Categories: ଜାତୀୟ

ପଶ୍ଚିମବଙ୍ଗବାସୀଙ୍କୁ ‘ଦେଶଭକ୍ତ’ କହିଲେ ନଡ୍ଡା

କୋଲକାତା,୨୩।୧୨: ଭାରତୀୟ ଜନତା ପାଟି(ଭାଜପା)ର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି ନଡ୍ଡା ସୋମବାର ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ଏହି ସମୟରେ ସେ ଏକ ସଭାକୁ ଉଦ୍‌ବୋଧନ ଦେବା ସମୟରେ ପଶ୍ଚିମବଙ୍ଗବାସୀଙ୍କର ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଏବେ ଏମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅଛନ୍ତି। ଏମାନେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ସ୍ବାଗତ କରିଛନ୍ତି। ତେଣୁ ଏମାନେ ଦେଶଭକ୍ତ ବୋଲି ନଡ୍ଡା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେବଳ ଭୋଟ ବ୍ୟାଙ୍କ ପଲିଟିକ୍ସ ପାଇଁ ସିଏଏକୁ ବିରୋଧ କରୁଛନ୍ତି।

Share