Categories: ଫୁରସତ

ପରୀକ୍ଷାଗାରରେ ତିଆରି ହେବ ସାପ ବିଷ

ଭବିଷ୍ୟତରେ ସାପ ବିଷରୁ ତିଆରି ହେବାକୁ ଥିବା ଆଣ୍ଟି ଭେନମର ପ୍ରସ୍ତୁତିରେ ବଡ ସଫଳତା ମିଳିପାରେ ବୋଲି ଆଶା କରାଯାଉଛି। ବୈଜ୍ଞାନିକମାନେ ପରୀକ୍ଷାଗାରରେ ପ୍ରକୃତ ସାପର ବିଷ ଗ୍ରନ୍ଥି ବିକଶିତ କରିଛନ୍ତି ବୋଲି ଜଣାପଡିଛି। ଏହା ମାଧ୍ୟମରେ ବହୁ ପରିମାଣରେ ଅସଲ ସାପର ବିଷ ପ୍ରସ୍ତୁତ କରାଯାଇ ପାରିବ। ‘ସେଲ’ ଜର୍ଣ୍ଣାଲରେ ପ୍ରକାଶିତ ଏକ ଅଧ୍ୟୟନରେ ବୈଜ୍ଞାନିକମାନେ ଏହା ପ୍ରକାଶ କରିଛନ୍ତି। ଏମାନେ କେପ କୋରଲ ସାପର ବିଷ ଗନ୍ଥି ପ୍ରସ୍ତୁତ କରିଥିବା କହିଛନ୍ତି। ଏହି ସାପ ଦକ୍ଷିଣ ଆଫ୍ରିକାର କିଛି ସ୍ଥାନରେ ଦେଖାଯାଇଥାଏ। ଏହି ପ୍ରଣାଳୀରେ ବିଷ ଉତ୍ପାଦନରେ ସଫଳତା ମିଳିପାରିବ। ଯାହା କମ୍‌ ଖର୍ଚ୍ଚରେ ମଧ୍ୟ କରାଯାଇ ପାରିବ। ହେଲେ ପ୍ରକୃତ ସାପଙ୍କଠାରୁ ବିଷ ବାହାର କରିବାରେ ଅଧିକ ଖର୍ଚ୍ଚ ହେଉଥିଲା। ପ୍ରଥମଥର ପାଇଁ ବୈଜ୍ଞାନିକମାନେ ଏଭଳି ବିଷ ଗ୍ରନ୍ଥି ପ୍ରସ୍ତୁତ କରିଥିବା କୁହାଯାଉଛି। ବିଶେଷଜ୍ଞଙ୍କ କହିବା କଥା ହେଲା ପ୍ରତିବର୍ଷ ସାପ କାମୁଡାରେ ପ୍ରାୟ ୧ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି। ବିକଶିତ ଦେଶରେ ଏହା ଅଧିକ ବୋଲି କୁହାଯାଉଛି। ଏବେ ଯଦି ପରୀକ୍ଷାଗାରରେ କରାଯାଇଥିବା ଗବେଷଣା ଫଳପ୍ରଦ ହେଲା ତେବେ ଏହି ମୃତ୍ୟୁ ସଂଖ୍ୟାକୁ କମ୍‌ କରାଯାଇପାରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି।

Share