Posted inରାଜ୍ୟ

ପଲିଥିନ ଉପରେ ଲାଗିବ କଟକଣା : ବ୍ୟବସାୟୀଙ୍କଠାରୁ ଆଦାୟ ହେବ ୨୫ ହଜାର ଜରିମାନା

ନୟାଗଡ଼ ଅଫିସ,୬ା୬: ଆଗାମୀ ଦିନରେ ନୟାଗଡ଼ ପୌର ପରିଷଦର ସମସ୍ତ କର୍ମଚାରୀ ୧ମାସ ପର୍ଯ୍ୟନ୍ତ କାର୍ଯ୍ୟାଳୟରେ ନ ରହି ପ୍ରତି ୱାର୍ଡ଼ର ଗଳିକନ୍ଦି ବୁଲି ସମସ୍ୟା ଓ ଅବ୍ୟବସ୍ଥା ସମ୍ପର୍କରେ ତୁରନ୍ତ ହ୍ବାଟସ୍‌ଆପ୍‌ ଜରିଆରେ ଫିଲଡ଼ରୁ ରିପୋର୍ଟ ଦେବେ। ବର୍ଜ୍ୟବସ୍ତୁ ପରିଚାଳନାରେ ତ୍ରୁଟି ରହୁଥିବାରୁ ଏହାର ନିରାକରଣ ପାଇଁ ୧୦ ତାରିଖ ସୁଦ୍ଧା ସହରରେ ୧୦୦ଟି ଅଳିଆଗଦା ବା ଖତଗଦା ନିର୍ମାଣ କରାଯିବ। ୮ ତାରିଖରେ ସଫେଇ କର୍ମଚାରୀ, ଟ୍ରାକ୍ଟର ଡ୍ରାଇଭର ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଏକ ତାଲିମ ଶିବିର କରାଯିବ। ବୁଧବାର ପୌର ପରିଷଦ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ ବର୍ଷାଦିନ ପୂର୍ବରୁ ସମସ୍ତ ଡ୍ରେନ୍‌ ସଫା ସହ ମରାମତି କରିବାକୁ ନିଷ୍ପତ୍ତି ହୋଇଛି। ସହରରେ ପଲିଥିନ୍‌ ନିଷିଦ୍ଧ ହୋଇଥିବାବେଳେ କେତେକ ବ୍ୟବସାୟୀ ଆଇନ ହାତକୁ ନେଇ ପଲିଥିନ ବ୍ୟବହାର କରୁଥିବା ଜଣାପଡ଼ିଛି। କିଛିଦିନ ଭିତରେ ସମ୍ପୃକ୍ତ ବ୍ୟବସାୟୀ ପ୍ରତିଷ୍ଠାନ ଗୁଡ଼ିକରେ ଚଢ଼ାଉ କରାଯାଇ ଜଣ ପିଛା ୨୫ ହଜାର ଟଙ୍କା ଲେଖାଏ ଜରିମାନା ଆଦାୟ କରିବାକୁ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶ ଦେଇଛି। ଏଥିପାଇଁ ମାର୍କେଟ ସୁପରଭାଇଜର କୈଳାସ ଚନ୍ଦ୍ର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ୧୦ ଜଣିଆ ଫ୍ଲାଇଂସ୍କ୍ବାଡ୍‌ ଗଠନ କରାଯାଇଛି। ସେହିପରି ଯେଉଁମାନେ ହୋଲ୍‌ଡିଂ ଟ୍ୟାକ୍ସ ଦେଉନାହାନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ସହମତି ପ୍ରକାଶ ପାଇଛି। ବର୍ଜ୍ୟବସ୍ତୁ ପରିଚାଳନାରେ ସହଯୋଗ ପାଇଁ ଆଗ୍ରହୀ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ପୌରପରିଷଦ କାର୍ଯ୍ୟାଳୟରେ ଯୋଗାଯୋଗ କରିବା ପାଇଁ କୁହାଯାଇଛି। ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ପ୍ରତ୍ୟେକ ସ୍କୁଲ ଓ କଲେଜରେ ତାଲିମ ଶିବିରମାନ କରାଯିବାକୁ ନିଷ୍ପତ୍ତି ହୋଇଛି। କର୍ତ୍ତବ୍ୟରେ ଅବହେଳା କଲେ କର୍ମଚାରୀଙ୍କୁ ତତ୍‌କାଳ ନିଲମ୍ବନ କରାଯିବ ବୋଲି ନିର୍ବାହୀ ଅଧିକାରୀ ଜେନା ସତର୍କ କରାଇ ଦେଇଛନ୍ତି। ଅଳିଆ ଆବର୍ଜନା କୌଣସି ସ୍ଥାନରେ ନ ପଡ଼ିବା ପାଇଁ ୧୩ ଜଣ ବରିଷ୍ଠ କର୍ମଚାରୀଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୌରଯନ୍ତ୍ରୀ ବାଇଧର ରାଉତ, କନିଷ୍ଠଯନ୍ତ୍ରୀ ସନାତନ ଭୋଳ, ପରିମଳ ନିରୀକ୍ଷକ ଲକ୍ଷ୍ମୀଧର ସାହୁ, ଗୋଷ୍ଠୀ ସଙ୍ଗଠିକା ପୁଷ୍ପାଞ୍ଜଳି ମହାନ୍ତି, ମାନସ ରଞ୍ଜନ ଦାସ, ଲକ୍ଷ୍ମୀଧର ମହାପାତ୍ର, ଶରତ ଚନ୍ଦ୍ର ପାଣି, ନଳିନୀକାନ୍ତ ମିଶ୍ରଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଗୁରୁବାରଠାରୁ ସହରରେ ପଲିଥିନ ବିରୋଧରେ ଚଢ଼ାଉ ଆରମ୍ଭ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri