Posted inଫୁରସତ

ପର୍ଯ୍ୟଟନସ୍ଥଳୀ: ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସହର ହୋସ୍ପେଟ୍‌, ସାଇତି ରଖିଛି ପ୍ରାଚୀନ ଯୁଗର ସ୍ମାରକୀ

କର୍ନାଟକର ବେଲ୍ଲାରି ଜିଲା ଅନ୍ତର୍ଗତ ଏକ ସୁନ୍ଦର ପର୍ଯ୍ୟଟନସ୍ଥଳୀ ହେଉଛି ହୋସ୍ପେଟ୍‌, ଯାହା ନିଜର ଐତିହାସିକ ତଥା ପ୍ରାକୃତିକ ମହତ୍ତ୍ୱ ପାଇଁ ବେଶ୍‌ ପ୍ରସିଦ୍ଧ। ତୁଙ୍ଗଭଦ୍ରା ନଦୀ କୂଳରେ ଥିବା ଏହି ଛୋଟ ସହରଟି କର୍ନାଟକସ୍ଥିତ ଅନ୍ୟତମ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ହାମ୍ପିଠାରୁ ପ୍ରାୟ ୧୨ କି.ମି ଦୂରରେ ଅବସ୍ଥିତ। ଛୋଟ ସହରଟିଏ ହୋଇଥିଲେ ବି ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ କୌଣସି ଗୁଣରେ କମ୍‌ ନୁହେଁ। ପ୍ରାଚୀନ ଯୁଗର ଅନେକ ସ୍ମାରକୀକୁ ଏହା ନିଜ ଭିତରେ ସାଇତି ରଖିଥିବା ଏବେ ବି ଦେଖିବାକୁ ମିଳେ। ଖାସ୍‌ ସେଥିପାଇଁ ବର୍ଷସାରା ଏଠାରେ ପର୍ଯ୍ୟଟକଙ୍କର ଭିଡ଼ ପରିଲକ୍ଷିତ ହୋଇଥାଏ।

କେମିତି ଯିବେ
ଏଠାକୁ ଯିବାପାଇଁ ଗମନାଗମନର ବେଶ୍‌ ସୁବିଧା ରହିଛି। ସ୍ଥାନୀୟ ଜିନ୍ଦଲ ବିଜୟନଗର ଏୟାର୍‌ପୋର୍ଟ ହେଉଛି ଏହାର ନିକଟତମ ବିମାନବନ୍ଦର, ଯାହା ହୋସ୍ପେଟ୍‌ଠାରୁ ପ୍ରାୟ ୩୦ କି.ମି ଦୂରରେ ଅବସ୍ଥିତ। ତେବେ ସ୍ଥାନୀୟ ଏହି ଏୟାର୍‌ପୋର୍ଟକୁ ବାଙ୍ଗାଲୋର୍‌ ତଥା ହାଇଦ୍ରାବାଦ୍‌ରୁ ନିୟମିତ ବ୍ୟବଧାନରେ ବିମାନ ଚଳାଚଳ କରିଥାଏ। ଅନ୍ୟପକ୍ଷେ ହୋସ୍ପେଟ୍‌ ଜଙ୍କଶନ୍‌ ରେଲଓ୍ବେ ଷ୍ଟେଶନ ହେଉଛି ଏଠାକାର ନିକଟତମ ତଥା ମୁଖ୍ୟ ରେଳଷ୍ଟେଶନ। ତା’ଛଡ଼ା ସଡ଼କପଥରେ ବି ଏଠାକୁ ଯିବାର ବ୍ୟବସ୍ଥା ରହିଛି।

କେବେ ଯିବେ
ଏଠାରେ ମାର୍ଚ୍ଚରୁ ମେ ଗ୍ରୀଷ୍ମ, ଜୁନ୍‌ରୁ ଅଗଷ୍ଟ ବର୍ଷା ତଥା ନଭେମ୍ବରରୁ ଫେବୃୟାରୀ ଶୀତଋତୁ ଅନୁଭୂତ ହୋଇଥାଏ। ଖରାଦିନେ ଏଠାରେ ତାପମାତ୍ରା ପ୍ରାୟତଃ ୩୩ରୁ ୪୩ ଡିଗ୍ରୀ ସେଲ୍‌ସିୟସ୍‌ ଭିତରେ ରହୁଥିବାବେଳେ ଶୀତିଦନେ ତାପମାତ୍ରା ପ୍ରାୟ ୧୫ ଡିଗ୍ରୀ ସେଲ୍‌ସିୟସ୍‌ ରହିଥାଏ। ଅନ୍ୟପକ୍ଷେ ବର୍ଷାଦିନେ ବି ଏଠାରେ ଭଲ ବର୍ଷା ହୋଇଥାଏ। ତେବେ ଖରା ହେଉ କି ବର୍ଷା କିମ୍ବା ଶୀତ ଏଠାକୁ ବୁଲିଯିବା ପାଇଁ ସେମିତି କିଛି ଖାସ୍‌ ସମୟର ଆବଶ୍ୟକତା ନାହିଁ। ପର୍ଯ୍ୟଟକ ନିଜ ସୁବିଧା ଅନୁସାରେ ଯେତେବେଳେ ଚାହିଁବେ ସେତେବେଳେ ହୋସ୍ପେଟ୍‌କୁ ବୁଲିବାକୁ ଯାଇପାରିବେ। ହେଲେ ପ୍ରାୟତଃ ପର୍ଯ୍ୟଟକ ଶୀତଦିନେ ଏଠାକୁ ବୁଲିଯିବା ପାଇଁ ଅଧିକ ପସନ୍ଦ କରିଥାନ୍ତି।

କ’ଣ ଦେଖିବେ
ତୁଙ୍ଗଭଦ୍ରା ଡ୍ୟାମ୍‌: ସ୍ଥାନୀୟ ତୁଙ୍ଗଭଦ୍ରା ନଦୀ ଉପରେ ଗଢି ଉଠିଥିବା ଡ୍ୟାମ୍‌ଟି ତୁଙ୍ଗଭଦ୍ରା ଡ୍ୟାମ୍‌ ଭାବେ ବେଶ୍‌ ପ୍ରସିଦ୍ଧ। ୧୯୫୩ ମସିହାରୁ କାର୍ଯ୍ୟକାରୀ ହୋଇଥିବା ଏହି ଡ୍ୟାମ୍‌ଦ୍ୱାରା ବିଦ୍ୟୁତ୍‌ ଉତ୍ପାଦନ ହେବା ସହିତ ସ୍ଥାନୀୟ ଅଞ୍ଚଳରେ ଦେଖାଯାଉଥିବା ବନ୍ୟା ପରିସ୍ଥିତିକୁ ବି ସହଜରେ ରୋକି ହେଲା। ଏବେ ଏହା ସେଠାକାର ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଭାବେ ଗଣାଯାଉଛି। ଖାସ୍‌କରି ଏହି ଜଳାଶୟକୁ ଦେଶବିଦେଶରୁ ଆସୁଥିବା ବହୁ ଭ୍ରମଣପ୍ରିୟ ପକ୍ଷୀ ପର୍ଯ୍ୟଟକଙ୍କୁ ଅଧିକ ଆକର୍ଷିତ କରିପାରୁଛି।


ହାମ୍ପି: ହୋସ୍ପେଟ୍‌ଠାରୁ ମାତ୍ର ୧୨ କି.ମି ଦୂରରେ ଥିବା ହାମ୍ପି ମଧ୍ୟ ହେଉଛି କର୍ନାଟକର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ। ଏହା ୟୁନେସ୍କୋ ଓ୍ବାଲର୍‌ଡ ହେରିଟେଜ୍‌ ସାଇଟ୍‌ର ମାନ୍ୟତା ମଧ୍ୟ ପାଇଛି। କୁହାଯାଏ, ଏକଦା ହାମ୍ପିର ବିଜୟନଗର ସାମ୍ରାଜ୍ୟ ସହ ଘନିଷ୍ଠ ସମ୍ପର୍କ ଥିଲା। ତେଣୁ ଏବେ ବି ଏଠାରେ ଅନେକ ଐତିହାସିକ କିମ୍ବଦନ୍ତୀ ଦେଖିବାକୁ ମିଳିଥାଏ। ଖାସ୍‌ କରି ଏଠାରେ ଥିବା ବହୁ ପ୍ରାଚୀନ ମନ୍ଦିର, ମହଲ, ରାଜକୀୟ ମଣ୍ଡପ, ଜଳାଶୟ, ପୁରୁଣା ବଜାର ଇତ୍ୟାଦି ପର୍ଯ୍ୟଟକଙ୍କୁ ଖୁବ୍‌ ଆକର୍ଷିତ କରିଥାଏ।

କେବଳ ଏତିକି ନୁହେଁ ହୋସ୍ପେଟ୍‌ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀମାନ ମଧ୍ୟ ରହିଛି, ଯାହା ପର୍ଯ୍ୟଟକଙ୍କୁ ନିଆରା ଅନୁଭୂତି ପ୍ରଦାନ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri