Posted inଜାତୀୟ

ପତ୍ନୀଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ଜଳନ୍ତା ଜୁଇକୁ ଡେଇଁଲେ ସ୍ବାମୀ

ବମ୍ବେ,୨୩।୬: ତିନି ମାସର ଗର୍ଭବତୀ ପତ୍ନୀ କୂଅକୁ ଡେଇଁ ଆତ୍ମହତ୍ୟା କରିବା ପରେ ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିବା ସ୍ବାମୀ ସ୍ତ୍ରୀଙ୍କ ଜୁଇରେ ପଶିଯିବାକୁ ଉଦ୍ୟମ କରିଥିଲେ। ସେଠାରେ ଉପସ୍ଥିତ ଲୋକମାନେ ତାଙ୍କୁ ଜୁଇ ନିଆଁରୁ ବାହାର କରିବା ପରେ ସେ ଏକ କୂଅକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାରେ ଘଟିଛି।

ଚନ୍ଦ୍ରପୁରର ଗୋଣ୍ଡିପୁର ତହସିଲର ଭଙ୍ଗରାମ ତୋଡି ଗ୍ରାମରେ ରୁହନ୍ତି କିଶୋର ଖଟିକ। ସେ ଲକ୍‌ଡାଉନ୍‌ ପୂର୍ବରୁ ଅର୍ଥାତ୍‌ ମାର୍ଚ୍ଚ ୧୯ ତାରିଖରେ ୨୦ ବର୍ଷୀୟ ରୁଚିତାଙ୍କୁ ବିବାହ କରିଥିଲେ। କିଶୋର ଚନ୍ଦ୍ରପୁରର ଆରଟିଓ କାର୍ଯ୍ୟାଳୟର ଡ୍ରାଇଭର ତାଲିମ କେନ୍ଦ୍ରରେ ଅସ୍ଥାୟୀ ଭାବରେ କାର୍ଯ୍ୟ କରୁଥିଲେ। ବିବାହ ପରେ ରୁଚିଟା ତିନିମାସ ଗର୍ଭବତୀ ହୋଇଥିଲେ ଏବଂ ସେ ଚାରି ଦିନ ପୂର୍ବରୁ ତାଙ୍କ ବାପଘର ଭଙ୍ଗରାମ ତଲୋଧିକୁ ଆସିଥିଲେ।

ରବିବାର  ରୁଚିତା ଘର ବାହାରକୁ ଶୌଚ ପାଇଁ ଯାଇଥିଲେ। ହେଲେ ଅଧିକ ସମୟ ଧରି ନ ଫେରିବା ପରେ ଘରଲୋକେ ପରେ ତାଙ୍କୁ ଖୋଜିବା ଆରମ୍ଭ କଲେ କରିଥିଲେ। ଗାଁ ବାହାରେ ଥିବା ଏକ କୂଅ ନିକଟରେ ତାଙ୍କର ଚପଲ ଏବଂ କିଛି ଜିନିଷ ପଡ଼ିଥିବା ଦେଖାଯାଇଥିଲା। ପରିବାରଲୋକେ କିଛି ଅଘଟଣ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପରେ କୂଅରୁ ରୁଚିତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପୋଲିସ ଗ୍ରାମବାସୀଙ୍କ ସହାୟତାରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଚନ୍ଦ୍ରପୁର ଜିଲା ଡାକ୍ତରଖାନାକୁ ପଠାଇବା ସହ ରୁଚିତାଙ୍କ ଆତ୍ମହତ୍ୟା ପଛର କାରଣ କ’ଣ ତାହା ଅନୁଧ୍ୟାନ କରୁଛି।

ଅପରପକ୍ଷେ ବ୍ୟବଚ୍ଛେଦ ପରେ ସୋମବାର ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଭଙ୍ଗରାମ ଟୋଡି ଗାଁର ଶବଦାହ ସ୍ଥଳରେ ରୁଚିତାଙ୍କ ଅନ୍ତିମ ସଂସ୍କାର କରି ପରିଜନ ଫେରିବା ସମୟରେ ହଠାତ୍‌ ରୁଚିତାଙ୍କ ସ୍ବାମୀ କିଶୋର ଦୌଡ଼ିଯାଇ ଜଳୁଥିବା ଜୁଇ ଉପରକୁ ଡେଇଁ ପଡ଼ିଥିଲେ। କିଶୋରଙ୍କ ଏହି କାର୍ଯ୍ୟ ଦେଖି ସେଠାରେ ଉପସ୍ଥିତ ପରିବାର ଏବଂ ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେମାନେ କୌଣସି ପ୍ରକାରେ କିଶୋରଙ୍କୁ ଜଳୁଥିବା ଚିତାରୁ ବାହାର କରିଥିଲେ। ଏଥିରେ କିଶୋର ସାମାନ୍ୟ ପୋଡି ଯାଇଥିଲେ। ପରେ କିଶୋର ଲୋକମାନଙ୍କଠାରୁ ଧକ୍କା ଦେଇ କରି ନିକଟସ୍ଥ କୂଅକୁ ଡେଇଁପଡି ଆତ୍ମହତ୍ୟା କରିଦେଇଛନ୍ତି।

ଗୋଟିଏ ପଟେ ରୁଚିତାଙ୍କ ଆତ୍ମହତ୍ୟାର କାରଣ ଜଣାପଡ଼ି ନ ଥିବା ବେଳେ କିଶୋରଙ୍କ ମୃତ୍ୟୁ ପୋଲିସକୁ ଚକିତ କରିଛି। ପରିବାରଲୋକଙ୍କୁ ଏ ବିଷୟରେ ପଚରାଉଚରା କରାଯାଉଛି। ତେବେ କିଶୋର ରୁଚିତାଙ୍କୁ ବହୁତ ଭଲ ପାଉଥିଲେ। ତେଣୁ ସେ ତାଙ୍କ ପତ୍ନୀଙ୍କ ମୃତ୍ୟୁକୁ ସହି ପାରି ନ ଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…

ମହିଳାଙ୍କୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଅପେକ୍ଷାର ଅନ୍ତ ହେବାକୁ…

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…

ଅପମାନିତ ପରେ ମନ ବୁଝିଲାନି, ପୁଣି ଥରେ ଆମେରିକା-ଇରାନ ମଧ୍ୟରେ ଆଲୋଚନା ପାଇଁ ପାକିସ୍ତାନ…

ଇସଲାମାବାଦ,୧୩ା୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ, ପାକିସ୍ତାନ ଦୁଇ ଦେଶକୁ ଆଲୋଚନା ଟେବୁଲକୁ ଫେରାଇ ଆଣିବା ପାଇଁ…

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri