Categories: ଗଞ୍ଜାମ

ପଣ୍ଡା କଲୋନୀରେ ଆତଙ୍କରାଜ

ବ୍ରହ୍ମପୁର ଅଫିସ,୧୧ା୭-ବ୍ରହ୍ମପୁର ସହର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଇଞ୍ଜିନିୟରିଂ ସ୍କୁଲ ଛକ ନିକଟ ପଣ୍ଡା କଲୋନୀରେ ବୁଧବାର ରାତି ପ୍ରାୟ ସାଢ଼େ ୮ଟା ବେଳେ ୨ ଗୋଷ୍ଠୀ ମୁହଁାମୁହିଁ ହୋଇଛନ୍ତି। ଗୋଟିଏ ଗୋଷ୍ଠୀର ଯୁବକମାନେ ଅନ୍ୟ ଏକ ଗୋଷ୍ଠୀର ବାଇକ୍‌ରେ ନିଅଁ। ଲଗାଇ ଦେବା ସହ ସାହିରେ ଖଣ୍ଡାକାତି ଧରି ଆତଙ୍କରାଜ ଚଳାଇଛନ୍ତି। ବ୍ରହ୍ମପୁର ଏସ୍‌ଡିପିଓ ବିଷ୍ଣୁପ୍ରସାଦ ପତି ଓ ଥାନାଧିକାରୀ ସାରଦା ପ୍ରସାଦ ଦାସଙ୍କ ସମେତ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି। କ’ଣ ପାଇଁ ଏଭଳି ଘଟଣା ଘଟିଛି ସେ ସମ୍ପର୍କରେ ପୋଲିସ କିଛି ସୂଚନା ଦେଉନାହିଁ।
ପ୍ରକାଶ ଯେ, ବୁଧବାର ରାତିପ୍ରାୟ ସାଢ଼େ ୮ଟାରେ ପଣ୍ଡା କଲୋନୀରେ ରହୁଥିବା ଏକ ଗୋଷ୍ଠୀର ଅପରାଧୀଙ୍କୁ ଟାର୍ଗେଟ କରି ଅନ୍ୟ କେତେକ ଦୁର୍ବୃତ୍ତ ବାଇକ୍‌ ଧରି ସେଠାରେ ପହଞ୍ଚତ୍ଥିଲେ। ଏହି ଖବର ପାଇ ପଣ୍ଡା କଲୋନୀରେ ରହୁଥିବା ଅପରାଧୀ ଗୋଷ୍ଠୀ ସେମାନଙ୍କ ଉପରେ ଖଣ୍ଡା କାତିରେ ଅତର୍କିତ ଆକ୍ରମଣ କରିଥିଲେ। ଫଳରେ ଅପରାଧୀମାନେ ଗାଡ଼ି ଛାଡ଼ି ଛତ୍ରଭଙ୍ଗ ଦେଇଥିଲେ। ପଣ୍ଡା କଲୋନୀରେ ରହୁଥିବା ଦୁର୍ବୃତ୍ତମାନେ ଅପରଗୋଷ୍ଠୀର ଦୁର୍ବୃତ୍ତମାନେ ଛାଡ଼ି ଯାଇଥିବା ବାଇକ୍‌ଗୁଡ଼ିକୁ ଭଙ୍ଗାରୁଜା କରିବା ସହ ସେଥିରେ ନିଅଁା ଲଗାଇ ଦେଇଥିଲେ। ଫଳରେ ସେଠାରେ ଏକ ପ୍ରକାର ଭୟଙ୍କର ବାତାବରଣ ଦେଖା ଦେଇଥିଲା। ଏଭଳି ଘଟଣା ଘଟିବା ପରେ ପୋଲିସ ସେଠାରେ ପହଞ୍ଚତ୍ ଆତଙ୍କ ଚଳାଇଥିବା ଯୁବକମାନଙ୍କୁ କାବୁ କରିବା ସହ ଏକ ପ୍ଲାଟୁନ ଫୋର୍ସ ମୁତୟନ କରିଛି। ପୋଲିସ ଏହି ଗ୍ୟାଙ୍ଗୱର ପଛରେ କାହାର ହାତ ରହିଛି ତା’ର ଖୋଳତାଡ଼ କରୁଥିବା ଜଣାପଡ଼ିଛି। ଖବର ଲେଖାଯିବା ସୁଦ୍ଧା ଥାନାରେ ମାମଲା ରୁଜୁ ହୋଇ ନ ଥିବା ଜଣାପଡିଛି।