କଳାକାରଙ୍କ ଉପରେ କରୋନା ଚଡ଼କ: ସବୁ ଉପାର୍ଜନବାଟ ବନ୍ଦ

ଭୁବନେଶ୍ୱର, ୧୭ା୪(ବ୍ୟୁରୋ): କଳାକାରଙ୍କ ଉପରେ କରୋନା ଚଡ଼କ। ଲକ୍‌ଡାଉନ୍‌ ପାଇଁ ଉପାର୍ଜନର ସବୁ ବାଟ ବନ୍ଦ ହୋଇଯାଇଥିବାରୁ ରାଜ୍ୟର ହଜାର ହଜାର କଳାକାର ଏବେ ନାନା ଦୁର୍ଦ୍ଦଶାରେ କାଳାତିପାତ କରୁଛନ୍ତି। ନା ସେମାନଙ୍କ ହାତରେ କାମ ଅଛି ନା ପେଟ ପୋଷିବାକୁ ପାଖରେ ପଇସା ଅଛି। ବିଶେଷକରି ପରିବେଷଣ କଳା ବା ପର୍‌ଫର୍ମିଂ ଆର୍ଟ କ୍ଷେତ୍ରରେ କାର୍ଯ୍ୟ କରୁଥିବା କଳାକାର ଓ ସେମାନଙ୍କ ପରିବାରର ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ଏଯାଏ କରୋନା ନିୟନ୍ତ୍ରଣକୁ ଆସି ନ ଥିବାରୁ ଆଉ କେତେଦିନ ହାତବାନ୍ଧି ବସିବେ ସେହି ଚିନ୍ତାରେ ଦିନରାତି ଘାରି ହେଉଛନ୍ତି। ଏପରିସ୍ଥିତିରେ ସରକାରଙ୍କ ଅଣଦେଖା ଏହି କଳାକାରଙ୍କୁ ବେଶ୍‌ କଷ୍ଟ ଦେଉଛି।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ମାର୍ଚ୍ଚ ୧୩ରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ରୋକ୍‌ ଲଗାଇଥିଲେ। ବିଭାଗ ଦ୍ୱାରା ଆୟୋଜିତ ହେବାକୁ ଥିବା ସମସ୍ତ ଉତ୍ସବ, ମହୋତ୍ସବ, ସେମିନାର, କର୍ମଶାଳା ଓ ସମ୍ମିଳନୀ ଉପରେ ଅଙ୍କୁଶ ଲଗାଯାଇଥିଲା। ସେହିଦିନଠାରୁ ରବୀନ୍ଦ୍ର ମଣ୍ଡପ, ଉତ୍କଳ ମଣ୍ଡପ, ଭଞ୍ଜକଳା ମଣ୍ଡପ, ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟ ଭଳି ପ୍ରମୁଖ ମଣ୍ଡପଗୁଡ଼ିକରେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନକୁ ବନ୍ଦ କରାଯାଇଥିଲା। ସମସ୍ତ ସାଂସ୍କୃତିକ ଓ କଳାକାର ଦଳକୁ ରାଜ୍ୟ ଭିତରେ ଓ ରାଜ୍ୟ ବାହାରକୁ ଯିବାକୁ ବାରଣ କରାଯାଇଥିଲା। ଫଳରେ କଳା ପରିବେଷଣ କରି ପେଟ ପୋଷୁଥିବା କଳାକାରମାନେ ୧ମାସ ହେବ ହାତବାନ୍ଧି ବସିଛନ୍ତି। ସଞ୍ଚତ୍ତ ଅର୍ଥ ସରିଯାଇଥିବାରୁ ସେମାନେ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି। ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ କେବଳ ଦୁଃସ୍ଥ କଳାକାରମାନଙ୍କୁ ଭତ୍ତା ଦିଆଯାଉଥିବାରୁ ପଞ୍ଜୀକୃତ ହୋଇ ନ ଥିବା ତଥା ବହୁ ଯୁବ କଳାକାର କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି। ରାଜ୍ୟସ୍ତରୀୟ ଲୋକନୃତ୍ୟ ମହୋତ୍ସବ ଓ ବିଭାଗ ପକ୍ଷରୁ କଳାକାର ମହାସଂଘ ଦ୍ୱାରା ହେଉଥିବା ସଚେତନତାମୂଳକ କାର୍ଯ୍ୟକ୍ରମ ଆଦି ବନ୍ଦ ହୋଇଯାଇଥିବାରୁ ଏହା ଉପରେ ନିର୍ଭର କରି ଚଳୁଥିବା ଲୁପ୍ତପ୍ରାୟ ଲୋକକଳା କଳାକାର ଓ ଜନାଜତି କଳାକାରମାନେ ବିଶେଷଭାବେ ପ୍ରଭାବିତ ହୋଇଛନ୍ତି। ରାଜ୍ୟ ଏବଂ ରାଜ୍ୟ ବାହାରେ ଚଇତି ଘୋଡ଼ା, ଦଣ୍ଡ ନାଟ, କୃଷ୍ଣ ଲୀଳା, ମେଢ ନାଚ, ନାଗା ନାଚ, ପାଲା, କଣ୍ଢେଇ ନାଟ, ପାଇକ ଆଖଡ଼ା, ରାମଲୀଳା, ଦାସକାଠିଆ, ଝୁମର, କାଠିନାଚ, ଘୁମୁରା, ଘଣ୍ଟ ପାଟୁଆ ଆଦି ଲୋକନୃତ୍ୟ ପରିବେଷଣ କରି ପେଟ ପୋଷୁଥିବା କଳାକାରମାନେ ଜୀବିକା ହରାଇଛନ୍ତି। ସେହିଭଳି ଗାଁ ଗାଁରେ ବାଉଁଶ ରାଣୀ, କେଳା କେଲୁଣୀ ଭଳି କଳା ପ୍ରଦର୍ଶନ କରି ଦୁଇମୁଠା ଖାଇବା ଯୋଗାଡ଼ କରୁଥବା ଗରିବ କଳାକାରମାନେ ଏବେ ଅସହାୟ ହୋଇପଡ଼ିଛନ୍ତି। ନା ସେମାନଙ୍କ ପାଖକୁ ସରକାରୀ ସହାୟତା ପହଞ୍ଚତ୍ପାରୁଛି ନା କୌଣସି ସଂସ୍ଥାର ସହାୟତା। ସେହିଭଳି ଲୋକ ସଙ୍ଗୀତ ଏବଂ ଶାସ୍ତ୍ରୀୟ ସଙ୍ଗୀତ ଶିଳ୍ପୀ ଓ ମଞ୍ଚ କଳାକାରଙ୍କ ଅବସ୍ଥା ବି ସମାନ।

ଜୀବନ କଷ୍ଟକର, ତଥାପି ସହଯୋଗ କରୁଛୁ
ବର୍ତ୍ତମାନର ସ୍ଥିତିରେ କଳାକାରର ଜୀବନ ବଞ୍ଚତ୍ବା କଷ୍ଟଦାୟକ ହୋଇପଡ଼ିଛି। ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସଙ୍ଗୀତ ଶିକ୍ଷା ବି ବନ୍ଦ ହୋଇଯାଇଛି। ଏଭଳିସ୍ଥଳେ ଆମେ ଚଳିବୁ କେମିତି ବୋଲି ଦିନରାତି ଭାବୁଥିଲେ ମଧ୍ୟ କରୋନା ମହାଯୁଦ୍ଧ ପାଇଁ ସମସ୍ତ ସହଯୋଗ ଯୋଗାଇଦେଉଛୁ।
-ସୁରେନ୍ଦ୍ର ତ୍ରିପାଠୀ, ଓଡ଼ିଶୀ ସଙ୍ଗୀତ ଗୁରୁ
ସମସ୍ତ କଳାକାରଙ୍କ କଥା ସରକାର ଚିନ୍ତା କରନ୍ତୁ
କେବଳ ମଞ୍ଚ ନାଟକ ଉପରେ ନିର୍ଭର କରି ଓଡ଼ିଶାର ପ୍ରାୟ ୨୦ ହଜାର କଳାକାର, ମେକ୍‌ଅପ୍‌ ମ୍ୟାନ୍‌, ସେଟ୍‌ ଡିଜାଇନର୍‌, ଲାଇଟ୍‌ ଡିଜାଇନର୍‌ ସେମାନଙ୍କ ପରିବାର ଚଳାଉଛନ୍ତି। ଏବେ ଲକ୍‌ଡାଉନ୍‌ ସମସ୍ତଙ୍କ ପେଟକୁ ଲାତ ମାରିଛି। କେବେ ସବୁକିଛି ସ୍ବାଭାବିକ ହେବ ତାହାର କିଛି ଠିକ୍‌ଠିକଣା ନାହିଁ। ଏଭଳିସ୍ଥଳେ ସେମାନେ କିପରି ବଞ୍ଚତ୍ବେ ତାହା ସରକାର ଚିନ୍ତା କରିବା ଉଚିତ୍‌। କେବଳ ଦୁଃସ୍ଥ କଳାକାରମାନଙ୍କୁ ଭତ୍ତା ନଦେଇ ସମସ୍ତ କଳାକାରଙ୍କୁ ସହାୟତା ଦିଆଯାଉ।
-ହରେନ ସାହୁ, ସଭାପତି, ଓଡ଼ିଶା ନାଟ୍ୟ ସଂଘ

ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri