ପରିବହନ କାର୍ଯ୍ୟାଳୟରେ ଦଲାଲ ରାଜ: ହାତଗୁଞ୍ଜା ନେଇ କିରାଣିଙ୍କ ପରି କରୁଛନ୍ତି କାମ

ଅନୁଗୋଳ ଅଫିସ, ୧୯।୯ – ସଂଶୋଧିତ ମୋଟରଯାନ ଆଇନ ଲାଗୁ ପରେ ଏବେ ରାଜ୍ୟରେ ଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟଗୁଡ଼ିକରେ ଅସମ୍ଭବ ଭିଡ଼ ହେଉଛି। ଗାଡ଼ି ପଞ୍ଜୀକରଣ, ଡ୍ରାଇଭିଂ ଲାଇସେନ୍ସ, ଟିକସ ପଇଠ ଆଦି ପାଇଁ ଦୈନିକ ହଜାର ହଜାର ଲୋକ ପରିବହନ କାର୍ଯ୍ୟାଳୟକୁ ଧାଉଁଥିବା ଦେଖାଯାଉଛି। ଏଥିରୁ ବାଦ୍‌ ପଡ଼ିନି ଅନୁଗୋଳଠାରେ ଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ। ଏଠାରେ ମଧ୍ୟ ସମାନ ଅବସ୍ଥା ସୃଷ୍ଟି ହୋଇଛି। ହେଲେ ଏହାର ଫାଇଦା ଉଠାଉଛନ୍ତି କେତେଜଣ ଦଲାଲ। କାମ କରାଇ ଦେବା ଆଳରେ ସେମାନେ ଦୈନିକ ବିଭିନ୍ନ କାର୍ଯ୍ୟରେ ଏଠାକୁ ଆସୁଥିବା ଲୋକଙ୍କଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିବା ଅଭିଯୋଗ ହେଉଛି। ଏପରି କି କିରାଣିଙ୍କ ଭଳି କାର୍ଯ୍ୟାଳୟର ବିଭିନ୍ନ ଫାଇଲରେ ସେମାନେ ହାତ ମାରୁଥିବା ଚର୍ଚ୍ଚା ହେଉଛି।
ଆଲୋଚନାରୁ ଜଣାପଡ଼ିଛି ଯେ, ପାଖାପାଖି ୮ ଜଣ ଦଲାଲ୍‌ ଅନୁଗୋଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସକ୍ରିୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ୪/୫ ଜଣ ଚୌକି, ଟେବୁଲ ପକାଇ ବସି କିରାଣିଙ୍କ ଭଳି ଲୋକଙ୍କ ବିଭିନ୍ନ କାର୍ଯ୍ୟ କରିଦେବାକୁ କହି ଅର୍ଥ ଦାବି କରୁଛନ୍ତି। କାର୍ଯ୍ୟାଳୟରେ ୯ କିରାଣି ପଦବୀରୁ ୬ଟି ଖାଲି ପଡ଼ିଥିବାରୁ ଦଲାଲମାନେ ଶୀଘ୍ର କାର୍ଯ୍ୟ କରିଦେବାକୁ କହି ଲୋକଙ୍କଠାରୁ ଅର୍ଥ ଆଦାୟ କରୁଛନ୍ତି। ଲାଇସେନ୍ସ, ଗାଡ଼ି ନମ୍ବର ପଞ୍ଜୀକରଣ, ଫିଟନେସ, ପସନ୍ଦର ନମ୍ବର ପ୍ଲେଟ, ଏନ୍‌ଓସି ଆଦି ପାଇଁ ଲମ୍ବା ଧାଡ଼ିରେ ଠିଆ ହୋଇ ଘଣ୍ଟା ଘଣ୍ଟା ଅପେକ୍ଷା ପରିବର୍ତ୍ତେ କିଛି ହାତଗୁଞ୍ଜା ଦେଇ ଅନେକ ଲୋକ କାର୍ଯ୍ୟ କରିନେବାକୁ ଚାହୁଁଥିବାରୁ ଦଲାଲଙ୍କ ଭଲ ରୋଜଗାର ହେଉଛି। ପଡ଼ୋଶୀ ରାଜ୍ୟରୁ ଆସିଥିବା ଜଣେ ଟ୍ରକ୍‌ ଚାଳକ କହିଛନ୍ତି ଯେ, ଗାଡ଼ିର କାଗଜପତ୍ର ସବୁ ଠିକ୍‌ ଥିଲେ ମଧ୍ୟ ତାଙ୍କୁ ଦଲାଲମାନେ ଜରିମାନା ଦେବାକୁ ବାଧ୍ୟ କରିଥିଲେ। କିନ୍ତୁ ଏ ନେଇ ସେ ଅଭିଯୋଗ କରିବେ ବୋଲି କହିବାରୁ ସେମାନେ ଜୁଲମ କରି ନ ଥିଲେ। ତେବେ କର୍ମଚାରୀ ହୋଇ ନ ଥିଲେ ବି ଏମାନେ ପରିବହନ କାର୍ଯ୍ୟାଳୟରେ ଲୋକଙ୍କ ବିଭିନ୍ନ କାର୍ଯ୍ୟ କିପରି କରାଇ ଦେଉଛନ୍ତି ଓ କିଏ ଏହି ଦଲାଲମାନଙ୍କୁ ପ୍ରଶ୍ରୟ ଦେଉଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଯୋଗାଯୋଗ ସମ୍ଭବ ନ ହେବାରୁ ଏ ସମ୍ପର୍କରେ ଆରଟିଓ ଧନଞ୍ଜୟ ସେନାପତିଙ୍କ ମତାମତ ମିଳିପାରି ନାହିଁ। ତେବେ ଜିଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି, ପରିବହନ କାର୍ଯ୍ୟାଳୟରେ ଏଭଳି ଭାବେ କାର୍ଯ୍ୟ ହେବା କଥା ନୁହେଁ। ବିଭିନ୍ନ ସ୍ଥାନରେ ଦଲାଲ୍‌ଙ୍କ ପ୍ରାଧାନ୍ୟ ବଢ଼ିବାରେ ଲାଗିଛି। ଯଦି ସେପରି କିଛି ଘଟଣା ହେଉଥିବ, ଏ ନେଇ ଅଧିକାରୀଙ୍କୁ ତାଗିଦ୍‌ କରାଯିବ। ଦଲାଲମାନଙ୍କୁ କିଏ ଓ କାହିଁକି ପ୍ରଶ୍ରୟ ଦେଉଛି ତାହାର ଖୋଳତାଡ଼ କରାଯିବ ବୋଲି ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri