Posted inଫୁରସତ

ପର୍ଯ୍ୟଟନସ୍ଥଳୀ: ପ୍ରାକୃତିକ ବୈଭବରେ ଭରା ଥେନୀ

ତାମିଲନାଡୁର ଜଳବାୟୁ ସବୁ ସମୟରେ ବୁଲାବୁଲି କରିବା ପାଇଁ ବେଶ୍‌ ଅନୁକୂଳ ରହିଥାଏ। ଏଠାରେ ଗୋଟିଏ କି ଦୁଇଟି ନୁହେଁ, ଏମିତି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ରହିଛି, ଯେଉଁଠାକୁ ବୁଲିଗଲେ ନିଆରା ଅନୁଭୂତି ସାଉଁଟିବାର ସୁଯୋଗ ମିଳିଥାଏ। ତନ୍ମଧ୍ୟରୁ ଗୋଟିଏ ଦର୍ଶନୀୟସ୍ଥାନ ହେଉଛି ଥେନୀ। ତାମିଲନାଡୁର ଏହା ହେଉଛି ଏକ ଜିଲା। ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟରେ ଭରା ଥେନୀରେ ପର୍ଯ୍ୟଟକ ବିଭିନ୍ନ ସ୍ଥାନ ବୁଲିବା ସହ ଅନେକ କିଛି କିଣିପାରିବେ।

କ’ଣ ଦେଖିବେ
ଥେନୀରେ ପର୍ଯ୍ୟଟକଙ୍କୁ ଆକର୍ଷିତ କଲା ଭଳି ଅନେକ ଦର୍ଶନୀୟସ୍ଥାନ ରହିଛି। ବୈଗାଇ ଡ୍ୟାମ, ସୋଥୁପରାଇ ଡ୍ୟାମ୍‌ ଏବଂ ଶାନ୍‌ମୁଙ୍ଗାଥି ଡ୍ୟାମ୍‌ ହେଉଛି ଏଠାକାର ତିନୋଟି ପ୍ରମୁଖ ପିକ୍‌ନିକ୍‌ ସ୍ପଟ୍‌। ସେହିପରି ଏଠାରେ କେତୋଟି ଆକର୍ଷଣୀୟ ଝରଣା ବି ଦେଖିବାକୁ ମିଳିଥାଏ। ତନ୍ମଧ୍ୟରୁ କୁମ୍ବାକାରାଇ ଝରଣା, ଚାଇନା ସୁରୁଲି ଝରଣା ହେଉଛି ଅନ୍ୟତମ। ତା’ଛଡ଼ା ଥେନୀରେ ଅନେକ ଦେବାଳୟ ମଧ୍ୟ ରହିଛି। ଯେମିତି କି କାମାକ୍ଷୀ ଅମ୍ମାନ୍‌ ମନ୍ଦିର, ଗୌମରିୟମ୍ମନ ମନ୍ଦିର, ମନଥାଇୟାମ୍ମନ୍‌ ମନ୍ଦିର ଇତ୍ୟାଦି ପ୍ରମୁଖ। ଏସବୁ ବ୍ୟତୀତ ପର୍ଯ୍ୟଟକ ଚାହିଁଲେ ଥେନୀର କେତୋଟି ପ୍ରମୁଖ ସହର ଯେମିତି କି ପେରିୟାକୁଲମ୍‌, ଉଥାମାପାଲ୍ୟମ୍‌, କମ୍‌ବମ୍‌, ବୋଦିନାୟାକାନୁର୍‌ ଇତ୍ୟାଦି ଅଞ୍ଚଳକୁ ବି ବୁଲି ଯାଇପାରିବେ। ତେବେ ଥେନୀରେ ପୋଙ୍ଗଲ, ଶିବରାତ୍ର ତଥା ମାସି ମହମ୍‌ ଇତ୍ୟାଦି ପର୍ବପର୍ବାଣିକୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। ଏହି ସମୟରେ ଏଠାରେ ବହୁ ଜନସମାଗମ ହୋଇଥାଏ।

ଥେନୀର ଅର୍ଥନୀତି
ଥେନୀର ଅର୍ଥନୀତି ସମ୍ପୂର୍ଣ୍ଣ ଭାବେ ଏଠାକାର କୃଷି ଉପରେ ହିଁ ନିର୍ଭର କରିଥାଏ। ଏଠାରେ ମୁଖ୍ୟତଃ ଆଖୁ, ତୁଳା, ଧାନ, ବାଜରା, ଚିନାବାଦାମ ଆଦି ଚାଷ କରାଯାଇଥାଏ। ତା’ଛଡ଼ା କଦଳୀ, ନଡିଆ, ଚା’, କଫି, ଅଳେଇଚ, ରସୁଣ, ଅଙ୍ଗୁର, ଲଙ୍କା ତଥା ଆମ୍ବ ଇତ୍ୟାଦି ବି ଚାଷ କରି ବାହାରକୁ ରପ୍ତାନି କରାଯାଇଥାଏ। ତେଣୁ ପର୍ଯ୍ୟଟକ ଏଠାକୁ ଗଲେ ଏହି ସବୁ ଖାଦ୍ୟ ତଥା ମସଲା ସାମଗ୍ରୀ ବେଶ୍‌ ସୁଲଭ ଦରରେ କିଣିପାରିବେ। ଅନ୍ୟପକ୍ଷେ ଏଠାରେ ରେଶମ ଚାଷ ବି ଭଲ ହୋଇଥାଏ। ଫଳରେ ଏଠାକାର ରେଶମ ଲୁଗାର ଚାହିଦା ବଜାରରେ ଖୁବ୍‌ ରହିଥାଏ।

କେବେ ଯିବେ
ଏଠାକୁ ବର୍ଷର ଯେ କୌଣସି ସମୟରେ ବୁଲି ଯାଇହେବ। କାରଣ ବର୍ଷସାରା ଏଠାକାର ଜଳବାୟୁ ବୁଲାବୁଲି କରିବା ପାଇଁ ବେଶ୍‌ ଅନୁକୂଳ ରହିଥାଏ। ତେବେ ଅନ୍ୟଦିନ ତୁଳନାରେ ବିଭିନ୍ନ ପର୍ବପର୍ବାଣି ସମୟରେ ଏଠାକୁ ଗଲେ ନିଆରା ଅନୁଭୂତି ମିଳିଥାଏ।

କେମିତି ଯିବେ
ଏଠାକୁ ଯିବା ପାଇଁ ଗମନାଗମନର ସବୁ ସୁବିଧା ରହିଛି। ମଦୁରାଇ ଏୟାରପୋର୍ଟ ଏହାର ନିକଟତମ ବିମାନବନ୍ଦର, ଯାହା ଥେନୀଠାରୁ ପ୍ରାୟ ୮୭ କି.ମି.ଦୂରରେ ଅବସ୍ଥିତ। ସେହିପରି ପାଲାନି ରେଲଓ୍ବେ ଷ୍ଟେଶନ ହେଉଛି ଏହାର ନିକଟବର୍ତ୍ତୀ ରେଳଷ୍ଟେଶନ। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ଟୁରିଷ୍ଟ ବସ୍‌ ବି ଯା’ଆସ କରିଥାଏ। ତେଣୁ ପର୍ଯ୍ୟଟକଙ୍କୁ ଯେଉଁଥିରେ ସୁବିଧା ସେଥିରେ ଯାଇ ଆରାମରେ ଏଠାରେ ପହଞ୍ଚତ୍ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri