Posted inଜାତୀୟ

ପଶ୍ଚିମବଙ୍ଗରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ:ଡାକ୍ତର ଆନ୍ଦୋଳନରୁ ତେଜିଲା ରାଜନୀତି

କୋଲକାତା,୧୪ା୬( ଆଇଏଏନ୍‌ଏସ୍‌):ପଶ୍ଚିମବଙ୍ଗର ଏକ ସରକାରୀ ହସ୍ପିଟାଲରେ ହିଂସା ପରେ ୩ ଦିନ ଧରି ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନ ରାଜନୈତିକ ରୂପ ନେଇଛି। ମୁଖ୍ୟମନ୍ତ୍ରୀ ମମତା ବାଜାର୍ନୀ ଏହାକୁ ଭାଜପା ଏବଂ ବାମଦଳଗୁଡ଼ିକର ଷଡ଼ଯନ୍ତ୍ରର ପରିଣାମ ବୋଲି ଅଭିହିତ କରିଥିବାବେଳେ ଗୈରିକ ଦଳ ଏଥିପାଇଁ ଓଲଟା ତୃଣମୂଳ କଂଗ୍ରେସ (ଟିଏମ୍‌ସି)କୁ ଦାୟୀ କରିଛି। ଡାକ୍ତରଙ୍କୁ ଆକ୍ରମଣ କରିଥିବା ଦୁର୍ବୃତ୍ତମାନେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର। ମମତା ଭୋଟ ବ୍ୟାଙ୍କ ରାଜନୀତି ପାଇଁ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି ବରିଷ୍ଠ ଭାଜପା ନେତା ମୁକୁଲ ରୟ ଅଭିଯୋଗ ଆଣିଛନ୍ତି। ସେପଟେ ସୁରକ୍ଷା ଦାବିରେ ଅଡ଼ିବସିଥିବା ଆନ୍ଦୋଳନରତ ଡାକ୍ତରମାନେ ମମତାଙ୍କ ମହଲତକୁ ବେଖାତିର କରି କାର୍ଯ୍ୟରେ ଯୋଗଦେଇ ନ ଥିବାରୁ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇଛି।
ଆରମ୍ଭ ହୋଇଥିଲା ସୋମବାର। କୋଲକାତାସ୍ଥିତ ନୀଲରତନ ସିରକାର (ଏନ୍‌ଆର୍‌ସି) ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଜଣେ ୭୫ ବର୍ଷୀୟ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ରୋଗୀଙ୍କ ସମ୍ପର୍କୀୟମାନେ ଚିକିତ୍ସାରେ ଅବହେଳା ଅଭିଯୋଗ ଆଣି ୨ ଜୁନିୟର ଡାକ୍ତରଙ୍କ ଉପରେ ଆକ୍ରମଣ କରିଥିଲେ। ଏଥିରେ ଜଣେ ଡାକ୍ତର ଗୁରୁତର ଆହତ ହୋଇଥିଲେ। ଏହାର ଦିନକ ପରେ ସାରା ରାଜ୍ୟର ଡାକ୍ତରମାନେ ସୁରକ୍ଷା ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ, ଯାହାକି ଅଦ୍ୟାବଧି ଜାରି ରହିଛି। ଫଳରେ ୩ ଦିନ ହେଲା ରାଜ୍ୟରେ ସ୍ବାସ୍ଥ୍ୟ ସେବା ବାଧାପ୍ରାପ୍ତ ହୋଇଛି। ହସ୍ପିଟାଲଗୁଡ଼ିକରେ ରୋଗୀମାନେ ବିନା ଚିକିତ୍ସାରେ ପଡ଼ିରହିଛନ୍ତି। ଭାଜପା ରାଜ୍ୟ ସଭାପତି ଦିଲୀପ ଘୋଷ କହିଛନ୍ତି, ଡାକ୍ତରଙ୍କୁ ସୁରକ୍ଷା ଯୋଗାଇଦେବା ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ। କିନ୍ତୁ ମମତା ନିଜ ଭୋଟ ପାଇଁ ଅସାମଜିକ ତତ୍ତ୍ୱଙ୍କୁ ନିୟନ୍ତ୍ରଣ କି ଗିରଫ କରୁନାହାନ୍ତି। ମମତା ଏହାର ଜବାବରେ କହିଛନ୍ତି, ହସ୍ପିଟାଲଗୁଡ଼ିକରେ ବିଭ୍ରାଟ ସୃଷ୍ଟି କରିବା ଲାଗି ବାହାର ଲୋକ ପ୍ରବେଶ କରୁଛନ୍ତି ଏବଂ ଭାଜପା ଏହି ପ୍ରସଙ୍ଗକୁ ସାମ୍ପ୍ରଦାୟିକ ରଙ୍ଗ ଦେଉଛି। ସିପିଏମ୍‌ ସାହାଯ୍ୟରେ ଭାଜପା ହିନ୍ଦୁ-ମୁସଲିମ୍‌ ରାଜନୀତି କରୁଛି। ଏହି ପ୍ରେମ ବ୍ୟାପାରକୁ ଦେଖି ମୁଁ ସ୍ତବ୍ଧ ହୋଇଯାଇଛି। ଫେସ୍‌ବୁକ୍‌ରେ ଅପପ୍ରଚାର ଚଳାଇ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବାକୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ତାଙ୍କ ଦଳର କର୍ମକର୍ତ୍ତାଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ମମତା ଏଭଳି ଭାଷାରେ ବିକ୍ଷୋଭକୁ ନିନ୍ଦା କରିଛନ୍ତି।
ଗୁରୁବାର ପୂର୍ବାହ୍ନରେ ଏସ୍‌ଏସ୍‌କେଏମ୍‌ ହସ୍ପିଟାଲ ପରିଦର୍ଶନ କରିବା ସହ ଡାକ୍ତରଙ୍କୁ ଦଙ୍ଗା ଆଇନ ପଢ଼ାଇ କାର୍ଯ୍ୟକୁ ଫେରିବାକୁ ତାଗିଦ କରିଥିଲେ। ଅପରାହ୍ନ ୨ଟା ସୁଦ୍ଧା କାର୍ଯ୍ୟକୁ ନ ଫେରିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାବନୀ ଦେଇଥିଲେ। ହେଲେ ମଙ୍ଗଳବାରଠାରୁ ରାସ୍ତାକୁ ଓହ୍ଲାଇଥିବା ଡାକ୍ତରମାନେ ଏହି ୪ ଘଣ୍ଟିଆ ମହଲତକୁ ଅବଜ୍ଞା କରିଛନ୍ତି। ସରକାରୀ ହସ୍ପିଟାଲଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ସହ ଆକ୍ରମଣକାରୀଙ୍କୁ ଗିରଫ କରା ନ ଗଲେ ସେମାନେ କାର୍ଯ୍ୟରେ ଯୋଗଦେବେ ନାହିଁ ବୋଲି ଅଡ଼ିବସିଛନ୍ତି। ଇତିମଧ୍ୟରେ ଡାକ୍ତରଙ୍କ ଏକ ପ୍ରତିନିଧି ଦଳ ଏହି ପ୍ରସଙ୍ଗରେ ରାଜଭବନରେ ରାଜ୍ୟପାଳ କେଶରୀନାଥ ତ୍ରିପାଠୀଙ୍କୁ ଭେଟି ମମତାଙ୍କ ଆଭିମୁଖ୍ୟ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆମ ସହ ଅପରାଧୀଙ୍କ ଭଳି ବ୍ୟବହାର କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ସେପଟେ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଭାଜପା। ରାଜ୍ୟ ଭାଜପା ଉପସଭାପତି ଜୟପ୍ରକାଶ ମଜୁମ୍‌ଦାର କହିଛନ୍ତି, ଆନ୍ଦୋଳନରତ ଡାକ୍ତରଙ୍କୁ ମମତା ଧମକ ଦେଉଛନ୍ତି। ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ସେ ଏହାକୁ ନେଇ ରାଜନୀତି କରୁଛନ୍ତି। ସ୍ଥିତି ନିୟନ୍ତ୍ରଣକୁ ଆଣି ନ ପାରିଲେ ମମତା ସ୍ବାସ୍ଥ୍ୟମନ୍ତ୍ରୀ ଭାବେ ଇସ୍ତଫା ଦିଅନ୍ତୁ ବୋଲି ଜୟପ୍ରକାଶ ଦାବି କରିଛନ୍ତି। ଶେଷରେ ମମତା ବରିଷ୍ଠ ଡାକ୍ତରମାନଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଲେଖିଛନ୍ତି। ସବୁ ଜିଲାରୁ ଗରିବ ଲେକେ ଚିକିତ୍ସା ପାଇଁ ବଡ଼ ଡାକ୍ତରଖାନାଗୁଡ଼ିକୁ ଆସୁଛନ୍ତି। ତେଣୁ ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲର ଡାକ୍ତରମାନେ ରୋଗୀ ସେବାରେ ନିଜକୁ ନିୟୋଜିତ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri