Categories: ବାଣିଜ୍ୟ

ପବନ ହଂସକୁ ବିକ୍ରି ଲାଗି ପୁଣି ଉଦ୍ୟମ

ନୂଆଦିଲ୍ଲୀ,୨୧-୫: କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ପବନ ହଂସକୁ ବିକ୍ରି କରିଦେବା ଲାଗି ପୁନର୍ବାର ପ୍ରୟାସ ଆରମ୍ଭ କରିଛନ୍ତି। ଚଳିତ ମାସ ଶେଷରେ ନୂଆକରି ବିଡିଂ ପ୍ରକ୍ରିୟା ଆରମ୍ଭ କରିବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଏଥିଲାଗି ନୂଆ ସରକାର ଦସ୍ତାବିଜ ଜାରି କରାଯିବ। ଏହି ହେଲିକପ୍ଟର କମ୍ପାନୀ ଉପରେ ୫୦୦ କୋଟି ଟଙ୍କାର ଆକଷ୍ମିକ ଋଣ ଥିବାରୁ କ୍ଷତିପୂରଣ ପ୍ରଦାନକୁ ଏଥର ବିଡିଂ ପ୍ରକ୍ରିୟାରେ ସାମିଲ କରାଯିବ। ଏଥିପୂର୍ବରୁ ପବନ ହଂସକୁ ବିକ୍ରି କରିଦେବା ଲାଗି ସରକାରଙ୍କ ଉଦ୍ୟମ ଫସର ଫାଟି ଥିଲା। ନିବେଶକଙ୍କ ସହିତ ଆଲୋଚନା ପରେ ବିଡିଂ ପ୍ରକ୍ରିୟାରେ ସଂଶୋଧନ କରିବା ଲାଗି ସରକାର ବିଚାର କରୁଛନ୍ତି। ଜଣେ ଅଧିକାରୀ କହିଛନ୍ତି ଯେ, ଚଳିତ ମାସ ଶେଷରେ ସଦ୍ୟତମ ପ୍ରାରମ୍ଭିକ ସୂଚନା ଜ୍ଞାପନ(ପିଆଇଏମ୍‌) ଜାରି କରାଯିବ। ପବନ ହଂସରେ ସରକାରଙ୍କ ୫୧% ଏବଂ ଓଏନ୍‌ଜିସି ନିକଟରେ ଅବଶିଷ୍ଟ ୪୯ ପ୍ରତିଶତ ଅଂଶଧନ ରହିଛି। ସମ୍ପୂର୍ଣ୍ଣ ଅଂଶଧନ ବିକ୍ରି ଲାଗି ନିଷ୍ପତ୍ତି ହୋଇଛି। କମ୍ପାନୀ ନିକଟରେ ୪୬ ହେଲିକପ୍ଟ ରହିଛି। କମ୍ପାନୀର ସମ୍ପୂର୍ଣ୍ଣ ଅଂଶଧନ ବିକ୍ରି କରିଦେଲେ ସରକାର ପ୍ରାୟ ୧ ହଜାର କୋଟି ଟଙ୍କା ପାଇବେ ବୋଲି ଅନୁମାନ କରାଯାଉଛି।

Share