ପର୍ଯ୍ୟଟନସ୍ଥଳୀର ବିକାଶ ଦାବି: ଦୁଇ କାର୍ଯ୍ୟାଳୟ ଘେରିଲା ଭଞ୍ଜସେନା

ବାରିପଦା ଅଫିସ,୧୧ା୧- ମୟୂରଭଞ୍ଜ ଜିଲାରେ ବହୁ ସଂଖ୍ୟକ ପର୍ଯ୍ୟଟନସ୍ଥଳୀ ଥିଲେ ମଧ୍ୟ ଏହାର ଉନ୍ନତି ଓ ରକ୍ଷଣାବେକ୍ଷଣ ଦିଗରେ ରାଜ୍ୟ କିମ୍ବା କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି। ବିଭିନ୍ନ ସଂଗଠନ ଜିଲାରେ ପର୍ଯ୍ୟଟନ ଶିଳ୍ପ ସ୍ଥାପନ ପାଇଁ ଦାବି କରି ଆସୁଥିଲେ ସୁଦ୍ଧା ଏଥିପ୍ରତି ଗୁରୁତ୍ୱ ଦିଆଯାଉ ନାହିଁ। ଏଭଳି ଅଭିଯୋଗ କରିବା ସହିତ ବିଭିନ୍ନ ଦାବି ନେଇ ଭଞ୍ଜପୁର ସ୍ଥିତ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟ ଓ ସତ୍ୟସାଇ ଛକ ସ୍ଥିତ ଜିଲା ପର୍ଯ୍ୟଟନ ଅଫିସକୁ ସାମାଜିକ ସଂଗଠନ ଭଞ୍ଜସେନା ଶୁକ୍ରବାର ଘେରାଉ କରିଥିଲା।
ସେନାର ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ଯୁବଛାତ୍ର ସଂଯୋଜକ ରାକେଶ ବେହେରା, ଉପଖଣ୍ଡ ସଭାପତି ସାମନ୍ତ ଶେଖର ପାଲ, ଅଧ୍ୟକ୍ଷ ରାକେଶ ସିଂ, ସମ୍ପାଦକ ମାନସ ବେହେରା, ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି, ସହର ସଭାପତି ସୌମ୍ୟରଞ୍ଜନ ମିଶ୍ର, ସହର ଉପସଭାପତି ସେଖ୍‌ ରାଜା ଖାନ, ଯୁବନେତା ବୀରେନ୍ଦ୍ର ନାଥ, ଦେବାଶିଷ ଦାସ, ଛାତ୍ର ନେତା ରବୀନ୍ଦ୍ର ସାହୁ, ସୌମ୍ୟରଞ୍ଜନ ସାହୁ, ସଞ୍ଜୟ ମାହାର୍ଣ୍ଣା, ଦୀପକ ସିଂ, ଆଲୋକ ବେହେରା, ରଞ୍ଜନ ସିଂ, ବିକାଶ ସିଂ, ଅମରେଶ ସିଂ, ଆଶିଷ ମଙ୍ଗରାଜ, ସୂର୍ଯ୍ୟକାନ୍ତ ଦାଶ, ସତ୍ୟରଞ୍ଜନ ନାଏକ, ମୃଣାଲ ଘୋଷ. ସାଜନ ଗିରି, ମନୋଜ ମହାପାତ୍ର, ସୌମ୍ୟରଞ୍ଜନ ଦାସବାବୁ, ଶମ୍ଭୁନାଥ ରଣା ପ୍ରମୁଖଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଉପରୋକ୍ତ ଦୁଇ କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ଆସନ୍ତା ୭ ଦିନ ମଧ୍ୟରେ ପ୍ରଶାସନ ଦାବି ପୂରଣ ଦିଗରେ ପଦକ୍ଷେପ ନ ନେଲେ ସେନା ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।
ସେନାର ଅଭିଯୋଗ ଅନୁଯାୟୀ, ଜିଲା ପର୍ଯ୍ୟଟନ କାର୍ଯ୍ୟାଳୟରେ ଅଧିକାରୀ ମାସ ମାସ ଧରି ରହୁ ନ ଥିବା ବେଳେ ସେ ଭୁବନେଶ୍ୱରରେ ରହି ଜିଲାର କାର୍ଯ୍ୟ କରୁଛନ୍ତି। ଏହା ବ୍ୟତୀତ କିଛିଦିନ ତଳେ ଶିମିଳିପାଳର ଦୁଇ ପୋଷା ହାତୀ ମହେନ୍ଦ୍ର ଓ ରାଜ କୁମାରଙ୍କୁ ଶିମିଳିପାଳରୁ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ସେଠାକାର ପରିବେଶ ସହିତ ଖାପ ଖୁଆଇ ପାରୁ ନ ଥିବାରୁ ମହେନ୍ଦ୍ରର ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନାହିଁ। ଏଣୁ ହାତୀ ଦୁଇଟିକୁ ତୁରନ୍ତ ଶିମିଳିପାଳକୁ ଫେରାଇ ଅଣାଯିବା ପାଇଁ ମଧ୍ୟ ସେନା ଦାବି କରିଛି। ପର୍ଯ୍ୟଟନ ସ୍ଥଳ ଦେବକୁଣ୍ଡର ରାସ୍ତାଘାଟ, ସୁରକ୍ଷା ଓ ପାନୀୟଜଳ ବ୍ୟବସ୍ଥା କରିବା ଦିଗରେ ଜିଲା ପ୍ରଶାସନ ପଦକ୍ଷେପ ନେବା ପାଇଁ ମଧ୍ୟ ସେନା ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ସ୍ପଷ୍ଟ ଦିବାଲୋକରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନଗହଣା, ଘର ଆଗରେ କାର୍‌ ରଖି…

ମୋରଡ଼ା,୧୪ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜାଠାରେ ଜଣଙ୍କ ଘରୁ ଦୁର୍ବୃତ୍ତମାନେ ଲୁଟ୍‌ କରିଥିବାର ଜଣାପଡ଼ିଛି। ସୂଚନା ମୁତାବକ, ଉକ୍ତ ଗ୍ରାମର ଆଲାଦି ଟୁଡୁ…

ମୋରଡ଼ାରେ ଭାରତ ବନ୍ଦର ପ୍ରଭାବ

ମୋରଡ଼ା,୧୨ା୨(ସ୍ମାରକ ମାଜୀ): ଗୁରୁବାର ସିପିଆଇ(ଏମ୍‌)ର ଶ୍ରମିକ, କୃଷକ ଓ କ୍ଷେତ ମଜଦୁର ସଂଘ ତରଫରୁ ବିଭିନ୍ନ ଦାବି ନେଇ ଭାରତ ବନ୍ଦ ଡାକରା ଦିଆଯାଇଛି ଦିଆଯାଇଛି। ଫଳରେ…

ଜିରିଡା ପୋଲ ଉପରୁ ୪୦ ଫୁଟ ତଳକୁ ଡେଇଁ ପଡ଼ିଲେ ମହିଳା, ତାପରେ…

ଉଦଳା,୧୧।୨(ସନ୍ତୋଷ କୁମାର ବାଚ୍ଛିନୀ): ପୋଲ ଉପରୁ ନଦୀକୁ ଡେଇଁ ପଡିଲେ ମହିଳା। ନଦୀରେ ଥିବା ମାଛ ଧରାଳି ତାଙ୍କୁ ଉଦ୍ଧାର କରିଛନ୍ତି । ଏଭଳି ଘଟଣା ଘଟିଛି…

ଭାଇର ମୃତ୍ୟୁ ଖବର ଶୁଣି ଟଳିପଡିଲେ ବଡ଼ ଭାଇ, ଜଳିବ ଦୁଇ ଭାଇଙ୍କ ଜୁଇ, ଦୁଃଖରେ ଭାଙ୍ଗିପଡିଛି ପରିବାର

ମୋରଡା,୧୧।୨(ସ୍ମାରକ ମାଜୀ): ଜଳିବ ଦୁଇ ଭାଇଙ୍କ ଜୁଇ। ଦିନେ ହାତ ଧରା ଧରି ଛୋଟରୁ ବଡ଼ ହୋଇଥିଲେ। ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହି ପାରୁନଥିଲେ। ଦୁଇ…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ସ୍କୁଟିକୁ ପିଟିଲା କାର: ୭ ଗୁରୁତର

ବାରିପଦା,୯।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ଉପକଣ୍ଠ ବେତନଟୀ ଥାନା  ଅଧିନ ୧୮ନଂ ଜାତୀୟ ରାଜପଥ ବୁଢ଼ୀଖମାରଠାରେ ଏକ ଦୁର୍ଘଟଣା ଘଟିଛି । ସୋମବାର ଅପରାହ୍ନରେ…

ପୁଣି ଖସିଲା ପାରଦ, ଶିମିଳିପାଳରେ ତାପମାତ୍ରା ୧ ଡିଗ୍ରୀ ରେକର୍ଡ

ବାରିପଦା,୮।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ହୋଇଛି । ଉପରବାରହାକାମୁଡାରେ ତାପାମାତ୍ରା ୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri