Categories: ବାଣିଜ୍ୟ

ପାଇକାରୀ ମୁଦ୍ରାସ୍ଫୀତି ୩.୨୧% ହ୍ରାସ

ନୂଆଦିଲ୍ଲୀ,୧୬।୬:ଦେଶର ପାଇକାରୀ ମୁଦ୍ରାସ୍ଫୀତି ମେ ମାସରେ ଅବସ୍ଫୀତି ଦେଖାଯାଇଛି। ଏହି ସମୟରେ ପାଇକାରୀ ମୁଦ୍ରାସ୍ଫୀତି ୩.୨୧% ଖସିଯାଇଛି। ଶକ୍ତି ଏବଂ ଇନ୍ଧନ ଦରରେ ପରିବର୍ତ୍ତନ ହେବା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ଏହି ସମୟରେ ଖାଦ୍ୟ ସାମଗ୍ରୀ ଦରରେ ବୃଦ୍ଧି ଦେଖାଯାଇଛି। ଗତ ବର୍ଷ ମେ ମାସରେ ପାଇକାରୀ ମୁଦ୍ରାସ୍ଫୀତି ସୂଚୀ(ଡବ୍ଲ୍ୟୁପିଆଇ) ୨.୭୯% ସ୍ତରରେ ରହିଥିବା ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି। ମେ ମାସରେ ଖାଦ୍ୟ ସାମଗ୍ରୀ ଦର ଉପରେ ମୁଦ୍ରାସ୍ଫୀତି ୧.୧୩% ରହିଛି। ଏହା ଏପ୍ରିଲ ମାସରେ ୨.୫୫% ରହିଥିଲା। ଇନ୍ଧନ ଏବଂ ଶକ୍ତି କ୍ଷେତରେ ଅବସ୍ଫୀତି ୧୯.୮୩% ରହିଛି। ଏହା ପୂର୍ବ ମାସରେ ୧୦.୧୨% ରହିଛି। ମାନୁଫାକଚର ପ୍ରଡକ୍ଟ ଉପରେ ଅବସ୍ଫୀତି ୦.୪୨% ରହିଛି।

Share