ପଶ୍ଚିମ ଓଡ଼ିଶା ଶ୍ରମିକଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖିଲା ପ୍ରଶାସନ

ଭଞ୍ଜନଗର,୨୩ା୪(ଡି.ଏନ୍‌.ଏ.): ଲକ୍‌ଡାଉନ୍‌ ଯୋଗୁ କାମ ମିଳୁନାହିଁ। ତେଣୁ ବ୍ରହ୍ମପୁରରେ ଅଟକି ରହିଥିବା ପଶ୍ଚିମ ଓଡ଼ିଶାର ୧୩ ଶିଶୁ ସମେତ ୬୦ଜଣ ଶ୍ରମିକ ଚାଲିଚାଲି ନିଜ ଭିଟାମାଟିକୁ ଫେରୁଥିଲେ। ବୁଧବାର ଭଞ୍ଜନଗର ଦେଇ ଯାଉଥିତ୍ବା ସମୟରେ ଲୋକେ ଦେଖି ସହାୟତାର ହାତ ବଢ଼ାଇଥିଲେ। ଏହାପରେ ଭଞ୍ଜନଗର ବ୍ଲକ ଓ ଏନ୍‌ଏସି ପ୍ରଶାସନ ମଧ୍ୟ ସହାୟତାର ହାତ ବଢ଼ାଇଥିଲେ । ଦିନରେ ସେମାନଙ୍କୁ ସୋରାଦେବୀ ମନ୍ଦିରରେ ରଖାଯାଇଥିଲା। ବୁଧବାର ସନ୍ଧ୍ୟାରେ ବର୍ଷା ହେବାରୁ ସେମାନଙ୍କୁ ମୁଜାଗଡ଼ ହାଇସ୍କୁଲ ରାତିରେ ସ୍ଥାନାନ୍ତର କରାଯାଇଥିଲା । ଗୁରୁବାର ବିଦ୍ୟାଳୟ ପରିସରରେ ଚାଉଳ ବଣ୍ଟନ ହେଉଥିବାରୁ ଉକ୍ତ ଲୋକଙ୍କ ରହଣିକୁ ନେଇ ଗ୍ରାମବାସୀ ବିରୋଧ କରିଥିଲେ। ତେଣୁ ଗୁରୁବାର ସନ୍ଧ୍ୟାରେ ସେମାନଙ୍କୁ ଦଦରାଲୁଣ୍ଡା ପଞ୍ଚାୟତ ବେଡ଼ିଗୋବା ସ୍କୁଲକୁ ପ୍ରଶାସନ ପକ୍ଷରୁ ସ୍ଥାନାନ୍ତର କରାଯିବା ଯୋଜନା ଅଛି।
ପ୍ରକାଶ ଯେ, ବରଗଡ଼ ଓ ବଲାଙ୍ଗୀର ଜିଲାର ବିଭିନ୍ନ ସ୍ଥାନରୁ ଶ୍ରମିକ କାମ କରିବାକୁ ଗତ ଡିସେମ୍ବର ମାସରେ ବ୍ରହ୍ମପୁର ଯାଇଥିଲେ। ଲକ୍‌ଡାଉନ୍‌ ଯୋଗୁ କାମ ମିଳି ନ ଥିଲା। ଫଳରେ ସେମାନେ ଚାଲିଚାଲି ଘରକୁ ଫେରୁଥିଲେ। ଭଞ୍ଜନଗରରେ ପହଞ୍ଚିବା ପରେ ଏନ୍‌ଏସି ଓ ବ୍ଲକ ପ୍ରଶାସନ ପାଖରେ ଖବର ପହଞ୍ଚିଥିଲା। ପ୍ରଶାସନ ତପତ୍ରତା ଦେଖାଇ ସେମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖିବା ବ୍ୟବସ୍ଥା କରିଥିଲା। ଭଞ୍ଜନଗର ବିଡିଓ ଅନିଲ କୁମାର ସେଠୀ, ଯନ୍ତ୍ରୀ ପ୍ରସନ୍ନ କୁମାର ସାହୁ, ମୁଜାଗଡ଼ ପଞ୍ଚାୟତ ନିର୍ବାହୀ ଅଧିକାରୀ ରବୀନ୍ଦ୍ର ପାଣିଗ୍ରାହୀ ଉକ୍ତ ଶ୍ରମିକମାନଙ୍କ କଥା ପ୍ରତ୍ୟକ୍ଷ ଭାବେ ବୁଝୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri