Posted inଜାତୀୟ

ପଶ୍ଚିମବଙ୍ଗ ଡାକ୍ତରଙ୍କୁ ଆଇଏମ୍‌ଏର ସମର୍ଥନ: ୧୭ରେ କାର୍ଯ୍ୟବନ୍ଦ ଆନ୍ଦୋଳନ

ନୂଆଦିଲ୍ଲୀ,୧୫ା୬(ପି.ଟି.) କୋଲକାତାରେ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ ପ୍ରତିବାଦରେ ୪ ଦିନ ଧରି ଚାଲିଥିବା ଆନ୍ଦୋଳନ ବ୍ୟାପକ ହୋଇଛି। ଡାକ୍ତରମାନଙ୍କ ଆନ୍ଦୋଳନକୁ ବିଭିନ୍ନ ମହଲରୁ ସମର୍ଥନ ମିଳିଛି। ଭାରତୀୟ ଡାକ୍ତରୀ ମହାସଂଘ (ଆଇଏମ୍‌ଏ) ଶୁକ୍ରବାରଠାରୁ ତିନିଦିନିଆ ବିକ୍ଷୋଭ ଆରମ୍ଭ କରିବା ସହ ୧୭ ତାରିଖରେ କାର୍ଯ୍ୟବନ୍ଦ ଆନ୍ଦୋଳନର ଡାକରା ଦେଇଛି। ସେଦିନ ଓପିଡି ସମେତ ସମସ୍ତ ଅଣଅତ୍ୟାବଶ୍ୟକ ସେବା ସକାଳ ୬ରୁ ୨୪ ଘଣ୍ଟା ପାଇଁ ବନ୍ଦ ରହିବ। ତେବେ ଜରୁରୀ ଓ ଆଶୁଚିକିତ୍ସା ସେବା ସ୍ବାଭାବିକ ଚାଲିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନଙ୍କ ପ୍ରତି ହେଉଥିବା ହିଂସା ବନ୍ଦକରିବା ଲାଗି ଏକ କେନ୍ଦ୍ରୀୟ ଆଇନ ପ୍ରଣୟନ ଲାଗି ଦାବି କରିଛି। ଆଇନ ଉଲ୍ଲଂଘନକାରୀଙ୍କ ପାଇଁ ଅନୂ୍ୟନ ୭ ବର୍ଷ ଜେଲ୍‌ଦଣ୍ଡ ବ୍ୟବସ୍ଥା ରହିବା ଉଚିତ ବୋଲି ମହାସଂଘ କହିଛି।
ଡାକ୍ତରମାନେ କ୍ରମାଗତ ଭାବେ ହିଂସାର ଶିକାର ହେଉଥିବାବେଳେ ଏହାର କୌଣସି ପ୍ରତିକାର ବ୍ୟବସ୍ଥା କରାଯାଉ ନାହିଁ। ଏହାର ପ୍ରତିବାଦରେ ଆଇଏମ୍‌ଏ ତିନିଦିନିଆ ବିକ୍ଷୋଭ ନିଷ୍ପତ୍ତି ନେଇଛି। ଏଥିରେ ଡାକ୍ତରମାନେ କଳାବ୍ୟାଜ୍‌ ପିନ୍ଧିବା ସହ ଧାରଣାରେ ବସିବେ, ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରିବେ। ଏହି ଆନ୍ଦୋଳନକୁ ଅନ୍ୟ ସହଯୋଗୀ ସଂଗଠନଗୁଡ଼ିକ ସମର୍ଥନ କରିବାକୁ ଆଇଏମ୍‌ଏ ପକ୍ଷରୁ ଅନୁରୋଧ କରାଯାଇଛି। କୋଲକାତାର ଏନ୍‌ଆର୍‌ଏସ୍‌ ମେଡିକାଲ କଲେଜରେ ୨ ଜଣ ଡାକ୍ତରଙ୍କୁ ହୋଇଥିବା ମରଣାନ୍ତକ ଆକ୍ରମଣକୁ ଆଇଏମ୍‌ଏ ନିନ୍ଦାକରିବା ସହ ପଶ୍ଚିମବଙ୍ଗ ସରକାର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାବି କରିଛି। ଏହା ବ୍ୟତୀତ ପଶ୍ଚିମବଙ୍ଗର ସମସ୍ତ ଘରୋଇ ଡାକ୍ତରମାନଙ୍କ ଦାବିକୁ ସରକାର ନିଃସର୍ତ୍ତ ମାନିନେବାକୁ ଆଇଏମ୍‌ଏ ମହାସଚିବ ଆର୍‌.ଭି. ଅଶୋକନ୍‌ କହିଛନ୍ତି। ଡାକ୍ତରଙ୍କୁ ରୋଗୀଙ୍କ ସମ୍ପର୍କୀୟମାନେ ଆକ୍ରମଣ କରିବା ପ୍ରତିବାଦରେ ପଶ୍ଚିମବଙ୍ଗର କନିଷ୍ଠ ଡାକ୍ତରମାନେ ମଙ୍ଗଳବାରଠାରୁ ଆନ୍ଦୋଳନ ଜାରି ରଖିଛନ୍ତି। ହସ୍ପିଟାଲରେ ନିରାପତ୍ତା ଓ ସୁରକ୍ଷା ସବୁଠୁ ବଡ଼ ଚିନ୍ତାର ବିଷୟ ଏବଂ ତାହାର ସମାଧାନ ଜରୁରୀ। ଡାକ୍ତର ଏବଂ ହସ୍ପିଟାଲଗୁଡିକରେ ହିଂସାକୁ ଆଦୌ ବରଦାସ୍ତ କରାଯାଇପାରିବ ନାହିଁ ଘୋଷଣା କରାଯାଉ ବୋଲି ମହାସଂଘ କହିଛି। ବିଶ୍ୱ ମେଡିକାଲ୍‌ ସଂଘ ମଧ୍ୟ ଏନେଇ ଏକ ପ୍ରସ୍ତାବକୁ ଅନୁମୋଦନ କରି କଠୋର ଆଇନ ପ୍ରଣୟନ ଲାଗି ଆହ୍ବାନ ଦେଇଥିବା ଅଶୋକନ୍‌ କହିଛନ୍ତି।
ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନକୁ ସାରା ଦେଶରେ ସମର୍ଥନ ମିଳିଛି। ଦିଲ୍ଲୀର ବିଭିନ୍ନ ସରକାରୀ ଓ ଘରୋଇ ହସ୍ପିଟାଲର ଡାକ୍ତରମାନେ ଶୁକ୍ରବାର କାର୍ଯ୍ୟବନ୍ଦ କରିବା ସହ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଭେଟି ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଦାବି କରିଥିଲେ। ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ମର୍ଯ୍ୟାଦା ପ୍ରସଙ୍ଗ ନ କରିବାକୁ ହର୍ଷବର୍ଦ୍ଧନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କହିବା ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ମଧ୍ୟରେ ଡାକ୍ତରମାନଙ୍କ ଆନ୍ଦୋଳନର ପରିସମାପ୍ତି କରିବା ଲାଗି ପରାମର୍ଶ ଦେଇଛନ୍ତି। ଏଥିସହିତ ରୋଗୀମାନେ ଯେପରି ଅସୁବିଧାରେ ନ ପଡ଼ିବେ ସେଥିପାଇଁ ପଶ୍ଚିମବଙ୍ଗର ଡାକ୍ତରମାନେ ପ୍ରତୀକାତ୍ମକ ପ୍ରତିବାଦ କରିବା ସହ କାର୍ଯ୍ୟ ଜାରି ରଖିବାକୁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି। କୋଲକାତାର କେତେଜଣ ଖ୍ୟାତନାମା ବ୍ୟକ୍ତି ଶୁକ୍ରବାର ଆନ୍ଦୋଳନରତ ଡାକ୍ତରଙ୍କୁ ଭେଟିବା ସହ ଅଚଳାବସ୍ଥା ଦୂର ଲାଗି ମମତାଙ୍କୁ ଅନୁରୋଧ କରିଥିବା ଜଣାପଡିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଚଳଚ୍ଚିତ୍ର ନିର୍ମାତା ଅପର୍ଣ୍ଣା ସେନ୍‌, ଅଭିନେତା କୌଶିକ୍‌ ସେନ୍‌, ସଙ୍ଗୀତକାର ଦେବୋଜ୍ୟୋତି ମିଶ୍ର ଏବଂ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ବରିଷ୍ଠ ଡାକ୍ତର। ମମତାଙ୍କୁ ମାଆ ଓ ସମସ୍ତଙ୍କର ଅଭିଭାବକ ବୋଲି ସମ୍ବୋଧନ କରି ଅପର୍ଣ୍ଣା କନିଷ୍ଠ ଡାକ୍ତରମାନଙ୍କ ସମସ୍ୟା ବୁଝିବା ଲାଗି ତାଙ୍କୁ ନିବେଦନ କରିଛନ୍ତି। ଟିଏମ୍‌ସି ସୁପ୍ରିମୋ ଡାକ୍ତରମାନଙ୍କୁ ଧମକ ନ ଦେଇ ସେମାନଙ୍କ କଥା ଧୈର୍ଯ୍ୟର ସହ ଶୁଣିବା ଉଚିତ। କ୍ଷମା ମାଗିବା କୌଣସି ଲଜ୍ଜାକର କଥା ନୁହେଁ ବୋଲି ସେ କହିଛନ୍ତି।
କୋଲକାତା ଡାକ୍ତର ଆନ୍ଦୋଳନକୁ ଭୁବନେଶ୍ୱର ଏମସ୍‌ ଡାକ୍ତରମାନେ ସମର୍ଥନ କରିଛନ୍ତି। ଶୁକ୍ରବାର ଏମସ୍‌ ପରିସରରେ ୫୦୦ରୁ ଊର୍ଦ୍ଧ୍ୱ କନିଷ୍ଠ ଡାକ୍ତର ଏକତ୍ର ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି ଆନ୍ଦୋଳନ ଯୋଗୁ ବହିର୍ବିଭାଗରେ ରୋଗୀ ସେବା ବ୍ୟାହତ ହୋଇଛି। ରୋଗୀ ଓ ତାଙ୍କ ସମ୍ପର୍କୀୟ ହସ୍ପିଟାଲ୍‌ ବାହାରେ ବହୁ ସମୟ ଧରି ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଥିଲା। ତେବେ ଜରୁରୀକାଳୀନ ସେବା ସ୍ବାଭାବିକ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ମୋଦିଙ୍କ ଘର ଆଗରେ ଶୋଇଗଲେ ରାହୁଲ; ଉଠାଇ ନେଲା ପୋଲିସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ଉପରେ ଦିଲ୍ଲୀ ପୋଲିସର ବଳପ୍ରୟୋଗ ବିରୋଧରେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ କଂଗ୍ରେସ ପକ୍ଷରୁ ଧାରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri