Categories: ଜାତୀୟ

ପଶ୍ଚିମବଙ୍ଗରେ ରହୁଥିବା ସବୁ ବାଂଲାଦେଶୀ ଭାରତୀୟ: ମମତା

କାଲିଆଗଞ୍ଜ, ୪ା୩ (ପି.ଟି.): ବାଂଲାଦେଶରୁ ଆସି ପଶ୍ଚିମବଙ୍ଗରେ ରହୁଥିବା ଓ ଏଠାରେ ଭୋଟ ଦେଇଆସୁଥିବା ଲୋକମାନେ ଭାରତୀୟ ନାଗରିକ। ସେମାନଙ୍କୁ ନାଗରିକତା ପାଇଁ ପୁଣିଥରେ ଆବେଦନ କରିବାର ଆବଶ୍ୟକତା ନାହିଁ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର କହିଛନ୍ତି। ଦିଲ୍ଲୀ ଦଙ୍ଗା ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ସେ ସମାଲୋଚନା କରିଛନ୍ତି। ପଶ୍ଚିମବଙ୍ଗକୁ ଆଉ ଏକ ଦିଲ୍ଲୀ ହେବାକୁ ଦିଆଯିବ ନାହିଁ ବୋଲି ସେ ଏକ ସାଧାରଣ ସଭାରେ କହିଛନ୍ତି। ପଶ୍ଚିମବଙ୍ଗରୁ ଜଣେ ହେଲେ ଲୋକଙ୍କୁ ବାହାରିଯିବାକୁ ଦିଆଯିବ ନାହିଁ ବୋଲି ମମତା ଦୃଢ଼ୋକ୍ତି କରିଛନ୍ତି।

Share