ଢେଙ୍କାନାଳ ଅଫିସ, ୧।୩ – ଚଳିତବର୍ଷ ରେକର୍ଡ ଭାଙ୍ଗିବ ଗ୍ରୀଷ୍ମ ପ୍ରବାହ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏପରି ସୂଚନା ଦିଆଯିବା ପରେ ତାତିର ମୁକାବିଲା ଲାଗି ଅଣ୍ଟା ଭିଡ଼ିଛି ଢେଙ୍କାନାଳ ଜିଲା ପ୍ରଶାସନ। ଗ୍ରୀଷ୍ମ ପ୍ରବାହର ମୁକାବିଲା ଲାଗି ବ୍ୟାପକ ଯୋଜନା କରାଯାଇଥିବାବେଳେ ପଞ୍ଚାୟତସ୍ତରରୁ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକରିବ ବୋଲି ଶନିବାର ଅନୁଷ୍ଠିତ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଜିଲା କାର୍ଯ୍ୟାଳୟ ସଦ୍ଭାବନା ଗୃହରେ ଆୟୋଜିତ ଏହି ବୈଠକରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିଥିଲେ। ମାର୍ଚ୍ଚ ୧୫ରୁ ଖରା ପ୍ରକୋପ ବଢ଼ିବ। ଏହାର ମୁକାବିଲା ଲାଗି ସମସ୍ତେ ଯତ୍ନବାନ ହେବାକୁ ଜିଲାପାଳ ଗୁରୁତ୍ୱାରୋପ କରିଛନ୍ତି। ଏହି ଉପଲକ୍ଷେ ଜିଲା ବିପର୍ଯ୍ୟୟ ପରିଚାଳନା ବାର୍ଷିକ ଯୋଜନା ପୁସ୍ତିକା ଉନ୍ମୋଚିତ ହୋଇଥିଲା। ପ୍ରାକୃତିକ ଦୁର୍ବିପାକର କିପରି ସଫଳ ମୁକାବିଲା କରିହେବ ସେ ସଂକ୍ରାନ୍ତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉକ୍ତ ପୁସ୍ତିକାରେ ଉଲ୍ଲେଖ ରହିଛି। ଖରାଦିନେ ଜଳକଷ୍ଟରୁ ମୁକୁଳିବାକୁ ପାଣି ସଞ୍ଚୟ ଉପରେ ଗୁରୁତ୍ୱ ଦେବା, ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ପରିମାଣରେ ଓଆରଏସ୍ ମହଜୁଦ ରଖିବା, ସରକାରୀ ଚିକିତ୍ସାଳୟ ୨୪ ଘଣ୍ଟା ଖୋଲା ରଖିବା, ଗୃହପାଳିତ ପ୍ରାଣୀଙ୍କ ପାଇଁ ଆବଶ୍ୟକ ପଦକ୍ଷେପ ନେବା, ଜଙ୍ଗଲକୁ ନିଅଁ।ଦାଉରୁ ରକ୍ଷା କରିବାକୁ ଅଗ୍ନିଶମ ବିଭାଗକୁ ସଜାଗ ରହିବା, ପଞ୍ଚାୟତସ୍ତରରୁ ଜିଲା ଯାଏ ନିୟନ୍ତ୍ରଣ କକ୍ଷ ଖୋଲିବା ଏବଂ ଏହାକୁ ଠିକ୍ ଭାବେ କାର୍ଯ୍ୟକ୍ଷମ କରାଇବା, ବସ୍ରେ ଆବଶ୍ୟକ ପିଇବା ପାଣି ସହ ବ୍ୟବସ୍ଥା, ଆଶୁ ଚିକିତ୍ସା ବାକ୍ସ ରଖିବା ଆଦି ବିଷୟରେ ଆଲୋଚନା କରାଯାଇଛି। ଏ ସବୁକୁ ନିରୀକ୍ଷଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି। ଅଧିକ ବିଦ୍ୟୁତ୍ କାଟ ନ କରିବା ଲାଗି ସେସୁ କର୍ତ୍ତୃପକ୍ଷ ଏବଂ ଦେବଦେବୀ ପୀଠ ସହିତ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ଲାଗି ପାନୀୟଜଳ ବ୍ୟବସ୍ଥା କରିବାକୁ ଦେବୋତ୍ତର ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସାପ କାମୁଡା ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବା ଉପରେ ଗୁରୁତ୍ୱାରୋପ କରାଯାଇଛି।
ଅତିରିକ୍ତ ଜିଲାପାଳ ଭବେଶ ନାୟକ, ପିଡି ଡିଆରଡିଏ ନରୋତ୍ତମ ବେହେରା, କାମାକ୍ଷାନଗର ଉପଜିଲାପାଳ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ହିନ୍ଦୋଳ ଉପଜିଲାପାଳ ଉଦୟ ମହାପାତ୍ର, ଜିଲା ବନଖଣ୍ଡ ଅଧିକାରୀ ବିମଳ ପ୍ରସାଦ ଆଚାର୍ଯ୍ୟ, ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଜିଲା ପ୍ରୋଗ୍ରାମ ଅଫିସର ନିମାଇଁ ଚରଣ ଦାସ ଧନ୍ୟବାଦ ଦେଇଥିଲେ।
ପାଉଁଶ ଗାଡ଼ିକୁ ଫେରାଇଲେ ପୂର୍ବତନ ସମିତି ସଭ୍ୟ
ବ୍ରଜରଜନଗର ୨୯ା୧୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲାରେ ଥିବା ବିଭିନ୍ନ କାରଖାନାରୁ ନିର୍ଗତ ପାଉଁଶକୁ ଗାଡ଼ିରେ ଲୋଡ଼ କରି ଠିକା କମ୍ପାନୀମାନେ ଚାରିଆଡେ ପକାଉଛନ୍ତି। ଏ ନେଇ...
ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ
ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...
ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା
ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...
ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍, ଭିତରେ ଥିଲେ ଚାଳକ…
ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...
ପେଟ୍ରୋଲ ପମ୍ପ ପାଇଁ ଶହଶହ ଟ୍ରିପ୍ ବାଲି ଚେରି: ଉପ ଜିଲାପାଳ କହିଲେ…
ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍ ମାଟି ଚୋରି ହୋଇଛି। ୫୩...
ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍ କରିବାକୁ ଯିବାବେଳେ…
ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...
ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ
ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...
କେନାଲ ଭିତରକୁ ପଶିଗଲା କାର୍
ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...
Archives


