ପରିଷଦ ଦିଅ, ରାଜ୍ୟ ସଭା ନିଅ

ଭୁବନେଶ୍ୱର,୧୨।୧୦: ଓଡ଼ିଶାରେ ବିଧାନ ପରିଷଦ ଗଠନ କରିବା ସକାଶେ ଶାସକ ବିଜେଡି ସବୁ ପ୍ରକାର ପ୍ରସ୍ତୁତି ଶେଷ କରିସାରିଛି। ଏ ସମ୍ପର୍କିତ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିସାରିଥିବା ବେଳେ ଗତବର୍ଷ ସେପ୍ଟେମ୍ବର ୬ ତାରିଖରେ ଏ ନେଇ ଏକ ସଂକଳ୍ପ ବିଧାନସଭାରେ ଗୃହୀତ ହୋଇଥିଲା। ଉକ୍ତ ସଂକଳ୍ପ କେନ୍ଦ୍ର ସରକାରଙ୍କ ନିକଟକୁ ମଧ୍ୟ ପଠାଇ ଦିଆଯାଇ ସାରିଛି। ଏହି ବିଲ୍‌ ପ୍ରଥମେ ଲୋକ ସଭା ଏବଂ ରାଜ୍ୟ ସଭାରେ ଗୃହୀତ ହେବାପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଲେ ରାଜ୍ୟରେ ବିଧାନ ପରିଷଦ ଗଠନ ସମ୍ଭବ ହୋଇପାରିବ। ବିଧାନ ପରିଷଦ ଗଠନ ହେଲେ ଏଥିରେ ବିଧାନସଭା ସଦସ୍ୟଙ୍କ ସଂଖ୍ୟାର ଏକ ତୃତୀୟାଂଶ ସଭ୍ୟ ରହିବେ। ତେଣୁ ଯଦି ବିଧାନ ପରିଷଦ ଗଠନ ହୁଏ ତେବେ ହିସାବ ଅନୁଯାୟୀ ୪୯ଜଣ ସଦସ୍ୟ ଥଇଥାନ ହୋଇପାରିବେ। ଯାହା ବର୍ତ୍ତମାନ ବିଜେଡି ପାଇଁ ଏକ ପ୍ରକାର ନିତାନ୍ତ ଆବଶ୍ୟକ ହୋଇପଡିଛି। ଏହାକୁ ସମ୍ଭବ କରିବା ଲାଗି ଅର୍ଥାତ୍‌ ଲୋକ ସଭା ଏବଂ ରାଜ୍ୟ ସଭାରେ ଏହି ବିଲ୍‌ ପାରିତ କରାଇବା ପାଇଁ ବିଜେଡି ଓ ଭାଜପା ମଧ୍ୟରେ ଭିତିରି ବୁଝାମଣା ଶେଷ ହୋଇଥିବା ଚର୍ଚ୍ଚା ଆରମ୍ଭ ହୋଇଛି। ଆସନ୍ତା ବର୍ଷ ଏପ୍ରିଲ ଆରମ୍ଭରୁ ରାଜ୍ୟର ୪ଟି ରାଜ୍ୟ ସଭା ଆସନ ଖାଲି ହେବ। ଏଠାରେ ସୂଚନାଯୋଗ୍ୟ ଯେ, ଖାଲି ହେବାକୁ ଥିବା ଏହି ୪ଟି ରାଜ୍ୟ ସଭା ଆସନରେ କଂଗ୍ରେସର ରଞ୍ଜୀବ ବିଶ୍ୱାଳ, ବିଜେଡିର ନରେନ୍ଦ୍ର କୁମାର ସ୍ବାଇଁ, ସରୋଜିନୀ ହେମ୍ବ୍ରମ ଏବଂ ନିକଟରେ ଇସ୍ତଫା ଦେଇଥିବା ଅନୁଭବ ମହାନ୍ତି ଅଛନ୍ତି। ଏହି ସମସ୍ତ ଆସନ ବିଧାନସଭାର ସଂଖ୍ୟା ଦୃଷ୍ଟିରୁ ବିଜେଡି ଖାତାକୁ ଯିବା ଏକ ପ୍ରକାର ନିଶ୍ଚିତ। ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନର ୪ଟି ଆସନ ମଧ୍ୟରୁ ଭାଜପା ୫୦ ପ୍ରତିଶତ ଅର୍ଥାତ୍‌ ୨ଟି ଆସନ ମାଗୁଛି। ଭାଜପାର ସମସ୍ୟା ହେଉଛି ରାଜ୍ୟ ସଭାରେ ସେମାନେ ସଂଖ୍ୟାଲଘୁ ଭାବେ ଅନ୍ୟ କ୍ଷୁଦ୍ର ଦଳ ଠାରୁ ସମର୍ଥନ ମାଗିବାକୁ ବାଧ୍ୟ ହେଉଛନ୍ତି। ସେଥିଲାଗି ରାଜ୍ୟ ସଭାରେ ୨ଟି ଆସନ ବୃଦ୍ଧି ମଧ୍ୟ ଭାଜପା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାଜପାର ଏହି ଲୋଭ ଦେଖି ବିଜେଡି ମଧ୍ୟ ନିଜର ରାଜନୈତିକ ଗୋଟି ଚାଳନା ଆରମ୍ଭ କରିଛି। ୨ଟି ଆସନ ଦେବା ପାଇଁ ପ୍ରସ୍ତୁତ ହୋଇଥିବା ବିଜେଡି ଏକ ପାଲଟା ପ୍ରସ୍ତାବ ଉପସ୍ଥାପନ କରିଛି। ବିଜେଡିର ଦାବି ହେଉଛି ପାର୍ଲାମେଣ୍ଟରେ ବିଧାନ ପରିଷଦ ବିଲ୍‌ ଗୃହୀତ କରାଇ ରାଷ୍ଟ୍ରପତିଙ୍କ ଅନୁମୋଦନ ଦିଆଇବାର ଦାୟିତ୍ୱ ଭାଜପା ନେଉ। ଆସନ୍ତା ନଭେମ୍ବର ଅଧା ବେଳକୁ ବସିବାକୁ ଥିବା ଶୀତକାଳୀନ ଅଧିବେଶନରେ ଏହା ପ୍ରଥମେ କରାଇବା ପାଇଁ ବିଜେଡି ଜିଦ୍‌ ଧରି ବସିଛି। ବିଜେଡି ରାଜ୍ୟରେ ୫ମ ଥର ସରକାର ଗଢିବା ପରେ ଟିକେଟରୁ ବଞ୍ଚିତ ହୋଇଥିବା ବହୁ ଅସନ୍ତୁଷ୍ଟ ନେତାଙ୍କୁ ବିଭିନ୍ନ ନିଗମ ଏବଂ ବିଭାଗୀୟ ଉପଦେଷ୍ଟା ପଦରେ ଥଇଥାନ କରିସାରିଛି। ତଥାପି ଏଥର ନିର୍ବାଚନରେ ହାରିଯାଇଥିବା ବହୁ ଟାଣୁଆ ନେତାଙ୍କ ସହିତ ଆଉ କିଛି ଟିକେଟରୁ ବଞ୍ଚିତ ଅସନ୍ତୁଷ୍ଟ ଥଇଥାନ ହୋଇପାରି ନାହାନ୍ତି। ଯେଉଁମାନଙ୍କୁ ଥଇଥାନ କରାଇବା ପାଇଁ ବିଜେଡି ପାଖରେ ଏକ ପ୍ରକାର ଭଲ ସୁଯୋଗ ଆସି ପହଞ୍ଚିଛି। ତେବେ ଥଇଥାନ ହୋଇପାରି ନ ଥିବା ନେତାଙ୍କ ମଧ୍ୟରେ ପୁଷ୍ପେନ୍ଦ୍ର ସିଂ ଦେଓ, ମହେଶ୍ୱର ମହାନ୍ତି, ସଞ୍ଜୟ କୁମାର ଦାସବର୍ମା, ରବି ନନ୍ଦ, ରବୀନ୍ଦ୍ର ଜେନା, କଳିକେଶ ନାରାୟଣ ସିଂଦେଓ, ଦେବାଶିଷ ସାମନ୍ତରାୟ, ନଳିନୀ ପ୍ରଧାନ, ଜୀବନ ପ୍ରଦୀପ ଦାସ, ଲାଲ ବିହାରୀ ହିମିରିକା, ଟିକେଟରୁ ବଞ୍ଚିତ ଥିବା ପ୍ରଭାସ ସିଂ, ଝିନ୍ନ ହିକକା, ସାନନ୍ଦ ମାରାଣ୍ଡି, କିଶୋର ତରାଇ ଏବଂ ସିପ୍ରା ମଲ୍ଲିକ ପ୍ରମୁଖ ରହିଛନ୍ତି। ଏହିସବୁ ନେତାଙ୍କୁ ଥଇଥାନ କରିବା ସକାଶେ ବିଜେଡି ଚିନ୍ତା କରୁଥିବା ବେଳେ ଭାଜପାର ପ୍ରସ୍ତାବ ଶାସକ ଦଳକୁ ଅଧିକ ସୁହାଇଛି। ଓଡ଼ିଶାରୁ ମୋଟ ୧୦ଟି ରାଜ୍ୟ ସଭା ଆସନ ରହିଛି। ସେଥିରୁ ୯ଟି ଆସନରେ ସଦସ୍ୟ ଥିବାବେଳେ ଗୋଟିଏ ଆସନ ଖାଲି ରହିଛି। ଅନୁଭବ ମହାନ୍ତି କେନ୍ଦ୍ରାପଡା ଲୋକ ସଭା ଆସନରୁ ଲଢି ବିଜୟୀ ହେବା ପରେ ସେ ରାଜ୍ୟ ସଭାରୁ ଇସ୍ତଫା ଦେଇସାରିଛନ୍ତି। ଯେହେତୁ ତାଙ୍କ କାର୍ଯ୍ୟକାଳ ବର୍ଷକରୁ କମ୍‌ ସମୟ ଥିଲା ସେଥିଲାଗି ଏହି ଆସନରେ ନିର୍ବାଚନ କରାଯାଇନାହିଁ। ୨୦୨୦ ଏପ୍ରିଲ ୨ରେ ଓଡ଼ିଶାରୁ ୪ଟି ରାଜ୍ୟ ସଭା ଆସନ ଖାଲି ହେବ। ତେଣୁ ଏହି ୪ଟି ପଦ ପାଇଁ ନିର୍ବାଚନ ହେବ। ରାଜ୍ୟ ସଭା ଭୋଟ ଫର୍ମୁଲା ଅନୁଯାୟୀ, ଓଡ଼ିଶାରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନ ସମୟରେ ଗୋଟିଏ ପ୍ରାର୍ଥୀ ଲାଗି ୩୦ଟି ଲେଖାଏ ଭୋଟର ଆବଶ୍ୟକତା ରହିଛି। ଅର୍ଥାତ୍‌ ଖାଲି ହେବାକୁ ଥିବା ୪ଟି ଆସନ ମଧ୍ୟରୁ ୩ଟିରେ ବିଜେଡି ସୁବିଧାରେ ବିଜୟୀ ହୋଇଯିବ। ଆଉ ଗୋଟିଏ ଆସନ ଲାଗି ଭାଜପା ପାଖରେ ୨୩ ସଂଖ୍ୟା ଥିଲେ ମଧ୍ୟ ଏହି ଆସନଟି ବିଜେଡି ହାତେଇବା ଲାଗି ବହୁ ବାଟ ରହିଛି। ଏଭଳି ଘଟଣା କିଛି ନୂଆ ନୁହେଁ। ଗତଥର ୩ଟି ରାଜ୍ୟ ସଭା ଆସନ ହାତେଇବାର ସକ୍ଷମତା ଥାଇ ସୁଦ୍ଧା ଗୋଟିଏ ଆସନ ଭାଜପା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ଛାଡିଥିଲା। ଆସନ୍ତା ୨୧ରେ ହରିୟାଣା ଏବଂ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଆସନ୍ତା ୨୭ ତାରିଖ ସୁଦ୍ଧା ଏହି ଦୁଇ ରାଜ୍ୟ ସହିତ ଅନ୍ୟ କେତେଗୁଡିଏ ରାଜ୍ୟର ଖାଲିଥିବା ଆସନ ପାଇଁ ଉପନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ସେହି ଦୃଷ୍ଟିରୁ ଦେଖିଲେ ସଂସଦର ଶୀତକାଳୀନ ଅଧିବେଶନ ନଭେମ୍ବର ଅଧାରୁ ଆରମ୍ଭ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଏହି ସମୟରେ ଓଡ଼ିଶାର ବିଧାନ ପରିଷଦ ବିଲ୍‌ ପାରିତ କରାଇବାକୁ ବିଜେଡି ଜିଦ୍‌ ଧରି ବସିଛି। ସଂସଦର ଶୀତକାଳୀନ ଅଧିବେଶନ ପରେ ବଜେଟ୍‌ ଅଧିବେଶନ ଅନୁଷ୍ଠିତ ହେବ। ଏହା ଭାଜପା ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ରହିବ। ଏହିସବୁ ଅଧିବେଶନରେ ଆଞ୍ଚଳିକ ଦଳଗୁଡିକର ସମର୍ଥନ ବାରମ୍ବାର ଲୋଡିବା ଅପେକ୍ଷା ବିଜେଡିର ବିଧାନ ପରିଷଦ ବିଲ୍‌ ପାରିତ ନେଇ ଆସିଥିବା ପ୍ରସ୍ତାବକୁ ସମର୍ଥନ କରି ଦୁଇଟି ରାଜ୍ୟ ସଭା ଆସନ ହାତେଇବାକୁ ଭାଜପା ଅଧିକ ପସନ୍ଦ କରୁଥିବା ଜଣାପଡିଛି।
ସୁନୀତ୍‌ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri