ପର୍ଯ୍ୟଟନ ଶିଳ୍ପ ପାଇଁ ପୋଷ୍ଟ-ଲକ୍‌ଡାଉନ୍‌ ରୋଡ୍‌ମ୍ୟାପ୍‌

ଭୁବନେଶ୍ୱର,୮।୫(ବ୍ୟୁରୋ): ଲକ୍‌ଡାଉନ୍‌ ପରେ ରାଜ୍ୟର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାକୁ ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ର ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ଉଭୟ ସହର ଓ ଗ୍ରାମାଞ୍ଚଳରେ ପର୍ଯ୍ୟଟନ ଶିଳ୍ପକୁ ପୁନର୍ବାର ବିକଶିତ କରିବାକୁ ପଦକ୍ଷେପ ନିଆଯିବ। ଗୁରୁବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି। ପର୍ଯ୍ୟଟନ ସଚିବ ବିଶାଲ ଦେବ ବୈଠକରେ ଉପସ୍ଥିତ ରହି ବିଭିନ୍ନ ପ୍ରସ୍ତାବ ଆଗତ କରିଥିବାବେଳେ ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ପୋଷ୍ଟ୍‌ ଲକ୍‌ଡାଉନ୍‌ ସମୟରେ ବିଦେଶୀ ପରିବର୍ତ୍ତେ ଘରୋଇ ପର୍ଯ୍ୟଟକଙ୍କ ଉପରେ ଅଧିକ ଫୋକସ୍‌ କରିବାକୁ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ତର୍ଜାତୀୟ ପର୍ଯ୍ୟଟନ ଶିଳ୍ପ ତୁଳନାରେ ଘରୋଇ ପର୍ଯ୍ୟଟନ ଶିଳ୍ପ ଶୀଘ୍ର ପୂର୍ବାବସ୍ଥାକୁ ଫେରିବାର ସମ୍ଭାବନା ରହିଛି। ତେଣୁ ଇଣ୍ଟ୍ରା-ଷ୍ଟେଟ୍‌ ଟୁରିଜମ୍‌ ବା ଆନ୍ତଃରାଜ୍ୟ ପର୍ଯ୍ୟଟନର ପ୍ରଚାର ପ୍ରସାର ଲାଗି ପର୍ଯ୍ୟଟନ ବିଭାଗ ସ୍ବତନ୍ତ୍ର ଟୁର୍‌ ପ୍ୟାକେଜ୍‌ ପ୍ରସ୍ତୁତ କରିବାକୁ କୁହାଯାଇଛି। ଏହାସହ ପଡ଼ୋଶୀ ରାଜ୍ୟର ପ୍ରମୁଖ ସହର ସହ ଦେଶର କେତେକ ବଛା ବଛା ସହରରେ ଓଡ଼ିଶା ଟୁରିଜମ୍‌ର ରୋଡ୍‌ ଶୋ’ ଅନୁଷ୍ଠିତ ହେବ। ରାଞ୍ଚତ୍, ଭାଇଜାଗ୍‌, କଲିକତା, ରାଇପୁର, ବିଳାସପୁର, ଦୁର୍ଗ-ଭିଲାଇ, ଜାମସେଦପୁର, ବୋକାରୋ ଭଳି ସହରରୁ ରୋଡ୍‌ ଟ୍ରିପ୍‌ ପାଇଁ ସ୍ବତନ୍ତ୍ର ଇଟିନେରାରୀ ପ୍ରସ୍ତୁତ ହେବ। ଓଡ଼ିଶାର ପାରମ୍ପରିକ ଖାଦ୍ୟର ପ୍ରଚାର ପ୍ରସାର ମାଧ୍ୟମରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯିବ। ଏଥିପାଇଁ ଦେଶର ୬ଟି ମେଟ୍ରୋ ସହରରେ ଓଡ଼ିଆ ଫୁଡ୍‌ ଫେଷ୍ଟିଭାଲର ଆୟୋଜନ କରାଯିବ ବୋଲି ପର୍ଯ୍ୟଟନ ସଚିବ ସୂଚନା ଦେଇଥିଲେ।
ଅନ୍ୟପକ୍ଷରେ ଟୁରିଜମ୍‌ ଓ ହସ୍ପିଟାଲିଟି ସେକ୍ଟରରେ ଅଧିକରୁ ଅଧିକ ପୁଞ୍ଜିନିବେଶ ପାଇଁ ବେସରକାରୀ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବାକୁ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥାନଗୁଡ଼ିକରେ ଏହି ପୁଞ୍ଜିନିବେଶ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଚିଲିକାର ରମ୍ଭା, ସାତପଡ଼ା କ୍ଲଷ୍ଟର, ଭିତରକନିକା ଜାତୀୟ ଉଦ୍ୟାନ, ଚନ୍ଦ୍ରଭାଗା ଓ ତାଳସରି ବିଚ୍‌ଫ୍ରଣ୍ଟ୍‌ର ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦିଆଯିବ। କୋଭିଡ୍‌-୧୯ ଯୋଗୁ ରାଜ୍ୟ ପର୍ଯ୍ୟଟନ ଶିଳ୍ପ ବହୁଳଭାବେ ପ୍ରଭାବିତ ହୋଇଥିବାବେଳେ ଓଡ଼ିଶା ପର୍ଯ୍ୟଟନର ପ୍ରମୁଖ ଷ୍ଟେକ୍‌ହୋଲ୍ଡର ତଥା ହୋଟେଲ, ରେଷ୍ଟୁରାଣ୍ଟ, ରିସର୍ଟ୍‌ସ, ଟୁର୍‌ ଅପରେଟରଙ୍କ ସମେତ ଆଡ୍‌ଭେଞ୍ଚର ସ୍ପୋର୍ଟସ, ହୋମ୍‌ ଷ୍ଟେ ଏବଂ ବୋଟ୍‌ ଅପରେଟରମାନେ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି। ତେଣୁ ପରବର୍ତ୍ତୀ ସମୟରେ ସେମାନଙ୍କୁ ଆର୍ଥିକ ସହାୟତା ପାଇଁ ସମସ୍ତ ବ୍ୟାଙ୍କ୍‌ ଓ ବିତ୍ତୀୟ ସଂଗଠନ ସହ ଆଲୋଚନା କରିବାକୁ ବିଶାଲ ଦେବ ପରାମର୍ଶ ଦେଇଥିଲେ।

ଫୋକସରେ ବୁଦ୍ଧିଷ୍ଟ ସର୍କିଟ, ଶାମୁକା ପ୍ରକଳ୍ପ
ରାଜ୍ୟରେ ବୁଦ୍ଧିଷ୍ଟ ସର୍କିଟର ବିକାଶ ସହ ଶାମୁକା ପ୍ରକଳ୍ପକୁ ଫୋକସରେ ରଖାଯିବ। ଦାରିଙ୍ଗବାଡ଼ି, ଦେବ୍ରୀଗଡ଼, ସାତକୋଶିଆ, କୋଣାର୍କ ଏବଂ ନରାଜରୁ ଧବଳେଶ୍ୱର ମଧ୍ୟରେ ଥିବା ମହାନଦୀ ବାଲୁକାଶଯ୍ୟାରେ ଇକୋ-ରିଟ୍ରିଟ୍‌ ଢାଞ୍ଚାରେ ଗ୍ଲାମ୍ପିଂ ଇଭେଣ୍ଟ ଆୟୋଜନ ଉପରେ ଗୁରୁତ୍ୱ ଦିଆଯିବ। ଏଥିପାଇଁ ଏହି ସ୍ଥାନଗୁଡ଼ିକୁ ଇକୋ-ରିଟ୍ରିଟ୍‌ ୨୦୨୦ ହବ୍‌ ଭାବେ ବିକଶିତ କରାଯିବ। ହୋମ୍‌ ଷ୍ଟେ’, ହେରିଟେଜ୍‌ ହସ୍ପିଟାଲିଟି, ହାଉସ୍‌ ବୋଟ୍‌, ବିଚ୍‌ ସ୍ୟାକ୍‌ ଭଳି ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ଉପରେ ବୈଠକରେ ଆଲୋଚନା କରାଯାଇଥିବାବେଳେ ଯଥାଶୀଘ୍ର ଏହି ପ୍ରକଳ୍ପକୁ ଆରମ୍ଭ କରିବା ପାଇଁ ସରକାରୀ ଏଜେନ୍ସି ଏବଂ ଷ୍ଟେକ୍‌ହୋଲ୍ଡରଙ୍କ ସହ ଆଲୋଚନା କରିବାକୁ ମୁଖ୍ୟଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri