ଖଣ୍ଡପଡା,୩୦।୧୦(ସ୍ବ.ପ୍ର.)-ଖଣ୍ଡପଡା ବ୍ଲ୍ଳକ ଅନ୍ତର୍ଗତ ପଥରଦ୍ୱାର ଗ୍ରାମ ମା’ ପୂର୍ଣ୍ଣବାସୀଙ୍କ ପୀଠରେ ମଙ୍ଗଳବାର ପାରମ୍ପରିକ ରୀତିରେ ଗିରିଗୋବର୍ଦ୍ଧନ ପୂଜା ଆରମ୍ଭ ହୋଇଛି ା ମା’ ପୂର୍ଣ୍ଣବାସୀ ଯୁବ କ୍ଲବ ଆନୁକୂଲ୍ୟରେ ତଥା ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଦୀର୍ଘ ୧୯ ବର୍ଷଧରି ହୋଇଆସୁଛି ା ଏଠାରେ ଦୁଇଦିନ ବ୍ୟାପୀ ସାମାଜିକ ନାଟକ ମଞ୍ଚସ୍ଥ ହେବା ସହ ୪ଦିନ ବ୍ୟାପୀ ବାଦୀ ପାଲା ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି ା ମନ୍ଦିର ପୂଜକ ରାଧାନାଥ ହୋତାଙ୍କ ସୂଚନା କ୍ରମେ ଭାଲୁଖାଇ ମୁଣ୍ଡିଆ ଉପରେ ମା’ ପୂର୍ଣ୍ଣବାସୀ ଦେବୀଙ୍କ ଆସ୍ଥାନ ରହିଥିବାରୁ ଗିରିଗୋବର୍ଦ୍ଧନ ଠାକୁରଙ୍କୁ ଗ୍ରାମ ପରିକ୍ରମା କରାଯାଇ ପ୍ରତ୍ୟେକଙ୍କ ଦୁଆରରେ ଭୋଗ ଲାଗି କରାଯିବା ପରେ ଠାକୁରଙ୍କୁ ପାହାଡ଼ ଉପରକୁ ବିଜେ କରାଯାଇଥାଏ ା ଏଠାରେ ମାତୃମଣ୍ଡଳୀଙ୍କ ଦ୍ୱାରା ସଂକୀର୍ତ୍ତନ, ରାମନାଟକ ଓ ଦ୍ୱାରୀ ନାଟକ ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି ା ହୋମଯଜ୍ଞ ଓ ନାମ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ା ଏଠାରେ ୫ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ା ଏହା ଛଡା ଭାପୁର ବ୍ଲକ ଅନ୍ତର୍ଗତ ଧାନଚେଙ୍ଗଡା ପଞ୍ଚାୟତର ଭୋଗଡା ଗ୍ରାମ କମିଟି ଆନୁକୂଲ୍ୟରେ ଗ୍ରାମୀଣ ସଂସ୍କୃତି ମହୋତ୍ସବ ୨୦୧୯-୨୦ ଓ ଗିରିଗୋବର୍ଦ୍ଧନ ପୂଜା ପ୍ରତିବର୍ଷ ପରି ଚଳିତ ବର୍ଷ ଅନୁଷ୍ଠିତ ହୋଇଯାଇଛି ା ଭୋଗଡା ଗ୍ରାମ ଗୋପାଳ ସମାଜ ପକ୍ଷରୁ ଆୟୋଜିତ ଲଉଡି ଖେଳ ଓ ନନ୍ଦ ରାଜାଙ୍କ ସହିତ କୃଷ୍ଣ ବଳରାମ ଓ ଗୋପ ଗୋପାଙ୍ଗନାମାନଙ୍କ ସହ ମିଶି ଗ୍ରାମ ପରିକ୍ରମା କରିବାର ଦୃଶ୍ୟ ଦର୍ଶକମାନଙ୍କୁ ଆକୃଷ୍ଟ କରିଥିଲା ା
Posted inଆମ ଜିଲା ଖବର, ନୟାଗଡ଼ View All
କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍
ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...
ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…
ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...
ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…
ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...
ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍ଆଇ, ମାଡିବସିଲା ଭିଜିଲାନ୍ସ
ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...
ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା
ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...
ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…
ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...
ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…
ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...
ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା
ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...
Archives


