ପତ୍ନୀ ହେବ ଏମିତି

ସତରେ ପତ୍ନୀ ହେବ ଏମିତି। ନିକଟରେ ଦୀପିକାଙ୍କ ମୁହଁରୁ ପତିଦେବ ରଣବୀର ସିଂଙ୍କ ପ୍ରଶଂସା ଶୁଣି ଶୁଟିଂ ଚାଲିଥିବା ହିନ୍ଦୀ ସିନେମା ‘୮୩’ର ୟୁନିଟ୍‌ ସଦସ୍ୟମାନେ ଚକିତ ହୋଇଯାଇଥିଲେ। ସେଠାରେ ଉପସ୍ଥିତ କେତେଜଣ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବା ସହ ସେ ରଣବୀରଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ। ସେ କହିଥିଲେ, ‘ରଣବୀରଙ୍କୁ ମୁଁ ଯେତେ ପ୍ରଶଂସା କରିବି ତାହା ସେତେ କମ୍‌ ହେବ। କାରଣ ଏବେ ମୋ ଆକ୍ଟିଂ କ୍ୟାରିୟରକୁ ମୁଁ କିପରି ଆଗେଇନେବି ସେ ନେଇ ସେ ବେଶ୍‌ ଯତ୍ନବାନ। ଆକ୍ଟିଂ ସମ୍ପର୍କରେ ତାଙ୍କର ପ୍ରତିଟି ଟିପ୍‌ସ୍‌କୁ ମୁଁ ଅକ୍ଷରେ ଅକ୍ଷରେ ପାଳନ କରୁଛି।’ ଏସବୁ କଥା ଶୁଣି ସେଠାରେ ଉପସ୍ଥିତ ରଣୀବର ମୁରୁକି ମୁରୁକି ହସୁଥିବା ଦେଖିବାକୁ ମିଳିଥିଲା।

Share