ପରିବର୍ତ୍ତନ ସଂକଳ୍ପ ସମାବେଶରେ ରାହୁଲ: ‘ଚୋରଙ୍କୁ ଖସାଇଛନ୍ତି ନିଜେ ଚୌକିଦାର’

ବାଲେଶ୍ୱର ଅଫିସ/ରେମୁଣା, ୨୭।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣା ବ୍ଲକ ନରହରିପୁର ପଡ଼ିଆରେ ଶୁକ୍ରବାର ଅପରାହ୍ନରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗଦେଇ ଜାତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।  ସେ କହିଥିଲେ, ବର୍ତ୍ତମାନ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ଯେଉଁ ଭାଷଣ ଦେଉଛନ୍ତି ସେଥିରେ ୫ ବର୍ଷ ତଳର କୌଣସି କଥା ରହୁନାହିଁ।  ଗରିବଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଯିବ ବୋଲି କହି ସମସ୍ତଙ୍କୁ ସେ ଭୂଅଁା ବୁଲାଇଛନ୍ତି। ଏବେ ଧନୀମାନେ ଦେଶର ବ୍ୟାଙ୍କ ଆକାଉଣ୍ଟକୁ ଲୁଟି ଚାଲିଛନ୍ତି। କେତେକ ପ୍ରମୁଖ କମ୍ପାନୀ କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନ ପାଇ ହଜାର ହଜାର କୋଟି ଟଙ୍କା ଲୁଟି ଫେରାର ହୋଇଯାଇଛନ୍ତି। ସେହି ଚୋରଙ୍କୁ ଦେଶରେ ଚୌକିଦାର ଫେରାର କରିବାରେ ବିଶେଷ ଭୂମିକା ଗ୍ରହଣ କରିଛନ୍ତି ା ବର୍ତ୍ତମାନ ଯେକୌଣସି ସ୍ଥାନକୁ ଗଲେ ଦେଶର ଚୌକିଦାରଙ୍କୁ ସମସ୍ତେ ଚୋର ବୋଲି ମଧ୍ୟ କହୁଛନ୍ତି। ଯଦି ଚୋରମାନେ ଏଭଳି ଭାବେ ହଜାର କୋଟି ନେଇ ଯାଉଛନ୍ତି, ତେବେ ଦେଶର ଗରିବ ଲୋକଙ୍କୁ ବର୍ଷକୁ ୭୨ହଜାର ଟଙ୍କା ଦିଆଯିବାରେ ଅସୁବିଧା କ’ଣ ବୋଲି ରାହୁଲ ପ୍ରଶ୍ନ କରିଥିଲେ ା ଅନ୍ୟପକ୍ଷେ ଭାଜପା ଓ ଆରଏସ୍‌ଏସ୍‌ର କାର୍ଯ୍ୟକଳାପ ଘୃଣା ସାଙ୍ଗକୁ ଦେଶରେ ଆକ୍ରୋଶ ଭାବ ବଢାଇଚାଲିଛି। ଏଭଳି ସ୍ଥିତିରେ କଂଗ୍ରେସ ଭାଇଚାରାର ନାରା ଦେଇ ପରିବର୍ତ୍ତନ ଆଣିବା ପାଇଁ ନିର୍ବାଚନ ଲଢୁଛି ବୋଲି ସେ କହିଥିଲେ।

ନିର୍ଦ୍ଧାରିତ ସମୟଠାରୁ ୨ ଘଣ୍ଟା ୪୫ ମିନିଟ୍‌ ବିଳମ୍ବରେ ସଭାସ୍ଥଳରେ ପହଞ୍ଚିଥିବାରୁ ସେ ପ୍ରଥମେ ଏଥିପାଇଁ କ୍ଷମା ପ୍ରାର୍ଥନା କରିଥିଲେ। ସେ କହିଥିଲେ ବର୍ତ୍ତମାନ ବେରୋଜଗାରୀ, ଗରିବୀ ଓ କୃଷକଙ୍କୁ ଅବହେଳା କରାଯିବା ଦେଶର ପ୍ରମୁଖ ସମସ୍ୟା। କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦିଙ୍କ ସରକାର ଶ୍ରମିକ, କୃଷକ ଓ ଗରିବଙ୍କ ବିକାଶ କ୍ଷେତ୍ରରେ  ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ନୋଟବନ୍ଦୀ କାର୍ଯ୍ୟ ଯୋଗୁ ଯେଉଁ କ୍ଷତି ଘଟିଛି ତାହା ଅଧିକ ବେରୋଜଗାରୀ ବଢାଇଛି। ବିମୁଦ୍ରୀକରଣ ପରେ ଅନେକ କଳକାରଖାନା ବନ୍ଦ ହେବାରୁ ଶ୍ରମିକ, କର୍ମଚାରୀ କାମଧନ୍ଦା ହରାଇଛନ୍ତି। ୪୫ ବର୍ଷ ମଧ୍ୟରେ ଦେଶରେ ଏଭଳି ବେରୋଜଗାରୀ ସମସ୍ୟା କେବେ ଦେଖାଦେଇ ନ ଥିଲା। କଂଗ୍ରେସ କ୍ଷମତାକୁ ଆସିଲେ ବର୍ଷକ ମଧ୍ୟରେ ଖାଲି ପଡିଥିବା ୨୨ ଲକ୍ଷ ପ୍ରଶାସନିକ ପଦବୀ ପୂରଣ, ପଞ୍ଚାୟତ ଗୁଡିକରେ ୧୦ ଲକ୍ଷ ଯୁବକଙ୍କୁ ଚାକିରି ଏବଂ ଗରିବଙ୍କ ପାଇଁ ନ୍ୟାୟ ଯୋଜନା କାର୍ଯ୍ୟକାରୀ କରିବ। ସେହିପରି ଗରିବଙ୍କ ପାଇଁ କାର୍ଯ୍ୟକାରୀ ହେବ ନ୍ୟାୟ ଯୋଜନା । ଯେଉଁ ଲୋକଙ୍କ ମାସିକ ଆୟ ୧୨ ହଜାରରୁ କମ୍‌ ସେମାନଙ୍କୁ ୩ ଲକ୍ଷ ୬୦ ହଜାର ଟଙ୍କା ଦିଆଯିବ। ଏହି ଟଙ୍କା ମହିଳାଙ୍କ ନାମରେ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ଆସିବ। କୃଷକଙ୍କୁ ଏବେ ଉତ୍ପାଦନର ଠିକ୍‌ ଲାଭ ମିଳୁନାହିଁ।  କଂଗ୍ରେସ କ୍ଷମତାକୁ ଆସିଲେ କୃଷକଙ୍କ ପାଇଁ ନୂଆ ଆଇନ ପ୍ରଣୟନ କରିବ। କୌଣସି କୃଷକ ଋଣ ନେଇ ପରିଶୋଧ ନ କଲେ ଜେଲ୍‌ ଯିବାକୁ ପଡିବ ନାହିଁ। ଛତିଶଗଡରେ କଂଗ୍ରେସ କ୍ଷମତାକୁ ଆସିବା ପରେ ମାତ୍ର ୧୦ ଦିନରେ କୃଷି ଋଣ ଛାଡ କରାଗଲା ବୋଲି ସେ କହିଥିଲେ।  ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ପାଇଁ ବିଶେଷ ସହାୟତା ପ୍ରଦାନ କରାଯିବ ବୋଲି ଉଲ୍ଲେଖ କରି କଂଗ୍ରେସ ପ୍ରାର୍ଥୀଙ୍କୁ ବିପୁଳ ଭୋଟ ଦେଇ ଜିତାଇବାକୁ ନିବେଦନ କରିଥିଲେ।

ରାହୁଲ ହେଲିକପ୍ଟର ଯୋଗେ ଆସି ଅପରାହ୍ନ ସାଢ଼େ ୪ଟାରେ ସଭାସ୍ଥଳ ନିକଟ ହେଲିପ୍ୟାଡରେ ୁ ଅବତରଣ କରିବା ପରେ ତାଙ୍କୁ ଉପସ୍ଥିତ ନେତା ଓ କର୍ମୀ ସ୍ବାଗତ ଜଣାଇଥିଲେ। ସେଠାରେ ଆୟୋଜିତ ପରିବର୍ତ୍ତନ ସମାବେଶରେ ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି) ସମ୍ପାଦକ ରୁଦ୍ର ରାଜୁ ସଭାପତିତ୍ୱ କରିଥିଲେ। ଜିଲା ସଭାପତି ଶରତ ରାଜ ସଭା ପରିଚାଳନା କରିଥିଲେ ା ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇସିସି ସମ୍ପାଦକ ମସ୍ତାନ ଅଲ୍ଲୀ, ଛତିଶଗଡର କୃଷିମନ୍ତ୍ରୀ ତଥା ଓଡିଶା ପ୍ରଭାରୀ ଟି.ଏସ. ସିଂହଦେଓ, କେନ୍ଦ୍ରୀୟ ନେତା ଆଦିତ୍ୟ ଶର୍ମା, ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ଦେବ, ଶରତ ପଟ୍ଟନାୟକ, ନରସିଂହ ମିଶ୍ର, ଭକ୍ତ ଚରଣ ଦାସ, ସୁଶୀଳା ତିରିଆ, ସଞ୍ଜୀବ ଗିରି, ଅରୁଣ ଯେନା, ରାମଚନ୍ଦ୍ର ଖୁଣ୍ଟିଆଙ୍କ ସମେତ ଏମ୍‌ପି ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ, ବିଧାୟକ ପ୍ରାର୍ଥୀ ସତ୍ୟଶିବ ଦାସ, ସୁଦର୍ଶନ ଦାସ, ବିଜନ ନାୟକ, ମାନସ ଦାସ ପଟ୍ଟନାୟକ, ପ୍ରତାପ ସେଠୀ, ମନୋଜମଞ୍ଜରୀ ଦେବୀ, ଦେବଯାନୀ ବେହେରା ପ୍ରମୁଖ ଉଦବୋଧନ ଦେଇଥିଲେ ା ଜିଲା ଉପସଭାପତି ତପନ ଦାସ ଧନ୍ୟବାଦ ଦେଇଥିଲେ। ଉଲ୍ଲେଖନୀୟ ଯେ, ରାହୁଲ ରେମୁଣା ସମାବେଶରେ ଶୁକ୍ରବାର ଅପରାହ୍ନ ୧ଟା ୧୫ ମିନିଟ୍‌ରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଥିଲା। ତାଙ୍କ ବିମାନରେ ତ୍ରୁଟି ଯୋଗୁ ବାଲେଶ୍ୱର ସଭାକୁ ଆସିବା ବିଳମ୍ବିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

ରାସ୍ତାରେ ଠିଆ ହୋଇଥିଲା ଟ୍ରକ୍‌, ପଛରୁ ପିଟିଲା ଆଉ ଏକ ଟ୍ରକ୍‌, ଚାପିହୋଇଗଲେ ୩ ଜଣ

ସୋର,୬ା୪(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡ଼ା ମଡର୍ଣ୍ଣ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri