Posted inଫୁରସତ

ପର୍ଯ୍ୟଟନସ୍ଥଳୀ: ଐତିହାସିକ ଥଙ୍ଗାସେରୀ ଦୁର୍ଗ

କେରଳର କୋଲ୍ଲାମ୍‌ ସହର ଅନ୍ତର୍ଗତ ଏକ ତଟୀୟ  ଅଞ୍ଚଳ ହେଉଛି ଥଙ୍ଗାସେରୀ। ଏଠାରେ ରହିଛି ଏକ ପ୍ରାଚୀନ ଦୁର୍ଗ, ଯାହାର ନାଁ ହେଲା ଥଙ୍ଗାସେରୀ ଦୁର୍ଗ। ସେଣ୍ଟ ଥୋମାସ୍‌ ଦୁର୍ଗ ଭାବେ ବି ଏହା ପରିଚିତ…

ଥଙ୍ଗାସେରୀ ହେଉଛି କେରଳର କୋଲ୍ଲାମ୍‌ ସହର ଅନ୍ତର୍ଗତ ଏକ ତଟୀୟ ଅଞ୍ଚଳ, ଯେଉଁଠାରେ ରହିଛି ପ୍ରାଚୀନ ଥଙ୍ଗାସେରୀ ଦୁର୍ଗ। ଏହି ଦୁର୍ଗ ସେଣ୍ଟ ଥୋମାସ୍‌ ଦୁର୍ଗ ନାମରେ ବି ପରିଚିତ। କେରଳ ରାଜ୍ୟର ରାଜଧାନୀ ଥିରୁଭାନନ୍ଥପୁରମ୍‌ଠାରୁ ପ୍ରାୟ ୭୧ କି.ମି ଏବଂ କୋଲ୍ଲାମ୍‌ ସହରଠାରୁ ପ୍ରାୟ ୫ କି.ମି ଦୂରରେ ଥିବା ଏହି ଦୁର୍ଗ ନିକଟକୁ ବୁଲିବାକୁ ଗଲେ ଅନେକ ଐତିହାସିକ ତଥ୍ୟ ଜାଣିବାର ସୁଯୋଗ ମିଳେ। ଖାସ୍‌ ସେଥିପାଇଁ ଏଠାରେ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ପରିଲକ୍ଷିତ ହୋଇଥାଏ।

କେବେ ଓ କେମିତି ଯିବେ
ଖରାଦିନେ ଏଠାରେ ଗରମ ଅନୁଭୂତ ହୋଇଥାଏ। ସେଥିପାଇଁ ଶୀତଦିନେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ବୁଲି ଯାଇଥାନ୍ତି। ଖାସ୍‌କରି ଅକ୍ଟୋବରରୁ ଫେବୃୟାରୀ ଭିତରେ ଏଠାରେ ଆଗନ୍ତୁକଙ୍କର ବେଶ୍‌ ଭିଡ଼ ଦେଖିବାକୁ ମିଳିଥାଏ। ସେହିପରି ଏଠାକୁ ଯିବା ପାଇଁ ପରିବହନର ତିନୋଟି ମାଧ୍ୟମର ସୁବିଧା ରହିଛି। ତ୍ରିବେନ୍ଦ୍ରମ୍‌ ଏୟାର୍‌ପୋର୍ଟ ହେଉଛି ଏହାର ନିକଟତମ ବିମାନବନ୍ଦର, ଯାହା ଥଙ୍ଗାସେରୀ ଦୁର୍ଗଠାରୁ ପ୍ରାୟ ୭୦ କି.ମି ଦୂରରେ ଅବସ୍ଥିତ। ଉକ୍ତ ବିମାନବନ୍ଦର ନିକଟରୁ ଥଙ୍ଗାସେରୀ ଦୁର୍ଗକୁ ଯିବା ପାଇଁ ଟ୍ୟାକ୍ସିର ସୁବିଧା ବି ରହିଛି। ଅନ୍ୟପକ୍ଷେ କୋଲ୍ଲାମ୍‌ ଜଙ୍କସନ୍‌ ରେଲଓ୍ବେ ଷ୍ଟେଶନ ହେଉଛି ଥଙ୍ଗାସେରୀ ଦୁର୍ଗର ନିକଟତମ ତଥା ଏକ ପ୍ରମୁଖ ରେଳଷ୍ଟେଶନ। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ଟୁରିଷ୍ଟ ବସ୍‌ ବି ଯା’ଆସ କରିଥାଏ।

ଦୁର୍ଗର ଇତିହାସ ସମ୍ପର୍କରେ
ଥଙ୍ଗାସେରୀ ଦୁର୍ଗ ହେଉଛି ଏକ ପ୍ରାଚୀନ ଦୁର୍ଗ। ଏହାର ସମ୍ପର୍କ ଷୋଡ଼ଶ ଖ୍ରୀଷ୍ଟାବ୍ଦ ସହ ରହିଥିବା ଜଣାଯାଏ। ସେତେବେଳେ ଏହି କ୍ଷେତ୍ର ପର୍ତ୍ତୁଗୀଜମାନଙ୍କ ନିୟନ୍ତ୍ରଣରେ ଥିବାର ସୂଚନା ମିଳେ। ସେହିପରି ଆରବ ସାଗରର ତଟ ଦେଶରେ ଥିବା ଏହି ଐତିହାସିକ ଦୁର୍ଗଟିର ନିର୍ମାଣ ସାଣ୍ଡଷ୍ଟୋନ୍‌ ଓ ଲାଇମ୍‌ ମୋଟାର୍‌ ଦ୍ୱାରା ହୋଇଥିବା ବି ଜଣାଯାଏ। ତେବେ ଏହି ଦୁର୍ଗ ମାଧ୍ୟମରେ ସମୟାନୁସାରେ କେମିତି କୋଲ୍ଲାମ୍‌ କ୍ଷେତ୍ର ଉପରେ ବିଭିନ୍ନ ବାହ୍ୟଶକ୍ତି (ଯଥା: ପର୍ତ୍ତୁଗୀଜ୍‌, ଡଚ୍‌ ଓ ବ୍ରିଟିଶ)ମାନେ ନିଜର ଅଧିକାର ଜାହିର କରିଥିଲେ ସେ ସମ୍ପର୍କରେ ବି ଅନେକ ତଥ୍ୟ ଜାଣିହୁଏ। ଇତିହାସର ଏତେ ସବୁ ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀକୁ ନିଜ ଭିତରେ ସାଇତି ରଖିଥିବା ଏହି ଦୁର୍ଗଟିର ବର୍ତ୍ତମାନ କେବଳ ଭଗ୍ନାଂବଶେଷ ଦେଖିବାକୁ ମିଳୁଥିଲେ ବି ଏହାର ମହତ୍ତ୍ୱ କମ୍‌ ହୋଇ ନାହିଁ।

ଆଉ କ’ଣ ଦେଖିବେ
ଥଙ୍ଗାସେରୀ ଦୁର୍ଗ ସହ ଜଡିତ ଥିବା ଅନେକ ଐତିହାସିକ ତଥ୍ୟ ତଥା ଏଠାକାର ତଟୀୟ ଭୌଗୋଳିକ ସ୍ଥିତି ହିଁ ପର୍ଯ୍ୟଟକଙ୍କୁ ଏଠାକୁ ଆସିବା ପାଇଁ ଆକର୍ଷିତ କରିଥାଏ। କାରଣ ଆରବ ସାଗରର ତଟ ଦେଶରେ ଅବସ୍ଥିତ ଥିବା ଏହି ଦୁର୍ଗ ନିକଟରେ ସାମୁଦ୍ରିକ ଜଳବାୟୁ ଅନୁଭୂତ ହୋଇ ଶରୀରକୁ ମାନସିକ ଓ ଶାରୀରିକ ଶାନ୍ତି ପ୍ରଦାନ କରିଥାଏ। କେବଳ ସେତିକି ନୁହେଁ, ଏଠାରେ ଥଙ୍ଗାସେରୀ ଦୁର୍ଗ ବ୍ୟତୀତ ଆହୁରି ଅନେକ ଦର୍ଶନୀୟ ସ୍ଥାନ ବି ବୁଲି ଦେଖିହୁଏ। ତନ୍ମଧ୍ୟରୁ ଥଙ୍ଗାସେରୀ ବିଚ୍‌, କୋଲ୍ଲାମ୍‌ ବନ୍ଦର, ଇନ୍‌ଫାଣ୍ଟ ଜେସସ୍‌ କାଥେଡ୍ରାଲ୍‌, ଲାଇଟ୍‌ ହାଉସ୍‌ ଇତ୍ୟାଦି ଅନ୍ୟତମ। ତେଣୁ ଇତିହାସରେ ରୁଚି ରଖୁଥିବା ତଥା ପ୍ରକୃତିପ୍ରେମୀଙ୍କ ପାଇଁ ଏହା ଏକ ଖାସ୍‌ ପର୍ଯ୍ୟଟନସ୍ଥଳୀ କହିଲେ ଆଦୌ ଭୁଲ୍‌ ହେବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri