Categories: ବାଣିଜ୍ୟ

ପତଞ୍ଜଳି ହାତକୁ ଯିବ ରୁଚି ସୋୟା

ନୂଆଦିଲ୍ଲୀ,୨୭-୭: ବାବା ରାମଦେବଙ୍କ ନେତୃତ୍ୱରେ ପରିଚାଳିତ ପତଞ୍ଜଳି ଗ୍ରୁପ୍‌ ଖାଦ୍ୟ ତେଲ କମ୍ପାନୀ ରୁଚି ସୋୟାର ମାଲିକ ହେବାକୁ ଯାଉଛି। ରାଷ୍ଟ୍ରୀୟ କମ୍ପାନୀ ନ୍ୟାୟାଧିକରଣ(ଏନ୍‌ସିଏଲ୍‌ଟି) ରୁଚି ସୋୟା ଲାଗି ପତଞ୍ଜଳିର ୪୩୫୦ କୋଟି ଟଙ୍କାର ସଂଶୋଧିତ ବିଡ୍‌କୁ ମଞ୍ଜୁର କରିଛନ୍ତି। ପୂର୍ବରୁ ଏହାକୁ କିଣିବା ଲାଗି ଆଡାନୀ ଗ୍ରୁପ୍‌ କମ୍ପାନୀ ଓ୍ବିଲମ୍‌ର ରାଜି ଥିଲା। କିନ୍ତୁ ପରେ ଏହା ବିଡିଂ ପ୍ରକ୍ରିୟାରୁ ହଟି ଯାଇଥିଲା। ଫଳରେ ପତଞ୍ଜଳି ଏକମାତ୍ର ବିଡର ଭାବେ ରହିଯାଇଥିଲା। ରୁଚି ସୋୟା ଉପରେ ବର୍ତ୍ତମାନ ୯୩୪୫ କୋଟି ଟଙ୍କାର ଋଣବୋଝ ରହିଛି। ରୁଚି ସୋୟାର ଅଧିଗ୍ରହଣ ପରେ ପତଞ୍ଜଳି ସୋୟାବିନ ତେଲ ତଥା ଅନ୍ୟ ଉତ୍ପାଦ ମାମଲାରେ ଏକ ବଡ଼ କମ୍ପାନୀ ହୋଇଯିବ।

Share