ପଞ୍ଚାମୃତ ଖାଇ ୬୦ରୁ ଊର୍ଦ୍ଧ୍ୱ ଅସୁସ୍ଥ

କେନ୍ଦୁଝର/ରାଇସୁଆଁ,୩।୯(ଡି.ଏନ.ଏ.):ଗଣେଶ ପୂଜା ପଞ୍ଚାମୃତ ଭୋଗ ଖାଇ ପଦ୍ମପୁର ଅଞ୍ଚଳରେ ୬୦ରୁ ଊର୍ଦ୍ଧ୍ୱ ଲୋକ ଅସୁସ୍ଥ ହୋଇପଡିଛନ୍ତି। ଅସୁସ୍ଥ ଲୋକଙ୍କୁ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେଥିମଧ୍ୟରୁ ଜଣେ ବାଳକ ଏବଂ ୬ଜଣ ମହିଳା ରୋଗୀ ଥିବା ଜଣାପଡିଛି। ପଦ୍ମପୁର ଗ୍ରାମର ପଦ୍ମେଶ୍ବର ମନ୍ଦିର ପରିସରରେ ପ୍ରତ୍ୟେକ ବର୍ଷ ଭଳି ଏଥର ମଧ୍ୟ ଗଣେଶ ପୂଜା ପାଳନ କରାଯାଇଥିଲା। ପୂଜା ଶେଷ ପରେ କଦଳୀ, ଫଳ ଏବଂ କର୍ପୂର ମିଶ୍ରିତ ଏକ ପଞ୍ଚାମୃତ ପ୍ରସ୍ତୁତ କରାଯାଇଥିଲା ା ମନ୍ଦିରରେ ଥିବା ୫୦ରୁ ଊଦ୍ଧ୍ୱର୍ର୍ ଭକ୍ତ ଏହି ପଞ୍ଚାମୃତ ଖାଇସାରି ନିଜ ନିଜ ଘରକୁ ଫେରିଯାଇଥିଲୋ ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ସମସ୍ତଙ୍କର ବାନ୍ତି ହେବା ସହ ମୁଣ୍ତ ବୁଲାଇଥିଲାା ଫଳରେ ସେମାନଙ୍କୁ ସକାଳୁ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟlରେ ଚ଼ିରଞ୍ଜୀବୀ ସାହୁ(୧୨), ରାଜେନ୍ଦ୍ର ସାହୁ(୨୬), ସଞ୍ଜୀବ ସାହୁ(୫୫), ସଞ୍ଜୟ ଦେହୁରୀ(୩୧), ସୁପତି ବେହେରା(୬୦), ଅଧୁବ ମହାନ୍ତ(୩୨), ମୁକେଶ ମାଝୀ(୧୫), ପ୍ରଭାସ୍ବିନୀ ପୃଷ୍ଟି(୪୫), ଗଣେଶ ସାହୁ (୨୮), ଡମ୍ବରୁଧର ସାହୁ(୮୮), ପ୍ରବୀନ କୁମାର ସାହୁ(୪୦), ମନୋରଞ୍ଚନ ସାହୁ(୪୦),ବିକାଶ କୁମାର ସାହୁ(୩୦), ସାଧୁରମଣୀ ସାହୁ(୫୮), ମଧୁସ୍ମିତା ସାହୁ(୩୫), କୌଶିକ ସାହୁ(୩୦), ପୂର୍ଣ୍ଣଚ଼ନ୍ଦ୍ର ପାତ୍ର(୩୫), ଦିଦ୍ୟଲୋଚ଼ନ ସାହୁ(୩୬), ଯୁଗଜ୍ୟୋତି ପୃଷ୍ଟି(୩୩), ଦୀପାଞ୍ଜଳି ସାହୁ(୩୦), ପ୍ରଭାସ୍ବିନୀ ସାହୁ(୨୭), ଗୋଲାପ ନାଏକ(୫୨), ଲଳିନୀ ସାହୁ(୪୫), ନିଳାନ୍ଦ୍ର ସାହୁ (୩୬), କନକ ସାହୁ(୨୮), ଚ଼ିରଞ୍ଜୀବୀ ସାହୁ(୧୨), ପ୍ରଭୁଶଙ୍କର ସାହୁ(୩୬), ହରିହର ଦାସ(୫୫) ଭର୍ତ୍ତି ହୋଇଛନ୍ତି ା ଆଉ କିଛି ଆହତ ବ୍ୟକ୍ତି ଘରେ ଚିକିତ୍ସିତ ହେଉଛନ୍ତି। ଏନେଇ ଡାକ୍ତର ଶିବ ଚରଣ ବାଗ କହିଛନ୍ତି, ପଞ୍ଚାମୃତରେ କିଛି ଅପମିଶ୍ରଣ ରାସାୟନିକ ପଦାର୍ଥ ଥିଲା। ତେଣୁ ଏହାକୁ ଖାଇ ଲୋକେ ଅସୁସ୍ଥ ହୋଇପଡିଥିଲେ। ସମସ୍ତଙ୍କ ଅବସ୍ଥା ଭଲ ଅଛି। ସିଡିଏମଓ ଡ. ସୁଧାଂଶୁ ଶେଖର ବଳଙ୍କ ସହ ଏକ ଡାକ୍ତରୀ ଦଳ ଯାଇ ଘଟଣାର ଅନୁଧ୍ୟାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri