ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ପ୍ରିନ୍ସ ଅଫ୍ କୋଲକାତା ନାମରେ ପରିଚିତ ସୌରଭ ଗାଙ୍ଗୁଲି ବିସିସିଆଇର ଅଧ୍ୟକ୍ଷ ହେବା ନିଶ୍ଚିତ ହୋଇଯାଇଛି। ପଡିଆରେ ସଫଳ ଥିବା ଗାଙ୍ଗୁଲି ନୂଆ ଇନିଂସ ଆରମ୍ଭ ପୂର୍ବରୁ ତାଙ୍କୁ ନେଇ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଛି। ଗାଙ୍ଗୁଲିଙ୍କର ପ୍ରେମ କାହାଣୀ କୌଣସି ଫିଲ୍ମ କାହାଣୀଠାରୁ କମ୍ ନୁହେଁ। ସେ ସ୍କୁଲରେ ପଢିବାବେଳେ ନିଜ ପଡୋଶୀ ଘର ଝିଅଙ୍କୁ ଭଲ ପାଉଥିଲେ। ତାଙ୍କୁ ଦେଖିବା ପାଇଁ ସୌରଭ ତାଙ୍କର ସ୍କୁଲ ଚାରିପଟେ ବୁଲୁଥିଲେ। ପ୍ରଥମେ ଦୁଇଜଣଙ୍କ ପରିବାର ମଧ୍ୟରେ ସମ୍ପର୍କ ଭଲ ଥିଲା। କିନ୍ତୁ ଏହି କଥାକୁ ଉଭୟଙ୍କ ପରିବାର ଗ୍ରହଣ କରି ନ ଥିଲେ। ଅପରପକ୍ଷରେ ସେହି ପଡୋଶୀ ଘର ଝିଅ ପ୍ରେମରେ ସୌରଭ ପାଗଳ ହୋଇଯାଇଥିଲେ। ସେଥିପାଇଁ ସେ ତାଙ୍କୁ ଘରୁ ଉଠେଇ ନେଇ ଯିବା ଲାଗି ଚିନ୍ତା କରିଲେ। ଆଉ ଏଥିରେ ମଧ୍ୟ ସଫଳ ହୋଇଥିଲେ। ଏହାର ଦିନକ ପରେ ଉଭୟ କୋର୍ଟ ମ୍ୟାରେଜ୍ କରିଥିଲେ। କିଛିଦିନ ପରେ ଉଭୟଙ୍କ ପରିବାର ଏଥିରେ ସହମତି ପଦାନ କରିଥିଲେ। ୧୯୯୭, ଫେବୃଆରୀ ୨୧ରେ ବଙ୍ଗଳା ପରମ୍ପରା ଅନୁସାରେ ଦୁଇଜଣଙ୍କର ବିବାହ ଅନୁଷ୍ଠିତ ହୋଇଥିଲା। ତେବେ ସେହି ପଡୋଶୀ ଘର ଝିଅ ହିଁଁ ଥିଲେ ଡୋନା।


