ପଶ୍ଚିମବଙ୍ଗ ଫେରନ୍ତା ସରକାରୀ କର୍ମଚାରୀଙ୍କୁ ବ୍ରଜରାଜନଗର ବଙ୍ଗଳାରେ ରଖିଲା ପ୍ରଶାସନ, ଲୋକଙ୍କ ବିରୋଧ ପରେ କ୍ୱାରାଣ୍ଟାଇନ ସେଣ୍ଟରକୁ ସ୍ଥାନାନ୍ତର

ଝାରସୁଗୁଡା ଅଫିସ,୨୭ା୪- ଓଡିଶାରେ ବଢ଼ୁଥିବା କରୋନା ପଜିଟିଭର ମୁଖ୍ୟ କାରଣ ପଶ୍ଚିମବଙ୍ଗ ଲିଙ୍କ୍‌ ଦର୍ଶାଯାଉଛି। ଏମିତି ଜଣେ କଲିକତାରୁ ଝାରସୁଗୁଡା ଫେରନ୍ତା ବ୍ୟକ୍ତିଙ୍କୁ ନେଇ ବ୍ରଜରାଜନଜରରେ ସୋମବାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ପରେ ଜିଲାପାଳ ସରୋଜ କୁମାର ସାମଲଙ୍କ ହସ୍ତକ୍ଷେପ ପରେ ମାମଲାର ସମାଧାନ ହୋଇଛି।
ସୂଚନା ମୁତାବକ ଝାରସୁଗୁଡା ପୂର୍ତ୍ତ ବିଭାଗରେ କାର୍ଯ୍ୟରତ ଜଣେ କର୍ମଚାରୀ କିଛି ଦିନ ତଳେ ପଶ୍ଚିମବଙ୍ଗ ଯାଇଥିଲେ। ସେଠାରେ ତାଙ୍କ ନିଜ ଘର ଥିବା ବେଳେ ତାଙ୍କ ମା’ଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ନ ଥିଲା। ସମ୍ପୃକ୍ତ କର୍ମଚାରୀ ରବିବାର ରାତି ଝାରସୁଗୁଡାକୁ ଫେରିଥିଲେ। ଏ ନେଇ ଜିଲା ପ୍ରଶାସନ ଅବଗତ ହେବା ପରେ ରବିବାର ବିଳମ୍ବିତ ରାତିରେ ସମ୍ପୃକ୍ତ କର୍ମଚାରୀ ଏବଂ ତାଙ୍କ ଦୁଇ ଝିଅ ଓ ସ୍ତ୍ରୀଙ୍କୁ ବ୍ରଜରାଜନଗରସ୍ଥିତ ପୂର୍ତ୍ତ ବିଭାଗର ବଙ୍ଗଳାକୁ ନେଇ କ୍ୱାରାଣ୍ଟାଇନରେ ରଖାଯାଇଥିଲା। ଅନ୍ୟପକ୍ଷେ ଏହି ବଙ୍ଗଳା ଦାଇତ୍ୱରେ ଥିବା ଜଣେ କର୍ମଚାରୀଙ୍କୁ ସେଠାରୁ ଅନ୍ୟତ୍ର ଯିବା ପାଇଁ କୁହାଯାଇଥିଲା। ସୋମବାର ସକାଳେ ଏ ନେଇ ସ୍ଥାନୀୟ ଲୋକେ ଜାଣିବା ପରେ ଏହାକୁ ବିରୋଧ କରି ଜିଲା ପ୍ରଶାସନ ପକ୍ଷରୁ ତିଆରି କରାଯାଇଥିବା କ୍ୱାରାଣ୍ଟାଇନ ସେଣ୍ଟର ରଖିବାକୁ ଦାବି କରିଥିଲେ। ଝାରସୁଗୁଡାରେ କ୍ୱାରାଣ୍ଟାଇନ ସେଣ୍ଟର ଥିବା ସତ୍ତ୍ୱେ ଏଠାକୁ କାହିଁକି ଅଣାଯାଇଥିଲା ବୋଲି ବିରୋଧ କରିଥିଲେ। ଘଟଣା ସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବାରୁ ବ୍ରଜରାଜନଗର ଏସ୍‌ଡିପିଓ ଦିଲୀପ ଦାସ ଆସି ଲୋକଙ୍କ ସହିତ ଆଲୋଚନା କରିଥିଲେ। ଜିଲାପାଳ ସାମଲଙ୍କ ହସ୍ତକ୍ଷେପ ପରେ ଓ ଲୋକଙ୍କ ଦାବି ମୁତାବକ ସମ୍ପୃକ୍ତ ସରକାରୀ କର୍ମଚାରୀ ଓ ତାଙ୍କ ପରିବାରକୁ ବ୍ରଜରାଜନଗରରେ ଥିବା ଏକ କ୍ୱାରାଣ୍ଟାଇନ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଥିଲା। ସେହିପରି ଏହି ବଙ୍ଗଳାକୁ ଜିଲା ପ୍ରଶାସନ କୋଭିଡ ମୁକାବିଲାରେ ବ୍ୟବହାର କରିବା ପାଇଁ ପଦକ୍ଷେପ ନେଇଛି। ତେବେ ଏହି ସରକାରୀ କର୍ମଚାରୀଙ୍କୁ ପଶ୍ଚିମବଙ୍ଗରୁ ଝାରସୁଗୁଡା ଫେରିବା ପାଇଁ ଅନୁମତିପତ୍ର କେଉଁ ସ୍ତରରୁ ପ୍ରଦାନ କରାଯାଇଥିବା ତାହା ତଦନ୍ତ ସାପେକ୍ଷ ବୋଲି ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri