Categories: ଜାତୀୟ

ପରସ୍ପର ମଧ୍ୟରେ ଲଢିଲେ ହେବ ଉଭୟଙ୍କର କ୍ଷତି: ଭାଗବତ

ମୁମ୍ବାଇ,୧୯।୧୧: ମହାରାଷ୍ଟ୍ର ରାଜନୀତିକୁ ନେଇ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ଏବେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ସମସ୍ତଙ୍କୁ ଜଣା ସ୍ବାର୍ଥରେ କ୍ଷତି ହୋଇଥାଏ, ଏହାପରେ ବି କେହି ସ୍ବାର୍ଥ ଛାଡନ୍ତି ନାହିଁ। ଆଉ ପରସ୍ପର ମଧ୍ୟରେ ଲଢେଇ କଲେ ଉଭୟଙ୍କର କ୍ଷତି ହୋଇଥାଏ ବୋଲି ସେ କହିଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଭାଗବତ ପରୋକ୍ଷରେ ଏହା ମହାରାଷ୍ଟ୍ର ରାଜନୀତିକୁ ନେଇ କହିଛନ୍ତି ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ମଧ୍ୟରେ ମେଣ୍ଟ ହୋଇଥିବା ବେଳେ ସରକାର ଗଠନ ସମୟରେ କିନ୍ତୁ ପରସ୍ପର ମଧ୍ୟରେ କନ୍ଦଳ ସୃଷ୍ଟି ହୋଇଥିଲା। ଆଉ ଫଳ ସ୍ବରୂପ ଆଜି ପର୍ଯ୍ୟନ୍ତ ସେଠାରେ ସରକାର ଗଠନ ହୋଇ ପାରୁ ନାହିଁ ଓ ଇତିମଧ୍ୟରେ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଛି।

Share