Categories: ବାଣିଜ୍ୟ

ପାଇକାରୀ ମୁଦ୍ରାସ୍ଫୀତି ୧%କୁ ହ୍ରାସ

ନୂଆଦିଲ୍ଲୀ,୧୬ା୪: ପାଇକାରୀ ମୂଲ୍ୟସୂଚୀ (ଡବ୍ଳ୍ୟୁପିଆଇ) ଭିତ୍ତିକ ମୁଦ୍ରାସ୍ଫୀତି ମାର୍ଚ୍ଚରେ ୧%କୁ ହ୍ରାସ ଘଟିଛି। ଏହା ଫେବୃୟାରୀରେ ୨.୨୬% ରହିଥିଲା ବୋଲି ସରକାର ପ୍ରକାଶ କରିଥିବା ଡାଟାରୁ ସାମ୍ନାକୁ ଆସିଛି। ମାର୍ଚ୍ଚରେ ଖାଦ୍ୟ ସାମଗ୍ରୀ ବର୍ଗରେ ମୁଦ୍ରାସ୍ପୀତି ୪.୪୧%କୁ ଖସିଛି। ଏହା ଫେବୃୟାରୀରେ ୭.୭୯% ରହିଥିଲା ବୋଲି ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି। ମାର୍ଚ୍ଚ ୨୫ରେ ସାରା ଦେଶରେ ଆରମ୍ଭ ହୋଇଥିବା ଲକ୍‌ଡାଉନ ଲାଗି ଏବେ ଡାଟା ସଂଗ୍ରହରେ ଅସୁବିଧା ସୃଷ୍ଟି ହୋଇଛି। ପନିପରିବା ବର୍ଗରେ ମୁଦ୍ରାସ୍ଫୀତି ମାର୍ଚ୍ଚରେ ୧୧.୯୦% ସ୍ତରକୁ ଖସିଛି। ଏହା ଫେବୃୟାରୀରେ ୨୯.୯୭% ସ୍ତରରେ ରହିଥିଲା। ପିଆଜ କ୍ଷେତ୍ରରେ ଦରଦାମ ମାର୍ଚ୍ଚରେ ୧୧୨.୧୩% ସ୍ତରରେ ରହିଛି।

Share