Posted inଫୁରସତ

ପବନରୁ ମିଳିବ ପାନୀୟ ଜଳ

ଚେକ୍‌ ଗଣରାଜ୍ୟର ପ୍ରାଗ ବିଶ୍ୱବିଦ୍ୟାଳୟର ଗବେଷକମାନେ ସ୍ବୟଂଚାଳିତ ସୋଲାର ସିଷ୍ଟମ୍‌ ଦ୍ୱାରା ପବନରୁ ପାଣି ସଂଗ୍ରହ କରିବାର ଏକ ପଦ୍ଧତି ପାଇଛନ୍ତି। ଏହାକୁ ସୋଲାର ଏୟାର ଓ୍ବାଟର ଆର୍ଥ ରିସୋର୍ସ( ଏସ୍‌ଏଡବ୍ଲ୍ୟୁଇଆର ବା ସାଓ୍ବେର )କୁହାଯାଉଛି। ଏହି ପଦ୍ଧତିରେ ସେମାନେ ଦିନକୁ ୧୦୦ ଲିଟର ପାନୀୟ ଜଳ ସଂଗ୍ରହ କରିପାରୁଛନ୍ତି। ପୃଥିବୀର ଯେକୌଣସି ସ୍ଥାନରେ ଏମିତି କି ମରୁଭୂମିରେ ମଧ୍ୟ ସାଓ୍ବେର ମାଧ୍ୟମରେ ଏହି ପରିମାଣର ଜଳ ସଂଗ୍ରହ କରାଯାଉଛି। ସାଓ୍ବେରର ପ୍ରଥମ ମଡେଲ ବା ପ୍ରତିକୃତିକୁ ଗବେଷକମାନେ ଆରବ ଏମିରେଟ୍‌ସର ଆବୁଧାବିଠାରୁ ୭୦ କିଲୋମିଟର ଦୂର ସ୍ବିହାନ ସହରରେ ଲଗାଯାଇଛି। ବିଭିନ୍ନ ଋତୁରେ ଏହା କିଭଳି ଜଳ ସଂଗ୍ରହ କରିପାରୁଛି ତାହା ଜାଣିବା ପାଇଁ ଏହାକୁ ୬ ମାସ ଯାଏ ସେଠାରେ ଲଗାଯାଇ ପରୀକ୍ଷା କରାଯିବ। ଲାବରେଟୋରିରେ ମଧ୍ୟ ଏହାର ପରୀକ୍ଷା ଜାରି ରହିବ ବୋଲି କୁହାଯାଇଛି। ସାଓ୍ବେର୍‌ରେ ଦୁଇଟି କଣ୍ଟେନର ରହିଛି। ଡିସ୍‌ଟିଲ୍‌ଡ ଓ୍ବାଟର ସହ ଏକ ପ୍ରଡକ୍ସନ ୟୁନିଟ ରହିଛି ଓ ଆଉ ଗୋଟିଏ କଣ୍ଟେନର୍‌ରେ ହିଟ୍‌ ଆଣ୍ଡ୍‌ କୋଲ୍ଡ ପ୍ରୋସେସ୍‌ ଲାଗି ଆକ୍ୟୁମୁଲେଟର ଲଗାଯାଇଛି। ଏଥିରେ ସୋଲାର ଶକ୍ତିକୁ ନିୟନ୍ତ୍ରଣ କରାଯିବାର ପଦ୍ଧତି ମଧ୍ୟ ରହିଛି । ସାଓ୍ବେର ମୂଲ୍ୟ ୪ ଲକ୍ଷ ଡଲାର ପାଖାପାଖି ରହିବ ଓ ଏଥିରୁ ଯେଉଁ ପାଣି ମିଳିବ ତାହାର ମୂଲ୍ୟ ପ୍ରଥମ ବର୍ଷ ୧ ଲିଟରକୁ ୧୦ ଡଲାର ରଖାଯିବ। ଏହି ପ୍ରୋଜେକ୍ଟକୁ ଦୁବାଇ ଏକ୍ସପୋରେ ୨୦୨୦ ଅକ୍ଟୋବରରୁ ଏପ୍ରିଲ ୨୦୨୧ ମଧ୍ୟରେ ପ୍ରଦର୍ଶନ କରାଯିବାର ଯୋଜନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ମହଙ୍ଗା ଫଳ: ମୂଲ୍ୟ ଜାଣିଲେ ଉଡିଯିବ ହୋଶ୍‌

ସାଧାରଣତଃ ମହଙ୍ଗା ଜିନିଷ କିଣିବାକୁ ହେଲେ ଲୋକେ ବିଳାସପୂର୍ଣ୍ଣ କାର, ସୁନା ଏବଂ ହୀରା ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଜାପାନରେ ଏକ ତରଭୁଜ ଅଛି,...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

Post Officeର ଜବରଦସ୍ତ ସ୍କିମ୍‌: ମାସିକ ୫୫୫୦ ଟଙ୍କା ରୋଜଗାର ଗ୍ୟାରେଣ୍ଟି

ପୋଷ୍ଟ ଅଫିସ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସଞ୍ଚୟ ଯୋଜନା ପ୍ରଦାନ କରେ। ପୋଷ୍ଟ ଅଫିସ ଏକ ଉଲ୍ଲେଖନୀୟ ଯୋଜନା ହେଉଛି, ମାସିକ ଆୟ ଯୋଜନା...

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

ମାତ୍ର ୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ: ପ୍ରଥମ ଦିନରୁ ଲାଭ ହିଁ ଲାଭ…

ନୂଆଦିଲ୍ଲୀ,୧୨।୧୨: ଅନେକ ଲୋକ ଚାକିରି ଛାଡି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ତଥାପି, ଅନେକ ଲୋକ ପାଣ୍ଠି ଅଭାବରୁ ଏହା କରିପାରୁ ନାହାଁନ୍ତି।...

କିଏ ଅଧିକ ପଢିଛନ୍ତି ରାହୁଲ ନା ପ୍ରିୟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୧୨: ଗାନ୍ଧୀ ପରିବାର ଭାରତୀୟ ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ପରିବାର ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହି ପରିବାରର ଦୁଇ ପ୍ରମୁଖ ବ୍ୟକ୍ତି, ରାହୁଲ ଗାନ୍ଧୀ ଏବଂ...

ଫ୍ରିଜ୍‌ରେ ଅଣ୍ଡା ରଖିଲେ ପଚିଯାଏ ନା ସତେଜ ରହେ, ପ୍ରକୃତ ଉତ୍ତର ଜାଣିଲେ…

ଅଣ୍ଡା ପୁଷ୍ଟିସାରର ଏକ ବଡ଼ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବେ ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍‌ରେ...

୨୦୨୬ଆରମ୍ଭରୁ ଯୁଦ୍ଧ ନୁହେଁ ହେବ ପ୍ରଳୟ! ସଙ୍କେତ ଦେଲାଣି ଗ୍ରହ ଚଳନ, ଭାରତରେ ପଡିବ ପଡ଼ ପ୍ରଭାବ

ନୂଆଦିଲ୍ଲୀ,୧୧।୧୨: ୨୦୨୬ ହେଉଛି ଏପରି ଏକ ବର୍ଷ ଯାହାକୁ ବିଶ୍ୱ ଅଣଦେଖା କରିପାରିବ ନାହିଁ। ଅନେକ ସୀମା ଏପରି ଏକ ସମୟରେ ଆସିବ ଯେଉଁଠାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri