ପଜିଟିଭ୍‌ ସଂଖ୍ୟା ୨୫ ଛୁଇଁଲା  

ଅନୁଗୋଳ ଅଫିସ, ୨୪।୫- ଅନୁଗୋଳ ଜିଲାରେ ଆଉ ୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍‌ ସଂଖ୍ୟା ୨୫ରେ ପହଞ୍ଚିଛି। ଇତିମଧ୍ୟରେ ୧୫ଜଣ ସୁସ୍ଥ ହୋଇସାରିଥିବାରୁ ଏବେ ବାକି ୧୦ ଜଣଙ୍କୁ ଚିକିତ୍ସା କରାଯାଉଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଜିଲାରେ ନୂତନ ଭାବେ ଚିହ୍ନଟ ହୋଇଥିବା ୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳ ବ୍ଲକ ସଙ୍ଗରୋଧ କେନ୍ଦ୍ରର ୨ ଜଣ ହୋଇଥିବାବେଳେ ବଅଁରପାଳ ବ୍ଲକ ସଙ୍ଗରୋଧକେନ୍ଦ୍ରରୁ ୨ ଜଣ ଓ ଅନ୍ୟ ଜଣେ ମହାରାଷ୍ଟ୍ରର ଗାଡ଼ି ଚାଳକ ବୋଲି ଜଣାପଡ଼ିଛି। ଅନୁଗୋଳ ବ୍ଲକ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିବା ସମ୍ପୃକ୍ତ ୨ଜଣଙ୍କ ବୟସ ୩୦ ଓ ୩୬। ସେମାନେ ଗତ ୧୫ ତାରିଖରୁ ସୁରଟରୁ ଆସି ସଙ୍ଗରୋଧ କେନ୍ଦ୍ରରେ ଥିଲେ। ସେହିପରି ବଅଁରପାଳ ବ୍ଲକ କ୍ୱାରାଣ୍ଟାଇନ ସେଣ୍ଟରର ସଂକ୍ରମିତ ଯୁବକଙ୍କ ବୟସ ୩୦ ଓ ୩୩। ସେମାନେ ମହାରାଷ୍ଟ୍ରରୁ ଆସି ଗତ ୧୩ ତାରିଖରୁ ସଙ୍ଗରୋଧରେ ରହୁଥିଲେ। ସରକାରୀ କ୍ୱାରାଣ୍ଟାଇନ ସେଣ୍ଟରରେ ଥିବା ସମ୍ପୃକ୍ତ ୪ଜଣଙ୍କ ମଧ୍ୟରୁ ଜଣେ କଣିହଁା ଅଞ୍ଚଳର ବୋଲି କୁହାଯାଉଛି। ଅନ୍ୟତମ ସଂକ୍ରମିତ ମହାରାଷ୍ଟ୍ରର ବସ୍‌ ଚାଳକଙ୍କ ବୟସ ୨୬ ହୋଇଥିବା ବେଳେ ସେ ଦୁର୍ଘଟଣାରେ ଆହତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟ କରୋନା ୱାର୍ଡରେ ଚିକିତ୍ସିତ ହେଉଥିଲେ। ୧୯ ତାରିଖରୁ ସେ ମେଡିକାଲରେ ଭର୍ତ୍ତି ହୋଇଥିବାରୁ ତାଙ୍କ ସଂସ୍ପର୍ଶରେ କେହି ଆସିଛନ୍ତି କି ନାହିଁ ତାହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି। ତେବେ ସିଡିଏମ୍‌ଓ ପ୍ରତାପ ବେହେରା କହିଛନ୍ତି, ଦୁର୍ଘଟଣା ପରେ ଚାଳକଙ୍କୁ କାଜୁଆଲିଟି ଭତରକୁ ନିଆଯାଇ ନାହିଁ। ତାଙ୍କୁ କରୋନା ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଯଦି ଏକ୍ସ-ରେ ପାଇଁ ଯାଇଥିବେ ତାହାକୁ ସାନିଟାଇଜ କରାଯିବ। କରୋନା ୱାର୍ଡ ସାନିଟାଇଜ କରାଯାଇସାରିଥିବା ସିଡିଏମ୍‌ଓ ବେହେରା ସୂଚନା ଦେଇଛନ୍ତି। ଜିଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି, ପଜିଟିଭ୍‌ ଚିହ୍ନଟ ପରେ ସମସ୍ତ ୫ଜଣଙ୍କୁ ତାଳଚେରସ୍ଥିତ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିଲେ ବି ଜନସାଧାରଣ ଆତଙ୍କିତ ହୁଅନ୍ତୁ ନାହିଁ। ନିଜ ସୁରକ୍ଷାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ବଜାୟ ରଖିବା ସହ ଘରୁ ବାହାରିଲେ ମାସ୍କ ବ୍ୟବହାର କରିବାକୁ ଜିଲାପାଳ ମହାନ୍ତି ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri