ଖଣ୍ଡପଡା,୩୦।୧୦(ସ୍ବ.ପ୍ର.)-ଖଣ୍ଡପଡା ବ୍ଲ୍ଳକ ଅନ୍ତର୍ଗତ ପଥରଦ୍ୱାର ଗ୍ରାମ ମା’ ପୂର୍ଣ୍ଣବାସୀଙ୍କ ପୀଠରେ ମଙ୍ଗଳବାର ପାରମ୍ପରିକ ରୀତିରେ ଗିରିଗୋବର୍ଦ୍ଧନ ପୂଜା ଆରମ୍ଭ ହୋଇଛି ା ମା’ ପୂର୍ଣ୍ଣବାସୀ ଯୁବ କ୍ଲବ ଆନୁକୂଲ୍ୟରେ ତଥା ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଦୀର୍ଘ ୧୯ ବର୍ଷଧରି ହୋଇଆସୁଛି ା ଏଠାରେ ଦୁଇଦିନ ବ୍ୟାପୀ ସାମାଜିକ ନାଟକ ମଞ୍ଚସ୍ଥ ହେବା ସହ ୪ଦିନ ବ୍ୟାପୀ ବାଦୀ ପାଲା ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି ା ମନ୍ଦିର ପୂଜକ ରାଧାନାଥ ହୋତାଙ୍କ ସୂଚନା କ୍ରମେ ଭାଲୁଖାଇ ମୁଣ୍ଡିଆ ଉପରେ ମା’ ପୂର୍ଣ୍ଣବାସୀ ଦେବୀଙ୍କ ଆସ୍ଥାନ ରହିଥିବାରୁ ଗିରିଗୋବର୍ଦ୍ଧନ ଠାକୁରଙ୍କୁ ଗ୍ରାମ ପରିକ୍ରମା କରାଯାଇ ପ୍ରତ୍ୟେକଙ୍କ ଦୁଆରରେ ଭୋଗ ଲାଗି କରାଯିବା ପରେ ଠାକୁରଙ୍କୁ ପାହାଡ଼ ଉପରକୁ ବିଜେ କରାଯାଇଥାଏ ା ଏଠାରେ ମାତୃମଣ୍ଡଳୀଙ୍କ ଦ୍ୱାରା ସଂକୀର୍ତ୍ତନ, ରାମନାଟକ ଓ ଦ୍ୱାରୀ ନାଟକ ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି ା ହୋମଯଜ୍ଞ ଓ ନାମ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ା ଏଠାରେ ୫ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ା ଏହା ଛଡା ଭାପୁର ବ୍ଲକ ଅନ୍ତର୍ଗତ ଧାନଚେଙ୍ଗଡା ପଞ୍ଚାୟତର ଭୋଗଡା ଗ୍ରାମ କମିଟି ଆନୁକୂଲ୍ୟରେ ଗ୍ରାମୀଣ ସଂସ୍କୃତି ମହୋତ୍ସବ ୨୦୧୯-୨୦ ଓ ଗିରିଗୋବର୍ଦ୍ଧନ ପୂଜା ପ୍ରତିବର୍ଷ ପରି ଚଳିତ ବର୍ଷ ଅନୁଷ୍ଠିତ ହୋଇଯାଇଛି ା ଭୋଗଡା ଗ୍ରାମ ଗୋପାଳ ସମାଜ ପକ୍ଷରୁ ଆୟୋଜିତ ଲଉଡି ଖେଳ ଓ ନନ୍ଦ ରାଜାଙ୍କ ସହିତ କୃଷ୍ଣ ବଳରାମ ଓ ଗୋପ ଗୋପାଙ୍ଗନାମାନଙ୍କ ସହ ମିଶି ଗ୍ରାମ ପରିକ୍ରମା କରିବାର ଦୃଶ୍ୟ ଦର୍ଶକମାନଙ୍କୁ ଆକୃଷ୍ଟ କରିଥିଲା ା
Posted inଆମ ଜିଲା ଖବର, ନୟାଗଡ଼ View All
ନନ୍ଦପୁର ବଜାରରେ ସିଓଟିପିଏ ଏନଫୋର୍ସମେଣ୍ଟ ଟିମ୍ :ଗୁଟଖା,ଫୁଡ ଲାଇସେନ୍ସ ଯାଞ୍ଚ
ନନ୍ଦପୁର,୨୩।୩: କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାରେ ସୋମବାର ସିଓଟିପିଏ ଏନଫୋର୍ସମେଣ୍ଟ ଟିମ ପହଞ୍ଚି ନନ୍ଦପୁର ବଜାରର ଏକାଧିକ ଦୋକାନରେ ଗୁଟଖା ବିକ୍ରି, ଫୁଡ ଲାଇସେନ୍ସ,…
ନନ୍ଦପୁର ପୋଲିସକୁ ସଫଳତା, ସମ୍ବାଇ ଜଙ୍ଗଲରୁ ମିଳିଲା ଗୁଣ୍ଠାପୁଟରୁ ଚୋରି ବୋଲେରୋ
ନନ୍ଦପୁର,୨୩।୩(ତୁଷାର କାନ୍ତ ମହାନ୍ତି): ଗାଡ଼ି ଚୋରି ଘଟଣାରେ କୋରାପୁଟ ଜିଲା ନନ୍ଦପୁର ଥାନା ପୋଲିସକୁ ସଫଳତା ମିଳିଛି । ଗତ ୧୫ ତାରିଖ ରବିବାର ରାତ୍ର ଗୁଣ୍ଠାପୁଟ…
ମାମୁ ଘର ଆଗରେ ଖେଳୁଥିଲେ ଭୁଷୁଡ଼ିଲା କାନ୍ଥ: ଆଖିବୁଜିଲା କୁନି ଝିଅ, ମା’ ବଡ଼ ଝିଅ…
ତିହିଡି଼,୨୩।୩(ସଞ୍ଜିତ ବଳ): ତିହିଡି଼ ବ୍ଲକ ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧୀନ କାଶୀପୁର ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି l ଗ୍ରାମର ନାରାୟଣ ବେହେରା…
ଗାଁରେ ପଶି ତାଣ୍ଡବ ରଚିଲା ଦନ୍ତା, ଭାଙ୍ଗିଲା ବାଇକ୍-ସାଇକେଲ୍
ବୌଦ୍ଧ,୨୩।୩: ବୌଦ୍ଧ ଜିଲା ବୌଦ୍ଧ ବନଖଣ୍ଡ ସୁବଳୟା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ଏନେଇ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ମିଳିଥିବା ସୂଚନା ମୁତାବକ, ରବିବାର ବିଳମ୍ୱିତ ରାତିରେ…
ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….
ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ ଦୁଇ…
ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
ଫୁଲବାଣୀ,୨୩।୩ (ରାକେଶ କୁମାର ରାଉତ): ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ । ତାଙ୍କୁ ପ୍ରଥମେ ଖଜୁରୀପଡା ମେଡିକାଲରେ ଭର୍ତ୍ତି କରାଯିବା ପରେ ଫୁଲବାଣୀ ଜିଲା…
ରେଳ ଲାଇନ ପାର୍ ହେଉଥିବା ବେଳେ ମହିଳାଙ୍କୁ ପିଟିଦେଲା ଟ୍ରେନ, ତାପରେ…
କୋରାପୁଟ,୨୩।୩ ( ଅମିତାଭ ବେହେରା ): କୋରାପୁଟ ସହରର ଉପକଣ୍ଠରେ ସୋମବାର ସକାଳେ ଏକ ଦୁଃଖଦ ଘଟଣା ଘଟିଛି । ରେଳ ଧକ୍କାରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି…
ବିନା ସୂଚନା ଫଳକରେ ବୁର୍ଡା-ସିଆଲବାହାଲି ରାସ୍ତା କାମ: ସାଧାରଣରେ ପ୍ରଶ୍ନବାଚୀ
ଲୋଇସିଂହା,୨୩।୩(ସୁଶାନ୍ତ ବାରିକ):ଗତ ୫ବର୍ଷ ପୂର୍ବେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକର ବୁର୍ଡା-୨୬ ନଂ ଜାତୀୟ ରାଜପଥରୁ ସିଆଲବାହାଲି ପର୍ଯ୍ୟନ୍ତ ରାସ୍ତା କାମ କରାଯାଇଥିଲା। ସେତେବେଳେ ନିମ୍ନମାନର କାମ…
Archives

