ପରିତ୍ୟକ୍ତ ସ୍ଲୁଇସ୍‌ ଗେଟ, ନଦୀ ପଡ଼ିଛି ଶୁଖିଲା

ଧାମନଗର, ୨୩।୫ (ଡି.ଏନ.ଏ.) – ଭଦ୍ରକ ଜିଲାର ନଈନାଳ ଘେରା ଧାମନଗର ବ୍ଲକରେ ଜଳସେଚନ କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା ଲାଗି ନଦୀରେ ଚେକ୍‌ ଡ୍ୟାମ, ସ୍ଲୁଇସ ଗେଟ ନିର୍ମାଣ କରାଯାଇଥିଲେ ମଧ୍ୟ ଏସବୁ ଯୋଜନା ଫେଲ୍‌ ମାରିଛି। ରକ୍ଷଣାବେକ୍ଷଣ ଅଭାବରୁ ଜଳସେଚନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ଚାଷୀମାନେ ଅଭିଯୋଗ କରୁଥିଲେ ମଧ୍ୟ କିଛି ପ୍ରତିକାର ହେଉ ନାହିଁ ା ବୈତରଣୀର ଶାଖା ଗେଙ୍ଗୁଟି ନଦୀର ଜାହାଙ୍ଗୀର ନିକଟ ଜନ୍ତମାହାରାରୁ ନିଷ୍କାସିତ ବନ୍ୟାଜଳକୁ ମିର୍ଘାହାଟକୂଳ ନିକଟରେ ସ୍ଲୁଇସ ଗେଟ୍‌ ଜରିଆରେ ଦୀର୍ଘ ୧୦ କିମି ପର୍ଯ୍ୟନ୍ତ ନଦୀ ଗର୍ଭରେ ଗଚ୍ଛିତ ରଖାଯାଉଥିଲା। ପ୍ରାୟ ୧୦ ବର୍ଷ ହେବ ଏହି ସ୍ଲୁଇସ ଗେଟ୍‌ ଭାଙ୍ଗି ନଷ୍ଟ ହୋଇଯାଇ ଥିଲେ ମଧ୍ୟ ଏହାର ପୁନରୁଦ୍ଧାର ହୋଇପାରୁ ନାହିଁ। ପୂର୍ବରୁ ବିଭାଗ ପକ୍ଷରୁ ପୁନରୁଦ୍ଧାର ଚେଷ୍ଟା କରାଯାଇଥିଲେ ମଧ୍ୟ ଏହା ସଫଳ ହୋଇପାରି ନାହିଁ। ଏ ନେଇ ଚାଷୀକୁଳ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।
ଉଲ୍ଲେଖନୀୟ ଯେ, ଧାମନଗର ବ୍ଲକ ଦେଇ ବୈତରଣୀ, କୋଚିଳା, ଗେଙ୍ଗୁଟି, ରେବ ଓ କପାଳି ନଦୀ ପ୍ରବାହିତ ହେଉଥିବାରୁ ନଦୀ ଅବବାହିକାରେ ଉର୍ବର ଚାଷଜମି ରହିଛି। ଏଠାରେ ବିଭିନ୍ନ ଫସଲ ଚାଷ ହେଉଥିବାରୁ ଏହି ଅଞ୍ଚଳକୁ ଜିଲାର ଭାତହାଣ୍ଡି କୁହାଯାଇଥାଏ। ପୂର୍ବରୁ ଚାଷୀମାନେ ନଦୀଶଯ୍ୟାର ସମତଳ ଜମି ନିକଟରେ ବନ୍ଧ ତିଆରି କରି ନଦୀରେ ଜଳ ଗଚ୍ଛିତ ରଖି ଚାଷକାର୍ଯ୍ୟ କରୁଥିଲେ। ଏପରି କି ସେମାନେ ବିଭିନ୍ନ ଚାଷ କରିବା ସହ ମରୁଡ଼ି ପରିସ୍ଥିତିର ମୁକାବିଲା କରି ପାରୁଥିଲେ। ପରେ କୋଟି କୋଟି ଟଙ୍କା ବ୍ୟୟରେ ସରକାରୀ ସ୍ତରରେ ଯୋଜନା କରି ବିଭିନ୍ନ ସ୍ଥାନରେ ଚେକ୍‌ ଡ୍ୟାମ, ସ୍ଲୁଇସ ଗେଟ ନିର୍ମାଣ କରାଯାଇଥିଲେ ମଧ୍ୟ ଚାଷୀଙ୍କ ପରାମର୍ଶ ନିଆ ନ ଯିବା କାରଣରୁ ଏ ସମସ୍ତ ଯୋଜନା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ସମ୍ପ୍ରତି ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ବିଭାଗୀୟ ଅଧିକାରୀଙ୍କୁ ନେଇ ଏହି ସ୍ଥାନ ପରିଦର୍ଶନ କରି ସ୍ଲୁଇସ ଗେଟ୍‌ର ପୁନରୁଦ୍ଧାର ପ୍ରତି ଗୁରୁତ୍ୱ ଦେଇଥିଲେ। ଉକ୍ତ ପ୍ରକଳ୍ପ ଜରିଆରେ ଦଳାଙ୍ଗ, ବୟାଙ୍ଗଡିହି, ଅର୍ଜୁନପୁର, ଭଟ୍ଟସାହି, ନଦୀଗଁା, କୋଠାର, ଧୂଷୁରୀର ନଦୀପାର୍ଶ୍ୱ ଅଞ୍ଚଳର ଚାଷୀ ଉପକୃତ ହେବେ ବୋଲି କୁହାଯାଇଥିଲା। ବର୍ତ୍ତମାନ ଏହି ସ୍ଲୁଇସ ଗେଟ୍‌ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବାରୁ ନଦୀଗର୍ଭ ଶୁଖିଲା ପଡ଼ିଥିବାରୁ ଚାଷୀମାନେ ଜମିକୁ ପାଣି ମଡ଼ାଇ ନ ପାରି ହଇରାଣ ହେଉଛନ୍ତି। ନଦୀ ସଂସ୍କାର ଯୋଜନାରେ ନଦୀର ଦୁଇଧାର ସଫାଇ କାର୍ଯ୍ୟ ହୋଇଥିଲେ ବି ନଦୀ ଜଳକୁ ଅଟକାଇବା ସମ୍ଭବ ହୋଇପାରିନାହିଁ। ଉକ୍ତ ଅଞ୍ଚଳରେ କେନାଲ ବ୍ୟବସ୍ଥା ନ ଥିବାରୁ ଉଠା ଜଳସେଚନ ବ୍ୟବସ୍ଥା ଉପରେ ଚାଷୀମାନେ ଭରସା କରିପାରୁନାହାନ୍ତି। ନଦୀ ଶୁଖିଲା ପଡ଼ିଥିବାରୁ ଚାଷୀମାନେ ଚଳିତ ଋତୁରେ ଚାଷ ପାଇଁ ନିରାଶ ହୋଇଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ପ୍ରକଳ୍ପ ଲାଗି ଡିଜାଇନ କାର୍ଯ୍ୟ ଶେଷ ହେବା ପରେ ଅର୍ଥ ବରାଦ ହୋଇ ସାରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri