ପରିତ୍ୟକ୍ତ କୂଅରୁ ଜଙ୍ଗଲି ବାର୍‌ହା ଉଦ୍ଧାର

ଛେଣ୍ଡିପଦା,୨୪।୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ବାହାଳସାହି ଗାଁ ନିକଟ ପରିତ୍ୟକ୍ତ କୂଅରୁ ଶୁକ୍ରବାର ଏକ ବାର୍‌ହା ଉଦ୍ଧାର ହୋଇଛି। କୂଅରେ ବାର୍‌ହା ପଡିଥିବା ନେଇ ଗ୍ରାମବାସୀ ବନ ବିଭାଗ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ ଓ ଛେଣ୍ଡିପଦା ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଏକ ଘଣ୍ଟା ପ୍ରଚେଷ୍ଟା ପରେ ବାର୍‌ହାଟିକୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ବାର୍‌ହାଟି ଦଉଡି ନିକଟସ୍ଥ ଜଙ୍ଗଲକୁ ପଲାଇଯାଇଥିବା ସୂଚନା ମିଳିଛି। ଶିକାରୀମାନେ ଶିକାର ଉଦ୍ଦେଶ୍ୟରେ ବାର୍‌ହାଟିକୁ ପିଛା କରିଥିବାରୁ ବାର୍‌ହାଟି କୂଅରେ ପଡିଯାଇଥିବା ଗ୍ରାମବାସୀ କହିଛନ୍ତି।