Posted inଭଦ୍ରକ

ପଦାରେ ପଡ଼ିଲା କଂଗ୍ରେସର ଗୋଷ୍ଠୀ କନ୍ଦଳ

ଭଦ୍ରକ ଅଫିସ, ୨୦।୨- ପୁରୀରେ ରାଜ୍ୟ ପ୍ରଭାରୀ ଓ ପିସିସି ମୁଖିଆଙ୍କ ଉପସ୍ଥିତିରେ କଂଗ୍ରେସର ଦୁଇଗୋଷ୍ଠୀ ହାତାହାତି ହୋଇଥିଲେ। ଏହି ଘଟଣାର ସମାଧାନ ନ ହେଉଣୁ ବୁଧବାର ଭଦ୍ରକ ଜିଲା କଂଗ୍ରେସ କାର୍ଯ୍ୟାଳୟରେ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗସ୍ତ ପୂର୍ବରୁ ମଧ୍ୟାହ୍ନରେ ଜିଲା କାର୍ଯ୍ୟାଳୟରେ କଂଗ୍ରେସର ଦୁଇ ଗୋଷ୍ଠୀ ମୁହଁାମୁହିଁ ହୋଇଛନ୍ତି। ଏଥିରେ ପୂର୍ବତନ ଜିଲା ଛାତ୍ର ସଭାପତି ବଳରାମ ରାଉତ ଆହତ ହୋଇଛନ୍ତି। ଏ ନେଇ ଟାଉନ ଥାନାରେ ସେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ କଂଗ୍ରେସର ଗୋଷ୍ଠୀ କନ୍ଦଳ ପଦାରେ ପଡ଼ିଛି ବୋଲି ଚର୍ଚ୍ଚା ହେଉଛି।
ପ୍ରକାଶ ଯେ, ଭଦ୍ରକ ଜିଲା କଂଗ୍ରେସ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାର ଥିଲା। ଏଥିରେ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରଦୀପ ମାଝୀ, ସହପ୍ରଭାରୀ ରୁଦ୍ର ରାଜୁ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। ସେମାନଙ୍କ ଗସ୍ତ ପୂର୍ବରୁ କାର୍ଯ୍ୟାଳୟ ପରିସରରେ ପୂର୍ବତନ ଜିଲା ଛାତ୍ର କଂଗ୍ରେସ ସଭାପତି ବଳରାମ ଓ ତାଙ୍କ ସମର୍ଥକଙ୍କ ଉପରେ ବିପକ୍ଷ ଗୋଷ୍ଠୀ ଆକ୍ରମଣ କରିଥିଲେ। କଂଗ୍ରେସର ଅନ୍ୟ ଏକ ଗୋଷ୍ଠୀ ମାଡ଼ ମାରିଥିଲେ। ଆକ୍ରମଣରେ ବଳରାମଙ୍କ ସମେତ ଅନ୍ୟମାନଙ୍କ ଶାର୍ଟ ଓ ପ୍ୟାଣ୍ଟ ଚିରି ଦିଆଯାଇଥିବା ଏତଲାରେ ଦର୍ଶାଯାଇଛି। ପିସିସି ସଭାପତି ପହଞ୍ଚିବା ପରେ ଚାନ୍ଦବାଲିର କେତେଜଣ ନେତା ଓ କର୍ମୀ ପ୍ରଭାରୀ ଜିତେନ୍ଦ୍ରଙ୍କୁ ସଭାପତିଙ୍କ ବିରୋଧରେ ଫେରାଦ ହେବାକୁ ଯାଉଥିବାବେଳେ ସେମାନଙ୍କୁ ମଧ୍ୟ ଠେଲାପେଲା କରାଯାଇଥିଲା। ଅନ୍ୟପକ୍ଷେ ମଙ୍ଗଳବାର ରାତିରେ ଭଦ୍ରକ ଟାଉନରେ କଂଗ୍ରେସ ବିରୋଧରେ ହୋର୍ଡିଂ ମରାଯାଇଥିବା ଦେଖିବାକୁ ମିଳିଥିଲା। ନିରଞ୍ଜନ ହଟାଓ, କଂଗ୍ରେସ ବଞ୍ଚାଓ ଏବଂ ନିରଞ୍ଜନ ଗୋ ବ୍ୟାକ ଲେଖାଯାଇଥିବା କିଛି ହୋର୍ଡିଂ ବିଭିନ୍ନ ସ୍ଥାନରେ ମରାଯାଇଥିଲା। ଏଥିରୁ କଂଗ୍ରେସର ଗୋଷ୍ଠୀ କନ୍ଦଳ ପଦାରେ ପଡ଼ିଥିବା ଚର୍ଚ୍ଚା ହେଉଥିବାବେଳେ ସଭାପତି ନିରଞ୍ଜନ ଏହାକୁ ଖଣ୍ଡନ କରିଛନ୍ତି। ଏହା ଦଳ ବାହାର ଲୋକଙ୍କ କାମ ବୋଲି ସେ କହିଛନ୍ତି। ଦଳୀୟ କର୍ମୀଙ୍କୁ ତୃଣମୂଳସ୍ତରରୁ ସୁଦୃଢ଼ ହେବାକୁ କହି ସେ ଏହାକୁ ହାଲୁକା ଭାବେ ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ

ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ  ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…

ବାଇକ୍‌କୁ ଧକ୍କାଦେଲା ଟ୍ରାକ୍ଟ୍ରର, ଚାଲିଗଲା ୨ ଜଣଙ୍କ ଜୀବନ

ଧାମନଗର,୪ା୪(ସନ୍ତୋଷ କୁମାର ମହାପାତ୍ର/ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ବିଜ୍ଞାପିତ ଅଞ୍ଚଳ ଭଣ୍ଡାରିପଦୀ ଛକ ମୁଖ୍ୟ ରାସ୍ତାରେ ଶନିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ୨…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା, ଅଭିଯୁକ୍ତ ଗିରଫ

ଚାନ୍ଦବାଲି, ୩୦ା୩(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା ହେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଯାତ୍ରୀବାହୀ ବସରେ ଅଧିକ ଭଡ଼ାକୁ ନେଇ ପ୍ରତିବାଦ, ତିହିଡି଼ ଜନସାଧାରଣ ଅଧିକାର ମଞ୍ଚ ପକ୍ଷରୁ ବସରୋକୋ

ତିହିଡି଼,୩୧।୩(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଚଳାଚଳ କରୁଥିବା ଯାତ୍ରୀବାହୀ ବସରେ ଧାର୍ଯ୍ୟ ଭଡ଼ା ଠାରୁ ୨ଗୁଣ ଅଧିକ ନିଆଯାଉଥିବା ନେଇ ଅଭିଯୋଗ ହୋଇଛି । ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri