଼ିଲା ହତ୍ୟା ସନ୍ଦେହ

ବ୍ରଜରାଜନଗର,୨୦।୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା ଅନ୍ତର୍ଗତ ସାନଯୋବ ହନୁମାନ ମନ୍ଦିରପଡ଼ାରେ ରହୁଥିବା ଜଣେ ମହିଳାଙ୍କ ଗଳିତ ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri