Categories: ବାଣିଜ୍ୟ

ପରିବର୍ତ୍ତନ ହେବେ ଏସ୍‌ଏଲ୍‌ବିସି କନ୍‌ଭେନର

ମୁମ୍ବାଇ,୩୧। ୩: ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣ ପରେ ରିଜର୍ଭ ବ୍ୟାଙ୍କ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି(ଏସ୍‌ଏଲ୍‌ବିସି)ର କନ୍‌ଭେନରଙ୍କୁ ପରିବର୍ତ୍ତନ ନେଇ ସୋମବାର ପ୍ରସ୍ତାବ ଦେଇଛି। ସରକାର ୧୦ ବ୍ୟାଙ୍କକୁ ମିଶାଇ ୪ ବଡ଼ ବ୍ୟାଙ୍କ ଗଠନ ନେଇ ଯୋଜନାକୁ ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ କରାଉଛନ୍ତି। ନୂଆ ପ୍ରସ୍ତାବ ମୁତାବକ ଦିଲ୍ଲୀ ପାଇଁ ପିଏନ୍‌ବି ଏସ୍‌ଏଲ୍‌ବିସି କନ୍‌ଭେନର ଭାବେ କାର୍ଯ୍ୟ କରିବ। ବର୍ତ୍ତମାନ ଏଠାରେ ଓରିଏଣ୍ଟାଲ ବ୍ୟାଙ୍କ ଦାୟିତ୍ୱ ନିର୍ବାହ କରୁଛି। ସେହିଭଳି ତ୍ରିପୁରା ଏବଂ ପଶ୍ଚିମବଙ୍ଗ ଲାଗି ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପରିବର୍ତ୍ତେ ପିଏନ୍‌ବି ହାତକୁ ଦାୟିତ୍ୱ ହସ୍ତାନ୍ତର ହେବ। ଆନ୍ଧ୍ରବ୍ୟାଙ୍କ ୟୁନିୟନ ବ୍ୟାଙ୍କ ସହ ମିଶିଥିବାରୁ ଆନ୍ଧ୍ରପ୍ରଦେଶର ନୂଆ ଏସ୍‌ଏଲ୍‌ବିସି କନ୍‌ଭେନରଭାବେ ୟୁନିୟନ ବ୍ୟାଙ୍କ କାର୍ଯ୍ୟ କରିବ। ସେହିଭଳି କର୍ନାଟକ ପାଇଁ ସିଣ୍ଡିକେଟ ବ୍ୟାଙ୍କ ପରିବର୍ତ୍ତେ କାନାରା ବ୍ୟାଙ୍କ ଏସ୍‌ଏଲ୍‌ବିସି କନ୍‌ଭେନର ରହିବ ବୋଲି ଜଣାପଡ଼ିଛି।

Share