Categories: ଜାତୀୟ

ପଦୂଷଣ ଉପରେ ରଚନା ଲେଖିଲେ ଛାତ୍ରୀଛାତ୍ର

ନୂଆଦିଲ୍ଲୀ, ୧୫।୧୧: ଦିଲ୍ଲୀ-ଏନ୍‌ସିଆରରେ ଦିନକୁ ଦିନ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଏଥିଯୋଗୁ ସହରବାସୀ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି। ପ୍ରଦୂଷଣ ଯୋଗୁ ସ୍ଥାନୀୟ ସ୍କୁଲଗୁଡ଼ିକ ଲଗାତାର ଭାବେ ବନ୍ଦ ରହିଥିବାରୁ ଏନେଇ ସ୍କୁଲର ଛାତ୍ରୀଛାତ୍ରମାନେ ରଚନା ଲେଖିଛନ୍ତି। ଏହି ରଚନା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜଣେ ଛାତ୍ର ଲେଖିଛନ୍ତି, ଏବେ ପ୍ରଦୂଷଣ ହେଉଛି ଦିଲ୍ଲୀର ପ୍ରମୁଖ ପର୍ବ। ସବୁବେଳେ ଏହା ଦୀପାବଳି ପରେ ଆରମ୍ଭ ହୋଇଥାଏ। ଦୀପାବଳିରେ କେବଳ ୪ ଦିନ ଛୁଟି ମିଳୁଥିବା ବେଳେ ପ୍ରଦୂଷଣ ଯୋଗୁ ୮ ଦିନ ଛୁଟି ମିଳିଥାଏ। ଏଥିରେ ଲୋକମାନେ ଭିନ୍ନ ଭିନ୍ନ ମାସ୍କ ପିନ୍ଧି ବାହାରେ ବୁଲିଥାନ୍ତି। କେବଳ ସେତିକି ନୁହେଁ, ସ୍ବାସ୍ଥ୍ୟକୁ ନଜରରେ ରଖି ଘରେ ଗୋଲ ମରିଚ, ମହୁ, ଅଦାର ବହୁଳ ବ୍ୟବହାର କରାଯାଇଥାଏ। ଏହି ରଚନା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Share