ପତ୍ନୀଙ୍କ ପୁରୁଣା ଫଟୋ ଶେୟାର କଲେ ଅମିତାଭ

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ। ଅନେକ ସମୟରେ ସେ ତାଙ୍କ ଟୁଇଟର ଓ ଇନଷ୍ଟାଗ୍ରାମରେ ଯାହା ଶେୟାର କରନ୍ତି ତାହା ଆସିଯାଇଥାଏ ଚର୍ଚ୍ଚାକୁ। ନିକଟରେ ସେ ଇନଷ୍ଟାଗ୍ରାମରେ ତାଙ୍କ ପତ୍ନୀ ଜୟାଙ୍କର ଏକ ପୁରୁଣା ଫଟୋ ଶେୟାର କରିଥିବା ଦେଖାଯାଇଛି। ଏହା ବେଙ୍ଗଲି ଫିଲ୍ମ ଡକ୍ଟର ବାବୁ ସମୟର। ଏହି ଫଟୋଟି ଶେୟର କରିବା ସହ ଅମିତାଭ ଲେଖିଛନ୍ତି, ଏହି ଫିଲ୍ମ ସମ୍ପୂର୍ଣ୍ଣ ନ ହେବାରୁ ଏହା ରିଲିଜ୍‌ ହୋଇପାରି ନ ଥିଲା। ଏହାସହ ଅମିତାଭ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି କି ଜୟା ଏହି ଫିଲ୍ମରେ ସ୍ବାମୀ ବିବେକାନନ୍ଦଙ୍କ ଭୂମିକାରେ ଅଭିନୟ କରିଥିଲେ। ଉକ୍ତ କଳାଧଳା ଫଟୋରେ ସ୍ବାମୀ ବିବେକାନନ୍ଦଙ୍କ ବେଶ ଜୟାଙ୍କୁ ଖୁବ୍‌ ମାନୁଛି।

Share