ପଶ୍ଚିମବଙ୍ଗରେ ମୋଦି: ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳର କରିବେ ପରିଦର୍ଶନ

କୋଲାକାତା,୨୨।୫: ପଶ୍ଚିମବଙ୍ଗରେ ମହାବାତ୍ୟା ଅମ୍ଫନ୍‌ ଯୋଗୁ ବହୁ କ୍ଷୟକ୍ଷତି ହୋଇଥିବା ବେଳେ ଏଠାରେ ୮୦ଜଣଙ୍କ ମୃତ୍ୟୁ ହୋଇଛି। ଗତ ୨୮୩ବର୍ଷରେ ଏହା ସବୁଠାରୁ ଭୟାବହ ବାତ୍ୟା ରୂପେ ପରିଗଣିତ ହୋଇଛି। ଇତିମଧ୍ୟରେ ବାତ୍ୟା ସ୍ଥିତି ପରକ୍ଷିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। କୋଲକାତା ବିମାନବନ୍ଦରରେ ପହଞ୍ଚିବା ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୋଦିଙ୍କୁ ସ୍ବାଗତ ଜଣାଇଥିଲେ। ଏହାପରେ ଦୁଇ ନେତା ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଆକାଶ ମାର୍ଗରୁ ପରିଦର୍ଶନ କରିବା ପାଇଁ ହେଲିକପ୍ଟରରେ ବାହାରିଥିଲେ। ଏହି ଅବସରରେ ସେମାନଙ୍କ ସହ ରାଜ୍ୟପାଳ ଜଗଦୀପ ଧନଖର ଓ କେତେକ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ଥିବା ଜଣାପଡ଼ିଛି।

Share