ପଞ୍ଚାମୃତ ଖାଇ ୬୦ରୁ ଊର୍ଦ୍ଧ୍ୱ ଅସୁସ୍ଥ

କେନ୍ଦୁଝର/ରାଇସୁଆଁ,୩।୯(ଡି.ଏନ.ଏ.):ଗଣେଶ ପୂଜା ପଞ୍ଚାମୃତ ଭୋଗ ଖାଇ ପଦ୍ମପୁର ଅଞ୍ଚଳରେ ୬୦ରୁ ଊର୍ଦ୍ଧ୍ୱ ଲୋକ ଅସୁସ୍ଥ ହୋଇପଡିଛନ୍ତି। ଅସୁସ୍ଥ ଲୋକଙ୍କୁ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେଥିମଧ୍ୟରୁ ଜଣେ ବାଳକ ଏବଂ ୬ଜଣ ମହିଳା ରୋଗୀ ଥିବା ଜଣାପଡିଛି। ପଦ୍ମପୁର ଗ୍ରାମର ପଦ୍ମେଶ୍ବର ମନ୍ଦିର ପରିସରରେ ପ୍ରତ୍ୟେକ ବର୍ଷ ଭଳି ଏଥର ମଧ୍ୟ ଗଣେଶ ପୂଜା ପାଳନ କରାଯାଇଥିଲା। ପୂଜା ଶେଷ ପରେ କଦଳୀ, ଫଳ ଏବଂ କର୍ପୂର ମିଶ୍ରିତ ଏକ ପଞ୍ଚାମୃତ ପ୍ରସ୍ତୁତ କରାଯାଇଥିଲା ା ମନ୍ଦିରରେ ଥିବା ୫୦ରୁ ଊଦ୍ଧ୍ୱର୍ର୍ ଭକ୍ତ ଏହି ପଞ୍ଚାମୃତ ଖାଇସାରି ନିଜ ନିଜ ଘରକୁ ଫେରିଯାଇଥିଲୋ ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ସମସ୍ତଙ୍କର ବାନ୍ତି ହେବା ସହ ମୁଣ୍ତ ବୁଲାଇଥିଲାା ଫଳରେ ସେମାନଙ୍କୁ ସକାଳୁ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟlରେ ଚ଼ିରଞ୍ଜୀବୀ ସାହୁ(୧୨), ରାଜେନ୍ଦ୍ର ସାହୁ(୨୬), ସଞ୍ଜୀବ ସାହୁ(୫୫), ସଞ୍ଜୟ ଦେହୁରୀ(୩୧), ସୁପତି ବେହେରା(୬୦), ଅଧୁବ ମହାନ୍ତ(୩୨), ମୁକେଶ ମାଝୀ(୧୫), ପ୍ରଭାସ୍ବିନୀ ପୃଷ୍ଟି(୪୫), ଗଣେଶ ସାହୁ (୨୮), ଡମ୍ବରୁଧର ସାହୁ(୮୮), ପ୍ରବୀନ କୁମାର ସାହୁ(୪୦), ମନୋରଞ୍ଚନ ସାହୁ(୪୦),ବିକାଶ କୁମାର ସାହୁ(୩୦), ସାଧୁରମଣୀ ସାହୁ(୫୮), ମଧୁସ୍ମିତା ସାହୁ(୩୫), କୌଶିକ ସାହୁ(୩୦), ପୂର୍ଣ୍ଣଚ଼ନ୍ଦ୍ର ପାତ୍ର(୩୫), ଦିଦ୍ୟଲୋଚ଼ନ ସାହୁ(୩୬), ଯୁଗଜ୍ୟୋତି ପୃଷ୍ଟି(୩୩), ଦୀପାଞ୍ଜଳି ସାହୁ(୩୦), ପ୍ରଭାସ୍ବିନୀ ସାହୁ(୨୭), ଗୋଲାପ ନାଏକ(୫୨), ଲଳିନୀ ସାହୁ(୪୫), ନିଳାନ୍ଦ୍ର ସାହୁ (୩୬), କନକ ସାହୁ(୨୮), ଚ଼ିରଞ୍ଜୀବୀ ସାହୁ(୧୨), ପ୍ରଭୁଶଙ୍କର ସାହୁ(୩୬), ହରିହର ଦାସ(୫୫) ଭର୍ତ୍ତି ହୋଇଛନ୍ତି ା ଆଉ କିଛି ଆହତ ବ୍ୟକ୍ତି ଘରେ ଚିକିତ୍ସିତ ହେଉଛନ୍ତି। ଏନେଇ ଡାକ୍ତର ଶିବ ଚରଣ ବାଗ କହିଛନ୍ତି, ପଞ୍ଚାମୃତରେ କିଛି ଅପମିଶ୍ରଣ ରାସାୟନିକ ପଦାର୍ଥ ଥିଲା। ତେଣୁ ଏହାକୁ ଖାଇ ଲୋକେ ଅସୁସ୍ଥ ହୋଇପଡିଥିଲେ। ସମସ୍ତଙ୍କ ଅବସ୍ଥା ଭଲ ଅଛି। ସିଡିଏମଓ ଡ. ସୁଧାଂଶୁ ଶେଖର ବଳଙ୍କ ସହ ଏକ ଡାକ୍ତରୀ ଦଳ ଯାଇ ଘଟଣାର ଅନୁଧ୍ୟାନ କରିଛନ୍ତି।