ପଶ୍ଚିମବଙ୍ଗରୁ ଅବାଧରେ ଆସୁଛି ଚୋରା ମଦ

ବାଲିଆପାଳ, ୧୦।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ଅଞ୍ଚଳରେ ଚୋରା ଦେଶୀ ଓ ବିଦେଶୀ ମଦର ବନ୍ୟା ଛୁଟିଛି। ପଡ଼ୋଶୀ ପଶ୍ଚିମବଙ୍ଗରୁ ପ୍ରତିଦିନ ଚୋରାରେ ବହୁ ଦେଶୀ, ବିଦେଶୀ ମଦ ଏଠାକୁ ଆଣି ବିକ୍ରି କରାଯାଉଛି। ସେମାନେ ବିଭିନ୍ନ ଗ୍ରାମାଞ୍ଚଳ ରୁଟ୍‌ ଦେଇ ଅବାଧରେ ମଦ ଆଣି ପହଞ୍ଚାଉଛନ୍ତି। ବିଦେଶୀ ମଦ ନାଁରେ ନକଲି ମଦ ବିକ୍ରି କରାଯାଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ପ୍ରତିକାର କରାଯାଉନାହିଁ।
ବାଲିଆପାଳ ବ୍ଲକରେ ୩ଟି ଲାଇସେନ୍ସପ୍ରାପ୍ତ ଠିପି ବନ୍ଦ ଏବଂ ଗୋଟିଏ ଠିପିଖୋଲା ବିଦେଶୀ ମଦ ଦୋକାନ ରହିଛି। ଏହାବାଦ ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟାରେ ଚୋରା, ବେଆଇନ ମଦ ଦୋକାନ ଚାଲିଛି। ଅବକାରୀ ବିଭାଗ ଟାର୍ଗେଟ ପୂରଣ ଲକ୍ଷ୍ୟରେ ବ୍ୟସ୍ତ ରହୁଥିବାରୁ ଚୋରାମଦ କାରବାର ରୋକିବାକୁ ପଦକ୍ଷେପ ନେଉନାହିଁ। ମଦ ବିରୋଧରେ ଆନ୍ଦୋଳନ କରୁଥିବା ମହିଳାମାନଙ୍କୁ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ କୌଣସି ସହାୟତା କରୁ ନ ଥିବା ଅଭିଯୋଗ ହେଉଛି। ଏପରି କି ମଦ ବିରୋଧୀ ମହିଳା ଚୋରା ବେପାରୀଙ୍କୁ ଧରି ଅବକାରୀ ବିଭାଗକୁ ଖବର ଦେଲେ କେହି ସେମାନଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଉନାହାନ୍ତି। ଏହି ବ୍ଲକ ଅଧୀନ ଅଳାଡ଼ିହା ଗ୍ରାମର ଜଣେ ଚୋରା ମଦ ବେପାରୀଙ୍କ ଘରକୁ ସମ୍ପ୍ରତି ମହିଳାମାନେ ଘେରାଉ କରି ଅବକାରୀ ବିଭାଗକୁ ଖବର ଦେଇଥିଲେ । କିନ୍ତୁ ଘଟଣାସ୍ଥଳକୁ କେହି ଆସି ନ ଥିଲେ। ଶେଷରେ ମହିଳାମାନେ ଜବତ ମଦକୁ ଧରି ୧୨ କି.ମି. ଦୂର ବାଲିଆପାଳ ଥାନାକୁ ଯାଇଥିଲେ । ‘ଆମ ନିକଟରେ କିଛି କ୍ଷମତା ନାହିଁ’ କହି ପୋଲିସ ସେମାନଙ୍କୁ ଫେରାଇ ଦେଇଥିଲା। ଏଭଳି ଘଟଣା ଆନ୍ଦୋଳନକାରୀଙ୍କ ମନୋବଳକୁ ଭାଙ୍ଗିଦେଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଓଡ଼ିଶା ନିଶା ନିବାରଣ ଅଭିଯାନ ବାଲିଆପାଳ ଶାଖାର ସଭାପତି ନାରାୟଣ ପ୍ରସାଦ ସାହୁ, ରାଜ୍ୟ ଉପସଭାପତି ଡ. ଅଦୈତ୍ୟ ପାତ୍ର,ସଦସ୍ୟ ଅରବିନ୍ଦ ବେହେରା, ଧୀରେନ୍ଦ୍ର ନାଥ କରଣ, କ୍ଷିତୀଶ ଜେନା, ଜୀବନ ଦାସ, କୁଶଧ୍ୱଜ ଜେନା, ଅର୍ଜୁନ ବାରିକ, ବିଜୟ ଗିରି, ସନ୍ନ୍ୟାସୀ ବେହେରା ପ୍ରମୁଖ ଅନୁରୂପ ଅଭିଯୋଗ କରି ଚୋରା ମଦର ବନ୍ୟାକୁ ରୋକିବା ଲାଗି ଜିଲା ପ୍ରଶାସନ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।
ଉଲ୍ଲେଖନୀୟ ଯେ, ବାଲିଆପାଳ ଅଞ୍ଚଳରେ ଚୋରା ମଦର ପ୍ରସାର ଯୋଗୁ ବିଭିନ୍ନ ଅପରାଧ ଘଟଣା ଦିନକୁ ଦିନ ବଢି ଚାଲିଛି। ପଶ୍ଚିମବଙ୍ଗରୁ ଅଣାଯାଉଥିବା ବା ମଦ ଅସଲି କି ନକଲି ତାହାକୁ ଯାଞ୍ଚ କରାଯାଉନାହିଁ ା ଏହି କାରଣରୁ ଏଠାରେ ମଦମୃତ୍ୟୁ ଘଟିବା ଆଶଙ୍କା କରାଯାଉଛି। ମଦ ବିରୋଧୀ ସଙ୍ଗଠନର କେତେକ କର୍ମକର୍ତ୍ତା କହିଛନ୍ତି ଯେ, ଟାର୍ଗେଟ ପୂରଣ ଲାଗି ଅବକାରୀ ବିଭାଗ ଚାପ ପକାଉଥିବାରୁ କେତେକ ଲାଇସେନ୍ସପ୍ରାପ୍ତ ମଦଦୋକାନୀ ଗ୍ରାମାଞ୍ଚଳରେ ୨୦ରୁ ୩୦ଜଣ ଲେଖାଏ ଛୋଟ ମଦବେପାରୀଙ୍କୁ ନିଯୁକ୍ତି ଦେଇ ମଦ ବିକୁୁଛନ୍ତି। ଖୁଚୁରା ବେପାରୀମାନେ ବିଦେଶୀ ମଦ କିଣି ଗାଁଗଣ୍ଡାରେ ବୋତଲ ପିଛା ୧୦ରୁ ୨୦ଟଙ୍କା ଅଧିକ ଦାମ୍‌ରେ ବିକ୍ରି କରୁଛନ୍ତି। ପୂର୍ବରୁ ଚୋରା ମଦ ବେପାରୀଙ୍କୁ ଧରିବା ସକାଶେ ପୋଲିସ ମଝିରେ ମଝିରେ ଚଢ଼ାଉ କରୁଥିଲା। ବର୍ତ୍ତମାନ ତାହା ବନ୍ଦ ହୋଇଯିବାରୁ ମଦବେପାରୀଙ୍କୁ ବେଶ୍‌ ସୁହାଉଛି। ବସ୍ତା ଓ ବାଲେଶ୍ୱରରୁ ଅବକାରୀ କର୍ମଚାରୀ ଆସି ବାଲିଆପାଳରେ ପହଞ୍ଚିବା ବେଳକୁ ଚୋରା ବେପାରୀମାନେ ସହଜରେ ଖସିଯାଉଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri