ପରିବା ବ୍ୟବସାୟୀଙ୍କୁ ଗୁଳିମାଡ଼

ବାରଙ୍ଗ,୨୭।୧(ଡି.ଏନ୍‌.ଏ.): ଖୋର୍ଦ୍ଧା ନନ୍ଦନକାନନ ଥାନା ଅଧିନସ୍ଥ ପଦାସାହି ଗ୍ରାମମୁଣ୍ଡରେ ସୋମବାର ସକାଳେ ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ ଢାଓ୍ବା ଗ୍ରାମର ସମୀର କାଣ୍ଡି ନାମକ ପରିବା ବ୍ୟବସାୟୀ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସମୀର ଓ ତାଙ୍କର ଜଣେ ସହଯୋଗୀ ଏକ ବାଇକ୍‌ ଯୋଗେ ପରିବା ପାଇଁ ବାରଙ୍ଗ ଯାଉଥିବା ବେଳେ ପଦାସାହି ଗ୍ରାମମୁଣ୍ଡରେ ଦୁଇଜଣ ଯୁବକ ଆସି ସମୀରଙ୍କ ଜଙ୍ଘରେ ଗୁଳିମାଡ଼ କରି ପଳାଇଥିଲେ। ପରେ ସମୀର ବାଇକ୍‌ରୁ ଖସିପଡ଼ିଥିଲେ। ଖବର ପାଇ ନନ୍ଦନକାନନ ପୋଲିସ ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଇଛି।