Categories: ଜାତୀୟ

ପଞ୍ଚାୟତ ନିର୍ବାଚନକୁ ବାଲଟ ପେପରରେ କରିବାକୁ ଅନୁରୋଧ କଲେ ମମତା

କୋଲକତା,୨୧।୭: ଆସନ୍ତା ପଞ୍ଚାୟତ ଓ ମ୍ୟୁନିସପାଲ ନିର୍ବାଚନକୁ ବାଲଟ ପେପର ମାଧ୍ୟମରେ କରିବାକୁ ନିର୍ବାଚନ କମିଶନଙ୍କୁ ଅନୋରାଧ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗତ ଲୋକ ସଭା ନିର୍ବାଚନରେ ତାଙ୍କ ଦଳ ମାତ୍ର ୧୮ଟି ଆସନ ପାଇଥିବାରୁ ଏଥିରେ ଠକେଇ ହୋଇଥିବା ଦର୍ଶାଇ ସେ ଏହି ଅନୁରୋଧ କରିଛନ୍ତି। ମମତା କହିଛନ୍ତି ଗତ ଲୋକ ସଭା ନିର୍ବାଚନରେ ଇଭିଏମ୍‌ରେ ଠକାମି ହେବାସହ ସିଆର୍‌ପିଏଫ୍‌, ସେଣ୍ଟ୍ରାଲ ପୋଲିସ ଓ ନିର୍ବାଚନ କମିଶନ ତାଙ୍କ ଦଳୀୟ କାର୍ଯ୍ୟାଳୟକୁ କ୍ୟାପଚର କରି ଦଳୀୟ କର୍ମୀଙ୍କୁ ମାଡ ମାରିଛନ୍ତି। ତେଣୁ ଆସନ୍ତା ନିର୍ବାଚନରେ ବାଲଟ ପେପର ବ୍ୟବହାର କରାଗଲେ ଏସବୁ ଅସୁବିଧା ହେବନାହିଁ।

Share