Posted inଖେଳ

ପଞ୍ଜାବ ଦଳରେ ସ୍ଥାନ ନ ମିଳିବାରୁ ଚଣ୍ଡିଗଡ଼ ପାଇଁ ଖେଳିବେ ବରିନ୍ଦର ସରନ

ଚଣ୍ଡିଗଡ଼,୨୦।୯: ଭାରତ ପକ୍ଷରୁ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିସାରିଥିବା ବରିନ୍ଦର ସରନଙ୍କୁ ଆସନ୍ତା ବିଜୟ ହଜାରେ ଟ୍ରଫି ପାଇଁ ଘୋଷିତ ପଞ୍ଜାବ ଦଳରେ ସ୍ଥାନ ମିଳି ନାହିଁ। ଏଥିଯୋଗୁ ସେ ଚଣ୍ଡିଗଡ଼ ପକ୍ଷରୁ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ୨୬ ବର୍ଷୀୟ ପେସରଙ୍କୁ ନୋ ଅବଜେକଶନ ସାର୍ଟିଫିକେଟ ମିଳିସାରିଛି। ଏବେ ସେ କେନ୍ଦ୍ର ଶାସିତ ଅଞ୍ଚଳ ହରିୟାଣା ପାଇଁ ଖେଳିପାରିବେ। ଗତ ଦୁଇ ବର୍ଷ ହେଲା ସେ ଆଣ୍ଠୁ, ଗୋଇଠି ଓ ପାଦ ଜନିତ ଆହତ ସମସ୍ୟା ଦେଇ ଗତି କରୁଥିଲେ। ଅନ୍ତର୍ଜାତୀୟ ସ୍ତରରେ ୬ ଦିନିକିଆ ଓ ୨ ଟି୨୦ ମ୍ୟାଚ୍‌ ଖେଳିସାରିଛନ୍ତି। ସେମାନେ ଦଳରୁ ବାଦ୍‌ ପକାଇବା ପାଇଁ ମୋତେ କିଛି କାରଣ ଦର୍ଶାଇ ନାହାନ୍ତି। ଅତିକମ୍‌ରେ କ’ଣ ପାଇଁ ଦଳରୁ ମୋତେ ବାଦ୍‌ ଦିଆଗଲା, ତାହାର କାରଣ ଜାଣିବାକୁ ଯୋଗ୍ୟ। ଚୟନକର୍ତ୍ତା ମୋ ଫୋନ ଉଠାଉ ନାହାନ୍ତି। ମୋ ପାଖରେ କିଛି ବାଟ ନାହିଁ। ମୁଁ ପୂରା ସିଜନ ବେକାର କରିପାରିବି ନାହିଁ। ଉଲ୍ଲେଖଥାଉ କି, କିମ୍ବଦନ୍ତୀ ସୁଇଙ୍ଗ ବୋଲର ଜାହିର ଖାନଙ୍କ ସ୍ଥାନ ନେବା ପାଇଁ ସରନ ଶ୍ରେଷ୍ଠ ଏକଦା ବିକଳ୍ପ ବିବେଚିତ ହେଉଥିଲେ। ୨୦୧୫-୧୬ ସିଜନରେ ଭଲ ପ୍ରଦର୍ଶନ ଯୋଗୁ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ ଲାଗି ଭାରତୀୟ ଦଳରେ ସ୍ଥାନ ମିଳିଥିଲା। ଚଳିତ ବର୍ଷ ଆଇପିଏଲ ବେଳେ ସରନଙ୍କ ବୋଲିଂ ଶୈଳୀରେ ମୁମ୍ବାଇ ଇଣ୍ଡିଆନ୍ସ ଦଳର ବୋଲିଂ କୋଚ୍‌ ଜାହିର ଖାନ ପରିବର୍ତ୍ତନ ଆଣିଥିଲେ। ପୂର୍ବରୁ ବୋଲିଂ ବେଳେ ସରନଙ୍କ ଡାହାଣ ଗୋଡ଼ ଖୁବ୍‌ ଜୋରରେ ପିଚ୍‌ରେ ମାଡ଼ ହେଉଥିଲା। ଏଥିଯୋଗୁ ତାଙ୍କ ଗୋଇଠି, ପାଦ ଓ ଆଣ୍ଠୁରେ ଆଘାତ ଲାଗୁଥିଲା। ନୂଆ ଶୈଳୀ ସରନଙ୍କୁ ଆହତ ସମସ୍ୟାରୁ ବଞ୍ଚାଇବା ସହ ଗତିରେ ବୃଦ୍ଧି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି କିମ୍‌ ଯଙ୍ଗ୍‌ ଉନ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୧୯ା୩: ଉତ୍ତର କୋରିଆ ଶାସକ କିମ୍‌ ଯଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା, ମଣ୍ଡିରେ ଭିଜିଲା ଧାନ

ମାଥିଲ,୧୯।୩(ସୁବାଷ ଚନ୍ଦ୍ର ଖୁଡୁପିଆ) ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁ ମାଲକାନଗିରି ଜିଲା…

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

ଦୁଇ ବସ୍‌ ମୁହାଁମୁହିଁ, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ…

ମୋହନା,୧୯ା୩(ମନ୍ମଥ ମିଶ୍ର): ଘରୋଇ ଯାତ୍ରୀବାହୀ ବସ୍‌ ସହ ମୁଖ୍ୟମନ୍ତ୍ରୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ…

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri