ପଲିଥିନ୍‌ ତଲେ ଅସାହା ଜୀବନ୍‌ ଘଟନା : ପଁଚେତ୍‌ ଆଘେ ଅନଶନରେ ଗରିବ୍‌ ପରିବାର

 

ପାଇକମାଳ,୨୯ା୧୦ (ଡି.ଏନ୍‌.ଏ.)-
ପାଇକମାଳ ବ୍ଲକ ମାଣ୍ଡୋସିଲ ପଁଚେତ୍‌ ଡୁମେରବାହାଲ ଗଁାର କଷ୍ଟ ସାହୁ। ସରକାରୀ ଯୋଜନାରେ ଘରଖଁଡ଼େ ଆର ରାଶନ କାର୍ଡ ଦାବିରେ ସୋମବାରନୁ ସେ କୁଟୁମବସିଆ ପଁଚେତ୍‌ ଅଫିସ୍‌ ଆଘେ ଆମରଣ ଅନଶନରେ ବସିଛନ୍‌। ତାକର ଦୁରଦଶା ବାବ୍‌ଦେ ଗଲା ୨୫ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ପଲିଥିନ୍‌ ତଲେ ଅସାହା ଜୀବନ୍‌’ ଶୀରଷକ୍‌ରେ ନିକିନିଖିନୁ ଖବର ବାହାରିଥିଲା। ଖବର ବାହାରଲାରୁ ମାଣ୍ଡୋସିଲ ପଁଚେତ୍‌ କାର୍ଯ୍ୟନିର୍ବାହୀ ଅଧ୍‌କାରୀ ୫ ଦିନ୍‌ ତଲେ ଇ ପରିବାରକେ ଗୁଟେ ନୂଅଁା ରାଶନ କାର୍ଡ ଦେଇଛନ୍‌। ହେଲେ ନୂଅଁା ରେଶନ କାର୍ଡରେ କଷ୍ଟ ଆଏବାର ଫେବୃୟାରୀ ୨୦୨୦ରୁ ଚାଉଲ ଉଠେଇ ପାରବେ। ଇଆଡ଼େ ଯେ ଅଭାବ ଅନାଟନ ଲାଗି ୫ ପରାନୀ କୁଟୁମ ବଡ଼ା ଗୁଲ୍‌ଗୁଲା ହେଉଛନ୍‌। ସେନ୍‌ତା ଘରଦୁଆର ଅଭାବୁ କୁଟୁମବସିଆ ପଲିଥିନ୍‌ ତଲେ ଜୀବନ୍‌ ବିତଉଛନ୍‌।
ପୂରବର ସୂଚନା ଅନ୍‌ସାରେ ମାଣ୍ଡୋସିଲ ପଁଚେତ୍‌ ଡୁମେରବାହାଲ ଗଁାର କଷ୍ଟ ସାହୁକଁର ପରିବାର କହେଲେ ମାଏକିନା ଆର ଦୁଇ ପୁଓକୁ ନେଇ ସଁସାର। ପରିବାରଟା ନିହାତି ଗରିବ୍‌, କଷ୍ଟ କୁଲିମଜୁରି କରି କୁଟୁମ ପୁଷୁଛନ୍‌। ଏନ୍‌ତା କି ତାକର ଜମିବାଡ଼ି କିଛି ନଁାଇଁନ। ମାଣ୍ଡୋଲିସ ଗଁାର ଲକ୍ଷ୍ମଣ ସୁନା ତାହାକୁ ୨ ଡେସିମିଲ ଜାଗା ଦାନରେ ଦେଇଛନ୍‌। ସେ ଜାଗାରେ କଷ୍ଟ ଝାଟିମାଟିର କୁରିଆଟେ କରି ପଲିଥିନ୍‌ ଢାପି କୁଟୁମବସିଆ ରହୁଛନ୍‌। କଷ୍ଟ ଭୂମିହୀନ ହିସାବେ ସରକାରୀ ଯୋଜନାରେ ୪ ଡେସିମିଲ ଡିହ ପାଇଛନ୍‌ ସତ୍‌। ହେଲେ ସେ ପାଇଥିବାର ଜାଗା ଘର ତିଆରିବାର ଲେଖେଁ ଜାଗା ନୁହେ। ଆଗରୁ କଷ୍ଟ କୁଟୁମସିଆ ପଦ୍ମପୁର ବ୍ଲକ କଲିଆମୁଣ୍ଡା ଗଁାରେ କୁଲିମଜୁରି କରି ରହୁଥିଲେ। ସେଠାନେ ତାକର ରାଶନ କାର୍ଡ ବି ହେଇଥିଲା। ହେଲେ ନିଜର ଗଁାକେ ଫିରଲା ଉତାରୁ ଆଏଜ୍‌କେ ୪ ବଛର ହେଲା ସେ ରାଶନ କାର୍ଡ ଖଁଡ଼େ ପାଇ ନାଇଁପାରବାର। ଏନ୍‌ତା କି ସେ ଭିନେ ଭିନେ ସମିଆରେ ସରକାରୀ ଯୋଜନାରେ ଘରଖଁଡ଼େ ଆର ରାଶନ କାର୍ଡ ଲାଗି ପରଶାସନିକ ଅଧ୍‌କାରୀମାନକୁ ଗୁହାରି କରି ନିରାଶ ହେଇଛନ୍‌। ଯେନ୍‌ଥିରଲାଗି ସେ ସୋମବାରନୁ କୁଟୁମବସିଆ ପଁଚେତ୍‌ ଅଫିସ ଆଘେ ଆମରଣ ଅନଶନରେ ବସିଥିବାର କହିଛନ୍‌। ଖବର ପାଇ ପାଇକମାଲ ଏବିଡିଓ ପ୍ରଦୀପ କୁମାର ଭୋଇ ଘଟନାଥଲରେ ପୁହୁଁଚି ପରିବାର ଲୁକ୍‌କୁ ବୁଝାଶୁଝା କରିଥିଲେ। ହେଲେ ପରଶାସନ ଆମର ସୁବିଧା ନାଇଁକଲେ ଅନଶନରୁ ନାଇଁ ଉଠୁଁ ବଲି ସେମାନେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ବରଗଡ଼ରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ, ଖଡ଼ି ଛୁଆଁଇଲେ ଜିଲାପାଳ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ)- ଚଳିତ ଶିକ୍ଷାବର୍ଷରେ ନୂତନ ଛାତ୍ରୀଛାତ୍ରମାନଙ୍କ ନାମଲେଖା ଓ ଖଡ଼ିଛୁଆଁ ପାଇଁ ଶନିବାର ଜିଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri