ପରିବାର ଓ ଡାଇବେଟିସ୍‌

ଡାଇବେଟିସ୍‌ ଏକ ବିଶ୍ୱ ସ୍ବାସ୍ଥ୍ୟ ସମସ୍ୟା। ଏହା ଦ୍ରୁତ ହାରରେ ବଢି ଚାଲିଛି। ଏପରି କି ଭାରତ ପାଇଁ ଏହା ମହାମାରୀର ରୂପ ନେଲାଣି ବୋଲି ଚେତାବନୀ ଶୁଣେଇ ସାରିଛନ୍ତି ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା। ଭାରତକୁ ଡାଇବେଟିସ୍‌ର ରାଜଧାନୀ ଭାବେ ମଧ୍ୟ ଅଭିହିତ କରାଯାଉଛି। ୧୯୮୦ ଦଶକଠାରୁ ଏହା ଆଉ ଥମିବାର ନାଆଁ ଧରୁନି।
ଅର୍ଥନୈତିକ ଅଭିବୃଦ୍ଧି ସୁଗମ କରିଦେଇଛି ଶିଳ୍ପାୟନକୁ। ଶିଳ୍ପାୟନ ଫଳରେ ମଣିଷ ହାତରୁ କାମ ଛଡେଇ ନେଇଛି ମେଶିନ। ଫଳରେ ସେ ଶାରୀରିକ ଶ୍ରମରୁ ମୁକ୍ତି ପାଇ ନିର୍ବାହ କରୁଛି ଆରାମପ୍ରଦ ଜୀବନ। ତା’ ସାଙ୍ଗକୁ ପରିବାରର ଆୟ ବଢିଯିବା ଯୋଗୁ ପାରମ୍ପରିକ ଖାଦ୍ୟ ଏବେ ପରିବାରରୁ ନିର୍ବାସିତ। ଖାଇବା ଥାଳିରେ ଗାଦି ମାଡ଼ି ବସିଛି ବେଶି ମିଠା, ତେଲ ଘିଅ, ଲୁଣ, ଫାଷ୍ଟଫୁଡ ଇତ୍ୟାଦି। ଶୋଷ ମେଣ୍ଟୁଛି କୋଲ୍ଡ ଡ୍ରିଙ୍କ ପିଇ। ଏଭଳି ପ୍ରତିକୂଳ ଜୀବନଶୈଳୀ ଯୋଗୁ ଡାଇବେଟିସ, ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ, ମସ୍ତିଷ୍କ ଷ୍ଟ୍ରୋକ ଓ କ୍ୟାନ୍‌ସର ଭଳି ଦୀର୍ଘକାଳୀନ ଅଣସଂକ୍ରାମକ ରୋଗଗୁଡିକ ପ୍ରାଦୁର୍ଭାବ ବିସ୍ତାର କରିଚାଲିଛନ୍ତି। ଆଉ ଏଗୁଡିକ ମଧ୍ୟରେ ସର୍ବୋଚ୍ଚ ଆସନ ଅଧିକାର କରିଛି ଡାଇବେଟିସ।
ଡାଇବେଟିସ ରୋଗର ନିର୍ଣ୍ଣୟ ଅତି ସହଜ ଓ ଶସ୍ତା ମଧ୍ୟ। ରକ୍ତରେ କେବଳ ଗ୍ଲୁକୋଜର ମାତ୍ରା ମାପି ରୋଗ ହୋଇଛି କି ନା ଜାଣି ନେଇ ହେବ। ଭାରତର ବଡ ବଡ ସହରରେ ବାସ କରୁଥିବା ୫୫ ବର୍ଷ ବୟସରୁ ଊର୍ଦ୍ଧ୍ୱ ବ୍ୟକ୍ତିମାନଙ୍କ ମଧ୍ୟରୁ ପାଖାପାଖି ୪୦ ପ୍ରତିଶତ ସଂପ୍ରତି ଡାଇବେଟିସର ଶିକାର।ସମାନ ସଂଖ୍ୟକ ବ୍ୟକ୍ତି ଡାଇବେଟିସ ଜାତ ହେବାର ପୂର୍ବ ସ୍ତରରେ ପହଞ୍ଚତ୍ଗଲେଣି।
ପ୍ରତିବର୍ଷ ନଭେମ୍ବର ୧୪ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ମଧୁମେହ ଦିବସ’ ବା ଓ୍ବାଲର୍‌ଡ ଡାଇବେଟିସ ଡେ ା ଏହି ଦିବସରେ ଭୂମିଷ୍ଠ ହୋଇଥିଲେ ଫ୍ରେଡେରିକ୍‌ ବ୍ୟାଣ୍ଟିଂ। ବ୍ୟାଣ୍ଟିଂ ଥିଲେ ଇନସୁଲିନର ଆବିଷ୍କର୍ତ୍ତା। ଚଳିତ ବର୍ଷର ଓ୍ବାଲର୍‌ଡ ଡାଇବେଟିସ ଡେ’ର ଥିମ୍‌ ବା ପ୍ରସଙ୍ଗ ହେଉଛି ‘ପରିବାର ଓ ଡାଇବେଟିସ୍‌’ ବା ‘ଫ୍ୟାମିଲି ଆଣ୍ଡ ଡାଇବେଟିସ’। ବାସ୍ତବରେ ପରିବାରରେ ଡାଇବେଟିସ ରୋଗୀ ଥିଲେ ପରିବାର ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡିଥାଏ। ଅନ୍ୟପକ୍ଷରେ ପରିବାରର ସଦସ୍ୟମାନଙ୍କଠାରୁ ଆନ୍ତରିକ ସହଯୋଗ ମିଳିପାରିଲେ ରୋଗୀଠାରେ ରୋଗ ଓ ରୋଗର ଜଟିଳତା ନିୟନ୍ତ୍ରଣ ଯଥେଷ୍ଟ ସୁଗମ ହୋଇଯାଏ।
ଉଦାହରଣ ସ୍ବରୂପ, ପରିବାରରେ ଡାଇବେଟିସ ରୋଗୀ ଥିଲେ ତାଙ୍କ ଖାଦ୍ୟପେୟରେ କେତେକ ପରିବର୍ତ୍ତନ ଲୋଡାପଡେ। ତେଣୁ ରୋଗୀଙ୍କ ମନସ୍ତତ୍ତ୍ୱକୁ ସମ୍ମାନ ଦେଇ ତଥା ଆନୁଷଙ୍ଗିକ ସୁବିଧା ପାଇଁ ପରିବାରର ଅନ୍ୟ ସଦସ୍ୟମାନଙ୍କ ଖାଦ୍ୟ ମଧ୍ୟ ପରିବର୍ତ୍ତିତ ହୋଇଯିବା ସ୍ବାଭାବିକ ା ସେହିପରି ରୋଗୀଟିର ଆଖି, ହୃତ୍‌ପିଣ୍ଡ, ବୃକ୍‌କ କିମ୍ବା ପାଦରେ ଡାଇବେଟିସ ସମ୍ପର୍କିତ ଜଟିଳତା ପ୍ରକାଶ ପାଇଥିଲେ ଏହାର ମନସ୍ତାତ୍ତ୍ୱିକ ପ୍ରଭାବ କେବଳ ରୋଗୀଠାରେ ସୀମିତ ରହି ନ ଥାଏ। ପରିବାରର ଅନ୍ୟ ସମସ୍ତେ ମଧ୍ୟ ମାନସିକ ଚାପଗ୍ରସ୍ତ ରହିବା ପାଇଁ ବାଧ୍ୟ ହୋଇଥାନ୍ତି। ଏଥିରୁ ମୁକୁଳିବା ପାଇଁ ସେମାନଙ୍କର ଜୁ ନ ଥାଏ।
ଉଦାହରଣ ସ୍ବରୂପ, ଡାଇବେଟିସ ରୋଗୀଙ୍କୁ ମିଠା ଖାଇବା ପାଇଁ ବାରଣ କରାଯାଇଥିବାରୁ ପରିବାର ଅନ୍ୟମାନେ ମଧ୍ୟ ମିଠା ଖାଇବାରେ ନିଜକୁ ଅପରାଧୀ ବୋଲି ମନେକରିଥାନ୍ତି। କ୍ଷୀରା, ପିଠା, ମିଠା ଆଦି ବହୁଳ ଭାବରେ ଖିଆଯାଉଥିବା ପର୍ବପର୍ବାଣି ଗୁଡିକ ପରିବାରରେ ଧୁମ୍‌ ଧାମରେ ପାଳିତ ହୋଇପାରେ ନାହିଁ। ବିଭିନ୍ନ ଆଳ ଦେଖାଇ ଅନ୍ୟ ସଦସ୍ୟମାନେ ଏହାକୁ ସାଧାରଣ ଭାବରେ ପାଳି ଚଳେଇ ନେବା ନିମନ୍ତେ ବାଧ୍ୟ ହୋଇଥାନ୍ତି।
ତେବେ ମିଠା ନ ଖାଇଲେ ବି ମିଠା ଜିନିଷଗୁଡିକର କ’ଣ ବିକଳ୍ପ ନାହିଁ? ବିକଳ୍ପ ଅଛି। ଡାଇବେଟିସ୍‌ ରୋଗୀ ରହିଥିବା ପରିବାରକୁ ଉପହାର ଭାବେ ମିଠା ପରିବର୍ତ୍ତେ ପନିପରିବା ଓ ଆପଲଭଳି ଫଳ ନେଇ ହେବ। ନେଇହେବ ଆମଣ୍ଡ୍‌, ପିସ୍ତା, କାଜୁ ଓ ଚିନାବାଦାମ। ଆମଣ୍ଡ, ପିସ୍ତା, କାଜୁ ଓ ଚିନାବାଦାମରୁ ମିଳେ ବେଶି ପ୍ରୋଟିନ୍‌, ଖାଦ୍ୟତନ୍ତୁ। ଏଗୁଡ଼ିକରେ ରହିଥିବା ମନୋଅନୁସାଚରେଟେଡ୍‌ ଫ୍ୟାଟ୍‌ ଶରୀର ପାଇଁ ସ୍ବାସ୍ଥ୍ୟପ୍ରଦ। ଏଗୁଡ଼ିକ ରକ୍ତ ଗ୍ଲୁକୋଜର ମାତ୍ରା ବୃଦ୍ଧି କରନ୍ତିନି। କିନ୍ତୁ ଯୋଗାଇଥା’ନ୍ତି ଅଧିକ ଶକ୍ତି। କେବଳ ସେତିକି ନୁହେଁ, ଏଗୁଡ଼ିକ ହୃତ୍‌ପିଣ୍ଡକୁ ମଧ୍ୟ ସୁସ୍ଥ ରଖିଥାନ୍ତି। କାରଣ ଏହାକୁ ଖାଇଲେ ରକ୍ତରେ ଉତ୍ତମ କୋଲେଷ୍ଟରଲ ବୋଲି କୁହାଯାଉଥିତ୍ବା ଏଚ୍‌.ଡି.କୋଲେଷ୍ଟରଲ୍‌ର ମାତ୍ରାରେ ବୃଦ୍ଧି ଘଟିଥାଏ।
ସେହିପରି ଡାଇବେଟିସ୍‌ ରୋଗୀଙ୍କୁ ନିୟମିତ ବ୍ୟାୟାମ କରିବା ନିମନ୍ତେ ଚିକିତ୍ସକ ପରାମର୍ଶ ଦେଇଥା’ନ୍ତି। ନିୟମିତ ବ୍ୟାୟାମ କଲେ ରୋଗୀ ଶରୀରର ଓଜନ ଅନୁମୋଦିତ ସ୍ତରରେ ରହେ। ରକ୍ତରେ ଗ୍ଲୁକୋଜ ଓ ଫ୍ୟାଟର ମାତ୍ରା ନିୟନ୍ତ୍ରିତ ହୋଇ ରହେ। ଚାଲିବା ହେଉଛି ସବୁ ଦୃଷ୍ଟିରୁ ଅନୁକୂଳ ବ୍ୟାୟାମ। ପରିବାରର ଅନ୍ୟାନ୍ୟ ସଦସ୍ୟମାନେ ଏକାଠି ମିଶି ଚାଲିବା ପାଇଁ ବାହାରିଗଲେ ଏହା ରୋଗୀ ପାଇଁ ଆଦୌ କ୍ଳାନ୍ତିକର କି ବିରକ୍ତିକର ବୋଧ ହୁଏ ନାହିଁ। ଏହା ଫଳରେ ରୋଗୀ ଉପକୃତ ହେବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କ କ୍ଷେତ୍ରରେ ଡାଇବେଟିସ୍‌, ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ, ଷ୍ଟ୍ରୋକ୍‌, ପୃଥୁଳତା ଆଦିର ନିବାରଣ ସୁଗମ ହୋଇଥାଏ।
ସେହିପରି ଯୋଗ, ଧ୍ୟାନ, ପ୍ରାଣାୟାମ ଓ ଘର ଭିତରେ ଏବଂ ଘର ବାହାରେ ଖେଳା ଯାଉଥିତ୍ବା ଖେଳରେ ରୋଗୀ ସହ ଅନ୍ୟ ସଦସ୍ୟମାନେ ମଧ୍ୟ ସହଯୋଗ କରିବାରେ ସୁଫଳ ମିଳେ। ଏକାଠି ମିଶି ହସଖୁସି କରିବା ଜୀବନ ପ୍ରତି ଏ ସକାରାମତ୍କ ମନୋଭାବ ପୋଷଣ କରିବାରେ ଅନୁକୂଳ ପ୍ରଭାବ ସମସ୍ତଙ୍କ ପାଇଁ ସୁଦୂରପ୍ରସାରୀ।
ଡାଇବେଟିସ୍‌ ରୋଗୀ ଅନେକ ସମୟରେ ନିଜ ଔଷଧ ଖାଇବା କଥା ଭୁଲିଯାଏ। ଏ କ୍ଷେତ୍ରରେ ରୋଗୀଙ୍କ ସ୍ବାମୀ/ସ୍ତ୍ରୀ କିମ୍ବା ସନ୍ତାନସନ୍ତତିମାନେ ରୋଗୀକୁ ଔଷଧ ଖାଇବା ବିଷୟରେ ମନେପକେଇ ଦେଇପାରିବେ। ଏହାଫଳରେ ରୋଗୀଠାରେ ଡାଇବେଟିସ୍‌ର ନିୟନ୍ତ୍ରଣ ସୁଗମ ହୋଇଯିବା ସଙ୍ଗେ ପରିବାର ମଧ୍ୟ ଏହାର ସୁଫଳ ଉପଭୋଗ କରିପାରିବ।
ଡାଇବେଟିସ୍‌ ରୋଗୀମାନେ ନିୟମିତ ସମୟ ବ୍ୟବଧାନରେ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ। ମଝିରେ ମଝିରେ ରକ୍ତର ଗ୍ଲୁକୋଜ, କୋଲେଷ୍ଟରଲ, ଟ୍ରାଇଗ୍ଲିସେରାଇଡ ଓ ପରିସ୍ରା ପରୀକ୍ଷା କରିବା ଦରକାର ପଡେ। ଦରକାର ପଡିପାରେ ଇ.ସି.ଜି ଓ ଅନ୍ୟାନ୍ୟ କେତେକ ଆନୁଷଙ୍ଗିକ ପରୀକ୍ଷା। ଯେଉଁ ରୋଗୀମାନେ ବର୍ଷକୁ ଅନ୍ତତଃ ତିନି ଚାରିଥର ଡାକ୍ତରଙ୍କ ସହ ପରାମର୍ଶ କରି ନିଜର ବିଭିନ୍ନ ପରୀକ୍ଷା ନିରୀକ୍ଷା କରେଇଥାନ୍ତି, ସେମାନେ ଡାଇବେଟିସ୍‌ଜନିତ ଜଟିଳତାଗୁଡିକ ନିବାରଣ କରିବା ସଙ୍ଗେ ସଙ୍ଗେ ଦୀର୍ଘ ସୁସ୍ଥ ଜୀବନ ଉପଭୋଗ କରିଥାନ୍ତି। ନିୟମିତ ଡାକ୍ତରୀ ପରାମର୍ଶ ଓ ପରୀକ୍ଷା ନିରୀକ୍ଷା କରେଇ ନେବାରେ ପରିବାର ସହଯୋଗ ଅପରିହାର୍ଯ୍ୟ ବିବେଚିତ ହୋଇଥାଏ।
ଅନେକ ଡାଇବେଟିସ୍‌ ରୋଗୀ ୯୦ ବର୍ଷ ବୟସ ଅତିକ୍ରମ କରିଯିବା କିମ୍ବା ଶତାୟୁ ହେବା ଏବେ ଆଉ ବିରଳ ଘଟଣା ହୋଇ ରହିନାହିଁ। ଅନେକେ ୫୦ରୁ ୬୦ ବର୍ଷଧରି ଡାଇବେଟିସ୍‌ ଭୋଗି ଆସୁଥିଲେ ମଧ୍ୟ ରହି ଆସୁଛନ୍ତି ବେଶ୍‌ ସୁସ୍ଥ ଏବଂ ଜଟିଳତା ମୁକ୍ତ। ତେବେ ଏଭଳି ସଫଳତା ଉପଭୋଗ କରିବା ପାଇଁ ଚାହିଁଲେ ରୋଗୀ ବର୍ଷକୁ ଅନ୍ତତଃ ନିଜର ଆଖି, ହୃତ୍‌ପିଣ୍ଡ, ବୃକ୍‌କ ଓ ପାଦର ପରୀକ୍ଷା କରେଇନେବା ବାଧ୍ୟତାମୂଳକ। ଏ ସବୁଥିରେ ପରିବାରର ଭୂମିକାକୁ ଆଦୌ ହେୟଜ୍ଞାନ କରି ହେବ ନାହିଁ। ପରିବାରର ସଦସ୍ୟାମାନଙ୍କ ସକ୍ରିୟ ସହଯୋଗ ହିଁ ଡାଇବେଟିସ୍‌ ରୋଗୀକୁ ଜଟିଳତାମୁକ୍ତ ରଖିପାରିବ।
ଡାଇବେଟିସ୍‌ ରୋଗକୁ ବେଳ ହୁଁ ନିର୍ଣ୍ଣୟ କରିପାରିଲେ ଓ ନିୟମିତ ଚିକିତ୍ସାରେ ରହିଲେ ଡାଇବେଟିସ୍‌ ଆଡ଼ୁ ବିପଦର ସମ୍ଭାବନା ଆଶାତିତ ଭାବରେ ହ୍ରାସ ପାଇଯିବ। ରୋଗୀଙ୍କ କ୍ଷେତ୍ରରେ ଯେକୌଣସି ଜଟିଳତାକୁ ବେଳ ହୁଁ ଚିହ୍ନଟ କରିପାରିଲେ ଏହାର ସମୁଚିତ ଚିକିତ୍ସା କରି ଦୁଃସ୍ଥିତିକୁ ବଦଳେଇ ଦିଆଯାଇପାରେ ମଧ୍ୟ।
ଡାଇବେଟିସ୍‌କୁ ଅନିୟନ୍ତ୍ରିତ ଭାବରେ ଛାଡ଼ିଦେଲେ ଏହାର ପରିଣାମ ଭୟଙ୍କର ହୋଇ ଉଠିବା ଆଦୌ ଅସମ୍ଭବ ନୁହେଁ। ଏପରିକି କ୍ଷେତ୍ର ବିଶେଷରେ ଏହା କେତେକ କ୍ୟାନ୍‌ସରଠାରୁ ମଧ୍ୟ ଅଧିକ ଭୀଷଣରୂପ ନେଇପାରେ।
ସେ ଯାହା ହେଉ ପରିବାର ଓ ଡାଇବେଟିସ୍‌ ପ୍ରସଙ୍ଗଟି ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ। କାରଣ କେବଳ ପରିବାରର ସକ୍ରିୟ ସହଯୋଗ ଦ୍ୱାରା ହିଁ ଡାଇବେଟିସ୍‌ ରୋଗୀ ଦୀର୍ଘ ଓ ସୁସ୍ଥଜୀବନ ନିର୍ବାହ କରିବା ନିମନ୍ତେ ସମର୍ଥ ହୋଇପାରିବ।

ଡା. ନିତ୍ୟାନନ୍ଦ ସ୍ବାଇଁ

ଅଭୀପ୍‌ସା: ସେକ୍ଟର-୬, ପ୍ଲଟ ନଂ. -୧୧୩୧
ଅଭିନବ ବିଡାନାସୀ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri