Posted inଫୁରସତ

ପର୍ଯ୍ୟଟନସ୍ଥଳୀ: ଫୁଲରେ ସଜ୍ଜିତ କାସ୍‌ ମାଳଭୂମି

ମହାରାଷ୍ଟ୍ରର ସତାରା ନାମକ ସହରଠାରୁ ପ୍ରାୟ ୨୫ କି.ମି. ଦୂରରେ ରହିଛି ଏକ ଆକର୍ଷଣୀୟ ମାଳଭୂମି, ଯାହାର ନାଁ ହେଉଛି କାସ୍‌ ମାଳଭୂମି। ଏହାକୁ କେହି କେହି କାସ୍‌ ପଠାର୍‌ ବୋଲି ବି କହିଥାନ୍ତି। ବର୍ଷାଦିନ ସରିଆସିଲା ବେଳକୁ ଏଠାରେ ବିଭିନ୍ନ ପ୍ରକାର ରଙ୍ଗବେରଙ୍ଗର ଫୁଲ ଫୁଟି ମାଳଭୂମିକୁ ଆକର୍ଷଣୀୟ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ, ଯାହାକୁ ଦେଖିଲେ ମନ ମୁଗ୍ଧ ହୋଇଗଲା ପରି ଲାଗେ। ତା’ଛଡ଼ା ଏହି ସ୍ଥାନଟି ଦେଶରେ ଦେଖିବାକୁ ମିଳୁଥିବା କେତେକ ଶାନ୍ତିପୂର୍ଣ୍ଣ ସ୍ଥାନ ମଧ୍ୟରୁ ଅନ୍ୟତମ। ଖାସ୍‌ ଏଥିପାଇଁ ଏହାକୁ ୟୁନେସ୍କୋ ଓ୍ବାଲର୍‌ଡ ନାଚୁରାଲ ହେରିଟେଜ୍‌ ସାଇଟ୍‌ର ମାନ୍ୟତା ମିଳିପାରିଛି।

ମାଳଭୂମିର ଆକର୍ଷଣ
ସମୁଦ୍ର ପତ୍ତନଠାରୁ ପ୍ରାୟ ୧୨୦୦ ମିଟର ଉଚ୍ଚତାରେ ଥିବା ଏହି ମାଳଭୂମିଟି ପାଖାପାଖି ୧୦ ବର୍ଗ କି.ମି. ପର୍ଯ୍ୟନ୍ତ ପରିବ୍ୟାପ୍ତ। ବର୍ଷାଦିନ ସରିଆସିଲା ବେଳକୁ ଏଠାରେ ବିଭିନ୍ନ ପ୍ରକାର ରଙ୍ଗବେରଙ୍ଗର ଫୁଲ ଫୁଟିବା ଆରମ୍ଭ ହୋଇଥାଏ। ସୂଚନାନୁଯାୟୀ, ଏଠାରେ କୁଆଡ଼େ ୮୫୦ କିସମର ଫୁଲଗଛ ଦେଖିବାକୁ ମିଳେ। ତନ୍ମଧ୍ୟରୁ ଅର୍କିଡ୍‌ କିସମର କେତେକ ବିରଳ ଫୁଲ ଏଠାକାର ମୁଖ୍ୟ ଆକର୍ଷଣ ସାଜିଥାଏ। ତେବେ ମୁଖ୍ୟ କଥା ହେଉଛି ସ୍ଥାନୀୟ ଅଞ୍ଚଳରେ ଦେଖିବାକୁ ମିଳୁଥିବା ମୃତ୍ତିକା ଏବଂ ଜଳବାୟୁରେ ଏମିତି କିଛି ବିଶେଷତା ରହିଛି, ଯେଉଁଥିପାଇଁ ଏଠାରେ ଫୁଲଗଛ ଖୁବ୍‌ ସୁନ୍ଦର ଭାବେ ବଢିଥାଏ। ଅଳ୍ପ କିଛି ଫୁଲଗଛକୁ ଏଠାରେ ଲଗାଯାଉଥିବାବେଳେ ମାତ୍ରାଧିକ ଫୁଲଗଛ ଏଠି ସ୍ବତଃ ପ୍ରବୃତ୍ତ ଭାବେ ଉଠି ମାଳଭୂମିର ଶୋଭାକୁ ବୃଦ୍ଧି କରିଥାଏ, ଯାହା ଦେଖିବାକୁ ବେଶ୍‌ ଆଖିଦୃଶିଆ ହୋଇଥାଏ।

ଆଉ କ’ଣ ଦେଖିବେ
କାସ୍‌ ମାଳଭୂମିର ଦକ୍ଷିଣ ଦିଗରେ ଏକ ହ୍ରଦ ରହିଛି, ଯାହାର ନାଁ ବି ହେଉଛି କାସ୍‌ ହ୍ରଦ। ଘଞ୍ଚଅରଣ୍ୟ ପରିବେଷ୍ଟିତ ଏହି ହ୍ରଦ ମଧ୍ୟ ପର୍ଯ୍ୟଟକଙ୍କୁ ଖୁବ୍‌ ଆକର୍ଷିତ କରିଥାଏ। ସେହିପରି ମାଳଭୂମିର ନିକଟବର୍ତ୍ତୀ ଅଞ୍ଚଳରେ ଭାଜ୍‌ରାଇ ନାମକ ଏକ ଜଳପ୍ରପାତ ବି ରହିଛି। ପର୍ଯ୍ୟଟକ ଚାହିଁଲେ ଏଠାକୁ ମଧ୍ୟ ବୁଲିଯାଇପାରିବେ।

କେବେ ଯିବେ
ଏହି ସ୍ଥାନକୁ ବର୍ଷାଦିନ ସରିଆସିଲା ବେଳକୁ ଗଲେ ହିଁ ବୁଲିବାର ପ୍ରକୃତ ମଜା ମିଳିଥାଏ। କାରଣ ସେହି ସମୟରେ ଏଠାରେ ରଙ୍ଗବେରଙ୍ଗର ଫୁଲ ଫୁଟି ମାଳଭୂମିକୁ ଖୁବ୍‌ ସୁନ୍ଦର ଭାବେ ସଜେଇ ଦେଇଥାଏ। ତେଣୁ ବର୍ଷାଦିନ ଅର୍ଥାତ ଅଗଷ୍ଟରୁ ଅକ୍ଟୋବର ମାସ ଭିତରେ ଏଠାକୁ ଗଲେ ମାଳଭୂମିର ପ୍ରକୃତ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିହୁଏ। ତା’ଛଡ଼ା ନଭେମ୍ବର ଓ ଡିସେମ୍ବରରେ ବି ଏଠାରେ ଅଳ୍ପ କିଛି ଫୁଲର ସମ୍ଭାର ଦେଖିବାକୁ ମିଳିଥାଏ। ସେଥିପାଇଁ ପର୍ଯ୍ୟଟକ ଅଗଷ୍ଟରୁ ଡିସେମ୍ବର ଭିତରେ ଯେତେବେଳେ ଚାହିଁବେ କାସ୍‌ ମାଳଭୂମିକୁ ବୁଲିବାକୁ ଯାଇ ଏକ ନିଆରା ଅନୁଭୂତି ପାଇପାରିବେ।

କେମିତି ଯିବେ
ମହାରାଷ୍ଟ୍ରର ସତାରା ଟାଉନ୍‌ଠାରୁ ପ୍ରାୟ ୨୫କି.ମି., ପୁନେଠାରୁ ପ୍ରାୟ ୧୨୫ କି.ମି., ମୁମ୍ବାଇଠାରୁ ପ୍ରାୟ ୨୮୦କି.ମି., କୋହ୍ଲାପୁରଠାରୁ ପ୍ରାୟ ୧୫୦ କି.ମି. ଏବଂ ସାଙ୍ଗ୍‌ଲିଠାରୁ ପ୍ରାୟ ୧୪୭ କି.ମି. ଦୂରରେ ଥିବା ଏହି ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀକୁ ଯିବା ପାଇଁ ଗମନାଗମନର ବେଶ୍‌ ଭଲ ସୁବିଧା ରହିଛି। ପୁନେ ଏୟାର୍‌ପୋର୍ଟ ଏହାର ନିକଟତମ ବିମାନବନ୍ଦର ହୋଇଥିବାବେଳେ ସତାରା ରେଲଓ୍ବେ ଷ୍ଟେଶନ ହେଉଛି କାସ୍‌ ମାଳଭୂମିକୁ ବୁଲିଯିବା ପାଇଁ ନିକଟବର୍ତ୍ତୀ ଏକ ପ୍ରମୁଖ ରେଳ ଷ୍ଟେଶନ। ସେହିପରି ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରୁ ଏହି ମାଳଭୂମି ନିକଟକୁ ସିଧାସଳଖ ଟୁରିଷ୍ଟ ବସ୍‌ ବି ଯାଉଛି। ତେଣୁ ପର୍ଯ୍ୟଟକ ନିଜ ସୁବିଧାନୁସାରେ ଯେଉଁଥିରେ ଚାହିଁବେ ସେଥିରେ ଯାଇ ଆରାମରେ ଏହି ସ୍ଥାନରେ ପହଞ୍ଚତ୍ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri