ପରାଜୟ ସ୍ବୀକାର କରି କେଜରିଓ୍ବାଲଙ୍କୁ ଶୁଭେଚ୍ଛା ଜଣାଇଲେ କପିଳ

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳକୁ ଦେଖି ଭାଜତୀୟ ଜନତା ପାର୍ଟି(ଭାଜପା) ପ୍ରାର୍ଥୀ କପିଳ ମିଶ୍ରା ଏକପ୍ରକାର ନିଜର ପରାଜୟ ସ୍ବୀକାର କରିନେଇଛନ୍ତି। ମଡେଲ ଟାଉନ୍‌ ଆସନରୁ ଭାଜପା ଟିକେଟ୍‌ରେ ନିର୍ବାଚନ ଲଢିଥିବା କପିଳ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ବିପୁଳ ବିଜୟକୁ ନେଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଭାଜପା ଏହାକୁ ନେଇ ୫ମ ରାଜ୍ୟରେ ପରାଜୟର ସମ୍ମୁଖୀନ ହେଲା। ତେଣୁ ଏଥିରୁ ସ୍ପଷ୍ଟ ହେଉଛି ଯେ କେଉଁଠି ନା କେଉଁଠି ଭାଜପା ଦିଲ୍ଲୀବାସୀଙ୍କ ନିକଟରେ ପହଞ୍ଚିବାକୁ ସକ୍ଷମ ହୋଇନାହିଁ। ସୂଚନାଯୋଗ୍ୟ, ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳକୁ ଦେଖିଲେ କେଜରିଓ୍ବାଲଙ୍କ ଆମ ଆଦମୀ ପାର୍ଟି(ଏଏପି) ଭାଜପାକୁ ବହୁ ପଛରେ ପକାଇ ବହୁମତରେ ଜିତି ପୁଣିଥରେ ସରକାର ଗଠନ କରିବାକୁ ସକ୍ଷମ ହେବ ବୋଲି ଅନୁମାନ କରାଯାଉଛି।

Share